Browsing author

SATYA SANDHANA DESK

ଗିରଫଦାରୀସଂଖ୍ୟା ହେଲା ୭୯

ସମ୍ବଲପୁର, ୧୬ା୪(ଏସଏସନିଉଜ) ବାଇକ୍ ରାଲିରେ ପଥରମାଡ଼ ଓ ଦୋକାନପୋଡ଼ି ଘଟଣାରେ ଆଉ ୩୦ଜଣଙ୍କୁ ଗିରଫକରିଛି ପୋଲିସ ।ଏବେ ଗିରଫଦାରୀସଂଖ୍ୟା ୭୯କୁ ବୃଦ୍ଧିପାଇଛି। ହନୁମାନଜୟନ୍ତୀ ଅବସରରେ ଅନେକସ୍ଥାନରେ ଭଙ୍ଗାରୁଜା ହେବା ସହ ପୋଡ଼ାଜଳାଘଟଣାରେ ୨୬ଜଣଙ୍କୁ ପୁଲିସ ପ୍ରଥମେ ଗିରଫକରିଥିବା ବେଳେ ହନୁମାନଜୟନ୍ତୀଦିନ ଘଟିଥିବାହିଂସାକାଣ୍ଡ ଓ ଭଙ୍ଗାରୁଜାଘଟଣାରେ ୨୩ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ଆଉ୩୦ଜଣଙ୍କୁ ଗିରଫ କରାଯିବାପରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ଗତ ୧୨ତାରିଖସନ୍ଧ୍ୟାରେ ହନୁମାନଜୟନ୍ତୀ ବାଇକ୍ ରାଲି ବେଳେ ସମ୍ବଲପୁରରେ ଆରମ୍ଭହୋଇଥିବା ହିଂସାକାଣ୍ଡ ୧୪ତାରିଖପର୍ଯ୍ୟନ୍ତ ଲାଗିରହିଥିଲା। […]

ଆଜିର ରାଶିଫଳ

୨୦୨୩ ମସିହା ଅପ୍ରେଲ ମାସ ୧୬ ତାରିଖ ରବିବାର। ସର୍ବସମ୍ମତ ବରୁଥିନୀ ଏକାଦଶୀ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୨/୧୦,ସୂର୍ଯ୍ୟାସ୍ତ- ଘ୬/୧/୪,ବୈଶାଖମାସ, କୃଷ୍ଣପକ୍ଷ,ତିଥି- ଏକାଦଶୀ ସନ୍ଧ୍ୟା ଘ୬/୩୦ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, ସିଂହ, କନ୍ୟା, ବିଛା, ଧନୁ ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର।ମେଷ ରାଶିର ଘାତବାର।ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଶିମ୍ବ, ସନ୍ଧ୍ୟା ଘ୬/୩୦ମି ପରେ ପୋଇଶାଗ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳାଦିବା ଘ୧୦/୬ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୬ମି […]

୧୭ରୁ ଖୋଲିବ ସ୍କୁଲ୍‌

ଭୁବନେଶ୍ୱର,୧୫ା୪(ଏସଏସନିଉଜ)ଏପ୍ରିଲ ୧୭ରୁ ଖୋଲିବାକୁ ଯାଉଛି ସ୍କୁଲ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପଡିଲାମାନଙ୍କର ପୁଣି ପାଠପଢ଼ା ହେବ ।ତେବେ ପାଠପଢାର ସମୟକୁ ବଦଳାଯାଇଛି ।ସକାଳ ୬ଟା ୩୦ରୁ ଦିନ ୧୧ଟା ପର‌୍ୟ୍ୟନ୍ତ ଚାଲିବ କ୍ଲାସ ।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମୟ ନିର୍ଘଣ୍ଟ ବଦଳାଇ ପାରିବେ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ ।  

ଆଜିର ରାଶିଫଳ

ଅପ୍ରେଲମାସ ୧୫ ତାରିଖ ୨୦୨୩ ମସିହା(ଶନିବାର) ବୈଶାଖମାସ-କୃଷ୍ଣପକ୍ଷ,ତିଥି- ଦଶମୀ ରାତ୍ରି ଘ୦୮/୫୫ ପର୍ୟ୍ୟନ୍ତ ତଦନ୍ତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୦୯,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବୃଷ ,ସିଂହ ଓ କନ୍ୟା ରାଶିର ଘାତବାର,ଦଶମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମଶାଗ ଭକ୍ଷଣ ନିଷେଧ। ମେଷ-ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ […]

