ସମ୍ବଲପୁର, ୧୬ା୪(ଏସଏସନିଉଜ) ବାଇକ୍ ରାଲିରେ ପଥରମାଡ଼ ଓ ଦୋକାନପୋଡ଼ି ଘଟଣାରେ ଆଉ ୩୦ଜଣଙ୍କୁ ଗିରଫକରିଛି ପୋଲିସ ।ଏବେ ଗିରଫଦାରୀସଂଖ୍ୟା ୭୯କୁ ବୃଦ୍ଧିପାଇଛି। ହନୁମାନଜୟନ୍ତୀ ଅବସରରେ ଅନେକସ୍ଥାନରେ ଭଙ୍ଗାରୁଜା ହେବା ସହ ପୋଡ଼ାଜଳାଘଟଣାରେ ୨୬ଜଣଙ୍କୁ ପୁଲିସ ପ୍ରଥମେ ଗିରଫକରିଥିବା ବେଳେ ହନୁମାନଜୟନ୍ତୀଦିନ ଘଟିଥିବାହିଂସାକାଣ୍ଡ ଓ ଭଙ୍ଗାରୁଜାଘଟଣାରେ ୨୩ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ଆଉ୩୦ଜଣଙ୍କୁ ଗିରଫ କରାଯିବାପରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି। ଗତ ୧୨ତାରିଖସନ୍ଧ୍ୟାରେ ହନୁମାନଜୟନ୍ତୀ ବାଇକ୍ ରାଲି ବେଳେ ସମ୍ବଲପୁରରେ ଆରମ୍ଭହୋଇଥିବା ହିଂସାକାଣ୍ଡ ୧୪ତାରିଖପର୍ଯ୍ୟନ୍ତ ଲାଗିରହିଥିଲା। ସ୍ଥିତିଅଣାୟତ୍ତ ଆଡ଼କୁ ଯାଇପାରେବୋଲି ଆଶଙ୍କାକରି ପ୍ରଶାସନ ଶୁକ୍ରବାର ମଧ୍ୟରାତ୍ରିରୁ ସହରରେ ଅନ୍ୟାଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛି।