Browsing author

SATYA SANDHANA DESK

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୨ତାରିଖ ଶନିବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୨/୧୫ ,ସୂର୍ଯ୍ୟାସ୍ତ- ଘ୬/୨୩/୩୭ ,ଶ୍ରାବଣମାସ ,ତିଥି- ଚତୁର୍ଥୀ ଦିବା ଘ୯/୩୭ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଏବଂ ରାତ୍ରି ଘ୧୨/୩୪ମି ପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟା ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତ ବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ମୂଳା, ଦିବା ଘ୯/୩୭ମି ପରେ ବେଲ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ରୁ ଦିବା ଘ୭/୧ମି ମଧ୍ୟେ, […]

ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ସଚେତନତା

ବାରଙ୍ଗ,୨୧ା୭ (ଏସଏସନିଉଜ) ବାରଙ୍ଗ ସ୍ଥିତ ଝୁନଝୁନୱାଲା ବିଦ୍ୟାପୀଠରେ ଦାଢ଼ାପାଟଣା ସ୍ଵାସ୍ଥ୍ୟ ଉପକେନ୍ଦ୍ର ପକ୍ଷରୁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା କାର‌୍ୟ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଏହି କାର‌୍ୟ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ତମାଖୁ ବର୍ଜନ ଶପଥପାଠ କରାଯିବା ସହ ଧୁମ୍ରଯୁକ୍ତ ତମାଖୁ ଏବଂ ଧୁମ୍ରବିହୀନ ତମଖୁ ସେବନ ଠାରୁ ଦୁରେଇ ରହିବା ପାଇଁ ପ୍ଲା କାର୍ଡ ଏବଂ ଶ୍ରେଣୀ ଗୃହରେ ସ୍ମାର୍ଟ ବୋର୍ଡ ମାଧ୍ୟମରେ ସଚେତନତା କରାଯାଇଥିଲା।ଏହାସହ ବିଦ୍ୟାଳୟ ପରିସରରେ ଏକ ରାଲି ମଧ୍ୟ ଆୟୋଜନ କରାଯାଇଥିଲା।ଏହି କାର‌୍ୟ୍ୟକ୍ରମରେ ମହିଳା […]

ସତର୍କକଲେ ହୀରାକୁଦ ଡ୍ୟାମକର୍ତ୍ତୃପକ୍ଷ

ହୀରାକୁଦ ,୨୧ା୭(ଏସଏସନିଉଜ) ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ ରହିଥିବାବେଳେ ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।ତେବେଜୁଲାଇ ୨୩ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛାଡ଼ିବାନେଇ ହୀରାକୁଦ ସତର୍କ କରାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକଯୋଗେ କରିଛନ୍ତି ସତର୍କ ।ବନ୍ୟା ଜଳ ଛାଡ଼ିବାବେଳେ ମହାନଦୀ ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି […]

ପିଏସଓଙ୍କୁ ଠେଲାପେଲା

କୋଣାର୍କ, ୨୧ା୭(ଏସଏସନିଉଜ) ନିମାପଡ଼ାବିଧାୟକ ସମୀରଦାଶଙ୍କ ପିଏସଓଙ୍କୁ ସାଧାରଣଲୋକ ଠେଲାପେଲା କରିଥିବାର ଜଣାପଡିଛି । ସମୀରଙ୍କୁ ଲୋକ ବିରୋଧ କରୁଥିଲା ବେଳେ ପିଏସ୍‌ଓ ଅଟକାଇବାରୁ ତାଙ୍କୁ ଲୋକମାନେ ଠେଲାପେଲା କରିଥିଲେ ।ରାସ୍ତାକାମ ଶିଳାନ୍ୟାସକାର୍ଯ୍ୟକ୍ରମକୁ ଯାଇଥିବା ସମୀରଙ୍କୁ ବିରୋଧ କରାଯାଇଥିବାର ଜଣାପଡିଛି ।ରାସ୍ତା ନିର୍ମାଣସ୍ଥଳକୁ ନେଇ ବିରୋଧକରିଥିଲେ ଚକରଡ଼ାଗାଁ ଲୋକେ ।

ପେଟ୍ରୋଲ ପମ୍ପରେ ହାତୀ

ସମ୍ବଲପୁର ,୨୧ା୭(ଏସଏସନିଉଜ)ସମ୍ବଲପୁର ଜୁଯୁମୁରାବ୍ଲକ ଝଙ୍କାରପାଲିପଞ୍ଚାୟତର ଭବାନୀପାଲି ପେଟ୍ରୋଲପମ୍ପରେ ପଶିଛି ହାତୀ ।ହାତିଟି କାହାରକିଛି କ୍ଷତି ନକରି ଫେରିଯାଇଛି ।ହାତିଟି ପେଟ୍ରୋଲପମ୍ପରେ ପଶିଥିବାବେଳେ ସିସିଟିଭିରେ କଏଦ ହୋଇଛି ଦୃଶ୍ୟ ।ହଠାତ ହାତୀଟି ପଶିଆସିଥିବାରୁ କର୍ମଚାରୀମାନଙ୍କଠାରୁ ଆରମ୍ଭ କରି ତେଲପକାଇବାକୁଆସିଥିବା ଲୋକମାନଙ୍କ ମଦ୍ୟରେ ଭୟସୃଷ୍ଟି ହୋଇଯାଇଥିଲା ।ପେଟ୍ରୋଲପମ୍ପ କର୍ମଚାରୀମାନଙ୍କଠାରୁ ଖବରାପାଇ ବନବିଭାଗ ଘଟଣାସ୍ଥଳରେ ପହଚିଥିଲା ।ତେବେ ହାତିଟିକୁ ଘଉଡାଇବାପାଇଁ ବନବିଭାଗକୁ ନୟାନ୍ତ ହେବାକୁ ପଡିଛି ।

ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୨୧ତାରିଖ ଶୁକ୍ରବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୧/୫୩,ସୂର୍ଯ୍ୟାସ୍ତ- ଘ୬/୨୩/୫୩,ଶ୍ରାବଣମାସ,ଚାନ୍ଦ୍ରମଳ ଶୁକ୍ଳପକ୍ଷ,ଭୃଗୁ ବାସ,ତିଥି- ତୃତୀୟା ମଳ ଦିବା ଘ୭/୭ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ,ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଘାତଚନ୍ଦ୍ର,ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣ ପକ୍ଷ ମଳ ମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ପଟୋଳ, ଦିବା ଘ୭/୭ମି ପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୩୮ମି ରୁ ଘ୧୧/୫୩ମି ପର୍ଯ୍ୟନ୍ତ,କାଳରାତ୍ରି ରାତ୍ରି ଘ୯/୮ମି ରୁ ଘ୧୦/୩୦ମି […]

ଡ୍ରାଇଭର ନଥାଇ ମାଡ଼ିଗଲା ଗାଡ଼ି

ଭୁବନେଶ୍ୱର,୨୦।୭(ଏସଏସନିଉଜ)ଡ୍ରାଇଭର ନଥାଇ ମାଡ଼ିଗଲା ଗାଡ଼ି।ଯାହାଫଳରର ୬ଜଣ ଆହତ ହୋଇଥିବାର ଜଣାପଡିଛି।ଡ୍ରାଇଭରଙ୍କ ଅନୁପସ୍ଥିତିରେ ଗାଡ଼ିର ଚାବି ମୋଡ଼ିଦେଇଥିଲା ନାବାଳକ। ଗାଡିଷ୍ଟାର୍ଟ ହୋଇ ଏକ ବାଇକକୁ ଧକ୍କା ଦେଇ କାନ୍ଥରେ ପିଟି ହୋଇଯାଇଥିଲା। ଧକ୍କାରେ ବାଇକ୍ ଆରୋହୀ ସହ ଯାତ୍ରୀବାହୀ ଗାଡ଼ିର ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଆହତ ହୋଇ ବାଲେଶ୍ୱର ମେଡିକାଲରେ ଭର୍ତି ହୋଇଛନ୍ତି।

୨୩ରେ ହୀରାକୁଦରୁ ଛାଡ଼ିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର,୨୦।୭(ଏସଏସନିଉଜ)ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି।ଜୁଲାଇ୨୩ରେ ହୀରାକୁଦରୁ ବନ୍ୟାଜଳ ଛାଡ଼ିବା ନେଇ ସୂଚନା ମିଳିଛି।ସକାଳ ୯ଟାରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବ।ମହାନଦୀ ଓ ଶାଖାଗୁଡ଼ିକରେ ବୃଦ୍ଧି ପାଇବ ଜଳସ୍ତର।ନଦୀକୁ ପ୍ରବେଶ ଉପରେ ସତର୍କ ସୂଚନା ଜାରି କରାଯାଇଛି।ହୀରାକୁଦ ବନ୍ଧର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ପକ୍ବୟରୁ ସୂଚନା ଦିଆଯାଇଛି।

ମହିଳା ଫିଫାବିଶ୍ୱକପ୍‌ ପୂର୍ବରୁ ଗୁଳି

ଭୁବନେଶ୍ୱର,୨୦।୭(ଏସଏସ ନିଉଜ)ମହିଳା ଫିଫା ବିଶ୍ୱକପ୍‌ ଆରମ୍ଭର ୧୨ ଘଣ୍ଟା ପୂର୍ବରୁ ଫୁଟିଛି ଗୁଳି।ସେଣ୍ଟ୍ରାଲ ଅକଲାଣ୍ଡରେ ଗୁଳିକାଣ୍ଡରେ ୨ଜଣ ମୃତୁବରଣ କରିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।ଅଭିଯୁକ୍ତକୁ ଗୁଳି କରି ହତ୍ୟା କରିଛନ୍ତି ସୁରକ୍ଷାକର୍ମୀ।ଧାର୍ଯ୍ୟ ସମୟରେ ଫିଫା ବିଶ୍ୱକପ୍‌ ଆରମ୍ଭ ନେଇ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିଲା।

ଅହମ୍ମଦାବାଦରେ ଦୁର୍ଘଟଣା,୯ମୃତ

ଭୁବନେଶ୍ୱର,୨୦।୭(ଏସଏସନିଉଜ) ଅହମ୍ମଦାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏଥିରେ ୯ଜଣ ମୃତୁବରଣ କରିଥିବାବେଳେ ୧୩ଜଣ ଆହତ ହୋଇଛନ୍ତି।ସର୍ଖେଜ-ଗାନ୍ଧିନଗର ହାଇୱେର ଇସକନ୍‌ ମନ୍ଦିର ପାଖରେ ଏହି ଦୁର୍ଘଟଣା ଘଟିଛି।ଜାଗୁଆର କାର୍‌ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭ ପାଇଁ ଦୁର୍ଘଟଣା ଘଟିଥିବାର କୁହାଯାଉଛି।ଏହା ଏକ ହିଟ୍‌ ଆଣ୍ଡ ରନ୍‌ ମାମଲା ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି।