Browsing author

SATYA SANDHANA DESK

ମାଲକାନଗିରିକୁ ୧୫୮ କୋଟି

ମାଲକାନଗିରି,୨୫।୬(ଏସଏସନିଉଜ)ମାଲକାନଗିରି ଜିଲ୍ଲା ପାଇଁ ୧୫୮ କୋଟି ଟଙ୍କା ମଞ୍ଜୁର ହୋଇଛି।୨୧ଟି ସଡ଼କ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।୨୧ଟି ପ୍ରକଳ୍ପ ଅଧୀନରେ ହେବ ୧୭୨.୫୩ କିମି ରାସ୍ତା। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ।ଚିତ୍ରକୋଣ୍ଡା, କାଲିମେଳା, କୋରୁକୋଣ୍ଡା ଓ ପଡ଼ିଆରେ ହେବ ରାସ୍ତା।ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଫିଟିବ ଯୋଗା ଯୋଗର ବାଟ।ଜିଲ୍ଲାଗସ୍ତ ପରେ ସୁପାରିସ କରିଥିଲେ 5T ସଚିବ।

ବାବା ନେଇଗଲେ ସୁନାଚେନ !

ବାରଙ୍ଗ, ୨୪/୬ (ଏସଏସନିଉଜ) ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମର ରାକେଶ କୁମାର ପଢ଼ିହାରିଙ୍କ ଘରୁ ତାଙ୍କର ଏକ ସାଢେ ତିନିଭରି ଓଜନର ସୁନାଚେନ ଚୋରି ହୋଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି।ସୂଚନା ମୁତାବକ ରାକେଶ ତାଙ୍କ ପରିବାରର ଗ୍ରହ ଶାନ୍ତି ନିମନ୍ତେ ପୂଜାର୍ଚ୍ଚନା ପାଇଁ ଶନିବାର ସକାଳେ ଦୁଇଜଣ ନାଗା ସାଧୁଙ୍କୁ ଘରକୁ ଡାକିଥିଲେ।ଏହି ସମୟରେ ସେ ନିଜର ସୁନା ଚେନକୁ ଟେବୁଲ ଉପରେ ରଖି ଘର ଭିତରକୁ ଯାଇଥିଲେ।ଘରୁ ବାହାରକୁ ଆସିବା ପରେ ଟେବୁଲ୍ ଉପରେ […]

ଆଜିର ରାଶିଫଳ

୨୫-୬-୨୦୨୩(ରବିବାର)ରାତ୍ରି ଘ୧୨।୪୦ ଗତେ ଐଶାନ୍ୟେ ଯାତ୍ରାଶୁଭ । ବୃଷ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୧୦ ଗତେ ଘ୧।୩୦ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୧୦ ଗତେ ଘ୨।୩୧ ମଧ୍ୟେ କାଳରାତ୍ରି । ମୃତେ ଦ୍ଵିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ଦିବା ଘ୧୧।୬ ଗତେ ତ୍ରିପାଦ ଦୋଷ ।ଫଳଂ ସମ୍ପଦ ହାନି । ଭୂମି […]

ପାଣିପାଇଁ ରାସ୍ତାକୁଆସିବେଏସିଆନ ରେସିଡେନ୍ସି କଲୋନୀବାସୀ

ବାରଙ୍ଗ,୨୪ା୬(ଏସଏସନିଉଜ)ରାଜ୍ୟରେ ଆରମ୍ଭ ହୋଇଯାଇଛି ପାକ୍‌ମୈାସୁମୀ ବର୍ଷା ।ପ୍ରବଳଗ୍ରିଷ୍ମ ପ୍ରବାହରୁ ଜନଜୀବନ ଆଶ୍ୱସ୍ଥ ହୋଇଛି ।କିନ୍ତୁ ବର୍ଷା ଦିନ ଆସିବାରୁ ରାଜଧାନୀ ଉପକଣ୍ଠ ଏସିଆନ ରେସିଦଡେନ୍ସି କଲୋନୀବାସୀଙ୍କ ଚିନ୍ତା ବଢିଯାଇଛି ।ସାମାନ୍ୟ ବର୍ଷାରେ ଘରଆଗରେ ଆଣ୍ଠୁଏପାଣି ଜମିରହୁଥିବା ବେଳେ ଲଗାଣବର୍ଷା ହେଲେ ଘରୁ କିପରିବାହାରିବେ ତାହା ସେମାନଙ୍କ ପାଇଁ ଏବେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରସାଶନର ବହୁବାର ଦ୍ୱାରସ୍ଥ ହୋଇ କୈାଣସି ସୁଫଳ ନମିଳିଥିବାରୁ ବାଧ୍ୟ ହୋଇ ରାଜରାସ୍ତାକୁ ଆସିବାକୁ ନିଷ୍ପତି ନେଇଛନ୍ତି କଲୋନୀବାସୀ […]

ନନ୍ଦନକାନନରେ ୪ଦିନରେ ୩ମୃତ

ବାରଙ୍ଗ,୨୪।୬ (ଏସଏସନିଉଜ)ନନ୍ଦନ କାନନଙ୍କୁ ବିଶ୍ୱସ୍ତରୀୟ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।କିନ୍ତୁ ନନ୍ଦନକାନନରେ ପଶୁପକ୍ଷୀମାନଙ୍କ ମୃତୁହାର କମିବାର ନାଁ ଧରୁନାହିଁ।ରୋଗ ନିରୂପଣ ନକରିପାରିବା ଏହାର ମୁଖ୍ୟ କାରଣବୋଲି ଚର୍ଚ୍ଚା ଜୋର ଧରିଛି। ନନ୍ଦନକାନନରେ ଗତ୪ଦିନରେ ୩ଟି ପଶୁପକ୍ଷୀ ଙ୍କର ମୃତ୍ୟୁଘଟିଛି ।ବୁଧବାରଦିନ ଏକ ୮ବର୍ଷର ମାଇ ବିଲୁଆ, ଗୁରୁବାରଦିନ ମୟୁର ଓ ଶନିବାରଦିନ ଏକ ଅଣ୍ଡିରା ବଜ୍ରକାପ୍ତାର ଚିକିସ୍‌।ଧିନ ଅବସ୍ଥାରେ ମୃତ୍ୟୁଘଟିଛି । ଗତ ୧ମାସ ତଳେ ବଜ୍ରକାପ୍ତାଟି ହଠାତ ଅସୁସ୍ତ ହୋଇପଡିଥିଲା ।ଧୀରେଧୀରେ […]

ଗାଈଚୋରି କରି ନେଉଥିବା ବେଳେ ଧରିଲା ପୋଲିସ

ବାରଙ୍ଗ, ୨୪/୬ (ଏସଏସନିଉଜ ) ଶୁକ୍ରବାର ବିଳମ୍ବିତ ରାତିରେ ବାରଙ୍ଗଥାନା ପୋଲିସର ଦୁଇଟି ଦଳ ରାସ୍ତାବ୍ଳକିଂ କରି ଚେକିଂ କରୁଥିବାବେଳେ ଗାଈ ଚୋରିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିଲେ।ସେମାନେ ହେଲେ ବିଡ଼ାନାସିଥାନା ଅଧିନସ୍ତ ତୁଳସୀପୁର ଅଂଚଳର ଏସକେ ୱାଜିଦ(୩୭), ସୟିଦ ବାବୁ (୨୮), ମଙ୍ଗଳାବାଗଥାନା ଅଧୀନ କେଶପୁରର ସେକ ଉସମାନ(୪୪), ସେକ ରିୟାଜ଼ (୩୦)। ପ୍ରକାଶ ଯେ,ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣାଙ୍କ ନିର୍ଦ୍ଦେଶରେ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ତ୍ରିଶୂଳିଆ ବଜାର ଏବଂ […]

ଆଜିର ରାଶିଫଳ

ଜୁନ ମାସ ୨୪ ତାରିଖ ୨୦୨୩ ମସିହା(ଶନିବାର) ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୫ /୧୩/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୫୯,କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା – ଦିବା ଘ୦୬/୫୨ ମଧ୍ୟେ ଓ ଘ୦୪/୪୪ ଗତେ ଘ୦୬/୨୩ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୩ /୦୭ ଗତେ ଘ୦୫/୧୪ ମଧ୍ୟେ ଓ ରାତ୍ରି ଘ୦୭/୧୦ ଗତେ ଘ୦୮/୦୧ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- ଦିବା ଘ୦୯ /୧୩ ଗତେ ଘ୧୧/୩୮ ମଧ୍ୟେ, […]