କଟକ ରେଲୱେଷ୍ଟେସନରେ ଅଘଟଣ

ଭୁବନେଶ୍ୱର,୧୪ା୪(ଏସଏସନିଉଜ) କଟକ ରେଲୱେଷ୍ଟେସନରେ ଅଘଟଣ ଘଟିଛି ।ଭାଙ୍ଗିଯାଇଛି ଏକ୍ସପ୍ରେସ ଟ୍ରେନର ବଫରାବାଙ୍ଗିରପୋଷି-ଭୁବନେଶ୍ବର ଟ୍ରେନର ଭାଙ୍ଗି୍‌ଯାଇଛି ବଫରାଟ୍ରେନଟି କଟକ ଷ୍ଟେସନରେ ପହଞ୍ଚିବା ପରେ ଏହି ଅଘଟଣ ଘଟିଛି ।ସକାଳ ପ୍ରାୟ ସାଢ଼େ୯ଟାରେ ଘଟିଛି ଘଟଣା ।ଟ୍ରେନରେ ଥିବା ସମସ୍ତଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଲିଥିବାବେଳେ ୧ନଂପ୍ଲାଟଫର୍ମରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଆଜିର ରାଶିଫଳ

୧୪-୪-୨୦୨୩(ଶୁକ୍ରବାର)ମହାବିଷୁବ(ପଣା)ସଂକ୍ରାନ୍ତି,ହନୁମାନଙ୍କ ଜୟନ୍ତୀ ,ସିଂହରାଶିର ଘାତଚନ୍ଦ୍ର । ବିଛା ଧନୁ ଓ ମୀନରାଶିମାନଙ୍କର ଘାତବାର । ଦିବା ଘ୮।୩୯ ଗତେ ଘ୧୧।୪୨ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୮।୫୩ ଗତେ ଘ୧୦।୧୯ ମଧ୍ୟେ କାଳରାତ୍ରି । ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଲାଉ ଭକ୍ଷଣନିଷେଧ । ମହାବିଷୁବ(ପଣା) ସଂକ୍ରାନ୍ତି କୃତ୍ୟ। ଅଦ୍ୟ ଦିବା ଘ୧୧।୪୬ ଗତେ ସୂର୍ଯ୍ୟାସ୍ତମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳ ।ଅମୃତ–ଦିବା ଘ୭।୭ ମଧ୍ୟେ ଘ୭।୫୫ ଗତେ ଘ୧୦।୧୯ ମଧ୍ୟେ ଘ୧୨।୪୩ ଗତେ ଘ୨।୧୯ […]

ଆଜିର ରାଶିଫଳ

୨୦୨୩ମସିହା ଅପ୍ରେଲମାସ ୧୩ତାରିଖ ଗୁରୁବାର।ଶରଣଆରମ୍ଭ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୪/ ୩୧,ସୂର୍ଯ୍ୟାସ୍ତ- ଘ୬/୦/୧୫ ,ବୈଶାଖମାସ ,କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ରାତ୍ରି ଘ୧/୩୫ମି ପର୍ଯ୍ୟନ୍ତ ତଦନ୍ତେ ନବମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଐଶାନ୍ୟ କୋଣରେ। ରାତ୍ରି ଘ୧/୩୫ମିପରେ ପୂର୍ବଦିଗରେ। ଅଗନ୍ତବ୍ୟପରେ ରିକ୍ତାତିଥି, ମାସାନ୍ତ ଓ ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି–ମିଥୁନ, କର୍କଟ, କନ୍ୟା, ଧନୁ, ମକର ଓ ମୀନ ଏହିରାଶି ମାନଙ୍କର ଏବଂ ଦିବା ଘ୪/୫୪ମି ପରେ ମେଷ, କର୍କଟ, ତୁଳା, ବିଛା, ମକର ଓ କୁମ୍ଭ ଏହିରାଶିମାନଙ୍କର […]

