Browsing author

SATYA SANDHANA DESK

କଟକରେ ଜଳିଗଲା ବସ୍

କଟକ,୧୭।୪(ଏସଏସନିଉଜ) ମଧୁପାଟଣାରେ ଜଳିଯାଇଛି ଛିଡ଼ା ହୋଇରହିଥିବା ଏକ ବସ l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରାହୁଥିବାବେଳେ ବସ୍‌ରେ କେହି ଯାତ୍ରୀ ନଥିବାବେଳେ ଏହି ଅଘଟଣ ଘଟିଛି।

ଆଜିର ରାଶିଫଳ

୧୭-୪-୨୦୨୩(ସୋମବାର)ଯୋଗିନୀ ନୈଋତେ । ଦିବା ଘ୪।୧ ଗତେ ଦକ୍ଷିଣେ ଯାତ୍ରାଦି ଶୁଭ । ଦେବତାଗଠନ,ଚାଳନ, ବାଣିଜ୍ୟ କରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଗତ‌ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରା ଚନ୍ଦ୍ରଶୁଦ୍ଧି ।ରାତ୍ରି ଘ୩।୩୭ ଗତେ ରେବତୀ ଅଶ୍ଵିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ରାତ୍ରି ଘ୯।୪ […]

ସରିଲା ମାଟ୍ରିକପରୀକ୍ଷା ଖାତାଦେଖା

ଭୁବନେଶ୍ୱର,୧୬।୪(ଏସଏସନିଉଜ)ସରିଲା ମାଟ୍ରିକପରୀକ୍ଷା ଖାତାଦେଖା ।ନିର୍ଦ୍ଧାରିତ ୧୨ ଦିନ ଅବଧି ମଧ୍ୟରେ ଖାତାଦେଖା ଶେଷ ହୋଇଛି।ଖାତାଦେଖା ପରେ ଏବେ ପ୍ରୋସେସିଂ ଓ ଟାବୁଲେସନ ହେବ।ଖାତା ଦେଖାପାଇଁ ୧୩ହଜାର ଶିକ୍ଷକ ନିଯୋଜିତ ହୋଇଥିଲେ।ପରୀକ୍ଷାଫଳ ମେଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ।ଚଳିତବର୍ଷ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ଗଡିଲା ଦୁଇମୁଣ୍ଡ

କେନ୍ଦ୍ରାପଡା,୧୬ା୪(ଏସଏସନିଉଜ)ଆଳିରେ ରାଜନୈତିକ ଶତ୍ରୁତା ଓ ଚାନ୍ଦୋଳରେ ଜମିଜମା ବିବାଦକୁ କେନ୍ଦ୍ରକରି ଦୁଇଜଣଙ୍କ ଜୀବନଯାଇଛି। ଉଭୟ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।ରାଜନୈତିକ ଶତ୍ରୁତାରୁ ଆଳିଥାନା ସହିରାଗ୍ରାମର ଅମିତପାତ୍ର ଗତକାଲି ବିଳମ୍ବିତ ରାତିରେ ଆକ୍ରମଣର ଶିକାରହୋଇ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦହିଅଣ୍ଟା ଗ୍ରାମରୁ ହରିହାଟଭୋଜି ଖାଇ ଅମିତ ଓ ଶଳା ସଞ୍ଜୟଜେନା ଫେରୁଥିବାବେଳେ ଦହିଅଣ୍ଟା ଛକ ନିକଟରେ ଛୁରାମାଡ ହୋଇଥିଲେ । ଏହି ଘଟଣାରେ ରଶ୍ମିରଞ୍ଜନରାଉଳଙ୍କୁ […]

ଓଲଟିଲା ଅଟୋ

ବ୍ରହ୍ମଗିରି, ୧୬ା୪(ଏସଏସନିଉଜ) କୃଷ୍ଣପ୍ରସାଦରେ ଅନୁଷ୍ଠିତ ହୋଇଥିବା ଦ୍ଵିତୀୟ ବାଲିଯାତ୍ରା ତଥା ପଣାଯାତ୍ରାଦେଖି ୭ଜଣ ଯାତ୍ରୀଙ୍କୁ ନେଇ ଖଟିସାହି ଗ୍ରାମରୁ ଆସୁଥିବାବେଳେ ଏକ ବ୍ୟାଟେରିଚାଳିତ ଅଟୋ ଚିଲିକାରେ ଦୁର୍ଘଟଣାଗ୍ରସ୍ଥ ହୋଇଛି ।ଅଟୋଟି ଭାରସାମ୍ୟ ହରାଇ କୁରୁପାଳ ଚିଲିକାରେ ଓଲଟିପଡ଼ିଥିଲା।କୁରୁପାଳଗ୍ରାମର କିଛି ଲୋକେ ଏହାଦେଖି ପାଣିକୁ ଡେଇଁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବାରୁ ମୃତ୍ୟୁ ମୁଖରୁ ୭ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିଲେ ।

ସୀମା ବିବାଦକୁନେଇ ଦୁଇଗାଁ ମଧ୍ୟରେ ସଂଘର୍ଷ

ଭଦ୍ରକ , ୧୬ା୪(ଏସଏସନିଉଜ) ସୀମା ବିବାଦକୁ ନେଇ ହାଟଡିହି ବ୍ଲକ୍ ଓରାଳି ଛକରେ ଦୁଇଗ୍ରାମ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ୧୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ୧୦ରୁ ଊର୍ଦ୍ଧ୍ବ ଦୋକାନ ଭଙ୍ଗାରୁଜା କରି ସେଥିରେ ନିଆଁ ଲଗାଇ ଦେଇଛନ୍ତି। ଦୁଇଟି କାର୍‌, ତିନିରୁ ଊର୍ଦ୍ଧ୍ବ ବାଇକ୍ ପୋଡ଼ି ଦେଇଛନ୍ତି। ଯାହାଫଳରେ ଆନନ୍ଦପୁର-ଭଦ୍ରକ ରାସ୍ତାରେ ଗାଡ଼ିମୋଟର ଚଳାଚଳ ଠପ୍ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର-ଭଦ୍ରକ ରାସ୍ତାର ଓରାଳିଛକର ନାମକରଣକୁ ନେଇ ଓରାଳି ଏବଂ ଭଦ୍ରକ ଜିଲ୍ଲା […]

ଅନୈତିକକାର୍ଯ୍ୟ ଯୋଗୁ କାଟିଲେ ଯୌନାଙ୍ଗ

ବରଗଡ଼, ୧୬ା୪(ଏସଏସନିଉଜ)ଜଣେ ବିବାହିତା ମହିଳାଙ୍କ ସହ ଅନୈତିକକାର୍ଯ୍ୟ  କରିବା ପଡିଛି ମହଙ୍ଗା ।ଶେଷରେ ଜୀବନ ହାରିବାକୁ ପଡିଛି ।ଏହିଭଳି ଚାଞ୍ଚଲ୍ୟକର ଖବର ସୋହେଲାବୁଡ଼ାମାଲ ଅଞ୍ଚଳରେ ଘଟିଛି । ସାନନ୍ଦ ସା ନାମକ ଯୁବକ ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ କାର‌୍ୟ୍ୟ ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଯାଇଥିଲା ।ଗ୍ରାମବାସୀମାନେ ଉକ୍ତ ଯୁବକର ଯୌନାଙ୍ଗ କାଟିଦେଇଥିବା କୁହାଯାଉଛି। ଏବେ ବି ବିଲରେ ଯୁବକର ମୃତଦେହ ପଡ଼ିରହିଛି।  