୪୦ଲିଟର ଦେଶୀମଦ ସହ ସ୍କୁଟି ଜବତ

ମେଣ୍ଢାଶାଳ,୨୩ା୬(ଏସଏସନିଉଜ) ଚନ୍ଦକାଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରୟ କରୁଥିବା ଅଭିଯୋଗରେ ସୁର୍ଯ୍ୟଦିଗି ନାମକ ବ୍ୟକ୍ତିଙ୍କୁ ଗିରଫ କରି୨୦୯/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛନ୍ତି ।ପୋଲିସ ତାଠାରୁ ୪୦ଲିଟରଦେଶୀମଦକୁ ଜବତ କରିଛନ୍ତି ।ବିଶେଷସୁତ୍ରରୁ ଖବରପାଇ ଥାନାରପେଟ୍ରୋଲିଙ୍ଗ ଟିମ୍ ଡେରାସ ଡ୍ୟାମରୁ ନୋଧୁରା ମଧ୍ୟରେ ଥିବା କାଳୁ ଫାର୍ମହାଉସ ନିକଟରେ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଦେଶୀ ମଦ ବିକ୍ରି ଅଭିଯୋଗ ସୁର୍ଯ୍ୟଦିଗିକୁ ଗୁରୁବାର ରାତିରେ ଗିରଫ କରିଥିଲେ ।ପୋଲିସ ୪୦ଲିଟରଦେଶୀମଦ ସହ ଓଡି୩୩-ଏବି-୭୮୦୫ନଂ ବାଇକକୁ ଜବତ […]

ବନ୍ଦହେବ କି ଆଞ୍ଚଳିକଖେଳ ଓ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ?

ମେଣ୍ଢାଶାଳ,୨୨|୬(ଏସଏସନିଉଜ )ରାଜଧାନୀ ଭୁବନେଶ୍ବରରେ ପ୍ରସ୍ତାବିତ ଟାଉନ୍ ପ୍ଲାନିଙ୍ଗ୍ ସ୍ମିମରେ ଭୂବନେଶ୍ବର ବ୍ଲକର ତମାଣ୍ଡୋ ମିନି ଷ୍ଟାଡିୟମ ସହିତ ଶ୍ମଶାନ ଏବଂ ଖଟିଖିଆ ଗରିବ ବସ୍ତିଟିଏ କ୍ଷତି ହେଉଛି । ଯାହାକୁ ନେଇ ବୁଧବାର ଶିବ ଶକ୍ତି କ୍ଲବ୍ ଘରେ ଏକ ଆଲୋଚନା ସଭାରେ ସ୍ଥିର ହୋଇଛି କି ଯେହେତୁ ରାର୍ଯ୍ୟ ସରକାର ଏକଛତ୍ରବାଦ ନୀତି ଆପଣେଇ କୋର୍ଟକୁ ସନମ୍ମାନ ନ ଦେଇ ଖେଳ ପଡିଆ ଅଧିଗ୍ରହଣ କରିବାକୁ ଯାଉଛନ୍ତି ଯଦି ଏଥିରୁ ନିବୃତ ନ ରହିବେ ତେବେ […]

ଆଜିର ରାଶିଫଳ

୨୦୨୩ମସିହା ଜୁନ୍ ମାସ ୨୩ତାରିଖ ଶୁକ୍ରବାର।ମଘାପଞ୍ଚମୀ ସ୍ନାନ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୨/୩୯ ,ସୂର୍ଯ୍ୟାସ୍ତ-ଘ୬/୨୪/୨୭ ,ଆଷାଢ଼ ମାସ ,ଶୁକ୍ଳପକ୍ଷ ,ଭୃଗୁ ବାସ ,ତିଥି- ପଞ୍ଚମୀ ରାତ୍ରି ଘ୮/୨ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ରାତ୍ରି ଘ୮/୨ମି ପରେ ପଶ୍ଚିମ ଦିଗରେ। ଅଗନ୍ତବ୍ୟ ତିଥି, ଶନିସପ୍ତ ଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକର ରାଶିର ଘାତଚନ୍ଦ୍ର ।ଘାତ ବାର–ବିଛା, ଧନୁ ଓ ମୀନ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ ,ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବେଲ, ରାତ୍ରି ଘ୮/୨ମି ପରେ ନିମ୍ବ ଭକ୍ଷଣ ନିଷେଧ।ଅଶୁଭବେଳା- […]