ଆଜିର ରାଶିଫଳ

୨୦୨୩ ମସିହା ଅପ୍ରେଲ ମାସ ୧୨ ତାରିଖ ବୁଧବାର। ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୫/ ୨୩,ସୂର୍ଯ୍ୟାସ୍ତ- ଘ୫/୫୯/୫୫, ବୈଶାଖମାସ,କୃଷ୍ଣପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୩/୩୯ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ଚନ୍ଦ୍ରଶୁଦ୍ଧି–ମିଥୁନ, କର୍କଟ, କନ୍ୟା, ଧନୁ, ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି ।ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର।କର୍କଟରାଶିର ଘାତବାର।ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- ତାଳ ଭକ୍ଷଣ ନିଷେଧ।କାଳବେଳା- ଦିବା ଘ୭/୩୧ମି ରୁ ଘ୧୦/୭ମି ମଧ୍ୟେ।କାଳରାତ୍ରି-ରାତ୍ରି ଘ୨/୩୬ମି ରୁ ଘ୪/୩୩ମି ପର୍ଯ୍ୟନ୍ତ।ଅମୃତ- ପ୍ରାତଃ ରୁ ଘ୭/୯ମି […]

ପୋଲିସକୁ କାମୁଡ଼ିଲେ ଲୋକେ

ଆଠଗଡ଼,୧୧।୪(ଏସଏସନିଉଜ)ଜମିମାପଚୁପକୁ ନେଇ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି।ଲୋକମାନେ ପୋଲିସ କଥାରେ ଅସନ୍ତୁଷ୍ଟ ହୋଇ ଦୁଇପୋଲିସ ଅଧିକାରୀଙ୍କୁ କାମୁଡ଼ି ପକାଇଛନ୍ତି।କୋଳଥପଙ୍ଗି ଅଞ୍ଚଳରେ ଜମି ମାପଚୁପ ବେଳେ ତାତିଥିଲେ ଗାଁ ଲୋକେ।ଜଣେବ୍ୟକ୍ତି ଓ ଏକ କମ୍ପାନୀକୁ ଜମି ହସ୍ତାନ୍ତର ପାଇଁ ପୋଲିସ ଯାଇଥିଲା। ତହସିଲଦାର,ଏସଡିପିଓଙ୍କ ଉପସ୍ଥିତିରେ ମାପଚୁପ ବେଳେ ଲୋକମାନେ ବିରୋଧ କରିଥିଲେ।ଲୋକମାନେ ଉତ୍ୟକ୍ତ ହୋଇ ଉପସ୍ଥିତ ଥିବା ଗୁରୁଡ଼ିଝାଟିଆ IIC, ଆଠଗଡ଼ ମହିଳା SIଙ୍କ ଆଙ୍ଗୁଠି କାମୁଡ଼ି ପକାଇଛନ୍ତି

କୋଇଲାଖଣିରେ ବଡ଼ଅଘଟଣ-୨ମୃତ

ସୁନ୍ଦରଗଡ଼,୧୧।୪(ଏସଏସନିଉଜ)ଆଜି ସକାଳୁ ଏମସିଏଲ ଗର୍ଜନବାହାଲ କୋଇଲା ଖଣିରେଏକ ବୋଲେରୋ ଉପରେ ଭାରୀଯାନ ହୋଲପେକ୍ ମାଡ଼ିଯାଇଛି।ଯାହାଫଳରେ ଗାଡ଼ିରେଥିବା ୨ କର୍ମଚାରୀ ଅପରେଟର ଉମାକାନ୍ତ ପଟେଲ ଓ ଭାରପ୍ରାପ୍ତ ମୁଖ୍ଯ ଜଗଦୀଶ ଓରାମଙ୍କର ଘଟଣା ସ୍ଥଳରେ ମୃତ୍ଯୁ ହୋଇଯାଇଛି।ଅନ୍ଯ୭ କର୍ମଚାରୀ ଗୁରୁତରହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।ଏକ ବୋଲେରୋଖଣିକର୍ମଚାରୀଙ୍କୁ ନେଇ ଯାଉଥିବା ବେଳେ ଅଘଟଣ ଘଟିଛି।ବୋଲେରୋଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଛି।ଏହାକୁନେଇ ଉତେଜନା ଦେଖାଦେବା ସହ ଖଣିରେ ଉତ୍ତୋଳନ ଓ ପରିବହନ କାମ ବନ୍ଦ ରହିଛି।