ସିଲିଆରିବାହାର ଗାଁରେ ବାଘ ଅସୁସ୍ଥ

ନୂଆପଡ଼ା, ୧୬ା୪(ଏସଏସନିଉଜ) ଧରମବନ୍ଧାସେକ୍ସନ ସିଲିଆରିବାହାରା ଗାଁରେ ବାଘ ଆତଙ୍କ ଦେଖା ଦେଇଥିବାବେଳେ ରବିବାର ସକାଳୁ କଲରାପତରିଆବାଘଟି ଗାଈକୁ ଶିକାର କରି ଶିକାରକୁ ଜଗି ରହିଛି। ଭୋକିଲା ବାଘ ଅଧିକ ଖାଦ୍ୟ ଖାଇଦେଇ ଜଙ୍ଗଲ ଭିତରକୁ ଯାଇ ପାରୁନଥିବାବେଳେ ବାଘଟି ଅସୁସ୍ଥ ଥିବାର ଲୋକେ ଅନୁମାନ କରିବା ସହ ମୋବାଇଲରେ ଫଟୋ ମଧ୍ୟ ଉଠାଇଥିଲେ ।ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିଥିବା ଜଣାଯାଇଛି। .

ବର୍ଷାଦିନ ପୂର୍ବରୁ ଘରନମିଳିଲେ ରାଜରାସ୍ତାରେ ନିଆଁଜଳିବ

ଭୁବନେଶ୍ୱର,୧୬ା୪(ଏସଏସନିଉଜ) ପିଏମ୍ ଆବାସରେ ଘରବଣ୍ଟା ବିଳମ୍ବକୁ ନେଇ ବିଜେପି ରାଜ୍ୟସରକାରଙ୍କୁ ସମାଲୋଚନା କରିଛି । ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପିନେତା ପୃଥ୍ୱୀରାଜ ହରିଚନ୍ଦନ ।ରାଜ୍ୟକୁ ଆସିଥିବା ୯.୫୯ ଲକ୍ଷ ଆବାସ ବଣ୍ଟା ନହୋଇ ପଡ଼ିରହିଛିାଅଯୋଗ୍ୟ ଲୋକଙ୍କଠୁ ବିଜେଡ଼ିନେତା ୨୦ହଜାର ଲେଖାଏଁ ନେଇଛନ୍ତି!ତେଣୁ ତାଙ୍କନାଁ କାଟି ପାରୁନାହାନ୍ତିା ଯେଉଁଥିପାଇଁ ଘରନବାଣ୍ଟି ସମୟ ଗଡାଉଛନ୍ତିାଇଛାଶକ୍ତି ଥିଲେ ୧୫ଦିନରେ ତାଲିକାକରି ଘରବାଣ୍ଟନ୍ତୁାବର୍ଷାଦିନପୂର୍ବରୁ କାର‌୍ୟ୍ୟାଦେଶସାରିବାକୁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।ବର୍ଷାଦିନ ପୂର୍ବରୁ ଘରନମିଳିଲେ ରାଜରାସ୍ତାରେ ନିଆଁଜଳିବ ବୋଲି ହରିଚନ୍ଦନ […]

ସିବିଆଇ ଅଫିସ୍‌ରେ କେଜରିୱାଲ

ଭୁବନେଶ୍ୱର,୧୬ା୪(ଏସଏସନିଉଜ) ସିବିଆଇ ଅଫିସ୍‌ରେ ପହଞ୍ଚିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ। ଦିଲ୍ଲୀ ମଦଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜରିୱାଲ ହାଜର ହୋଇଛନ୍ତି। ସିବିଆଇର ସମନପରେ ହାଜର ହୋଇଛନ୍ତି କେଜରିୱାଲ ।ମୁଁ କିଛି ଭୁଲ୍ କରିନାହିଁ ତ ଲୁଚେଇବି କଣପାଇଁ ବୋଲି କହିଛନ୍ତି । ଉଈଓ ଯାହା ବି ପଚାରିବେ ସଚ୍ଚୋଟ୍ ଭାବେ ଉତ୍ତର ଦେବି ବୋଲି କହିଛନ୍ତି ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା