Browsing author

SATYA SANDHANA DESK

ସ୍କୁଲଗାଡ଼ି ଦୁର୍ଘଟଣାଗ୍ରସ୍ତ

ପାରାଦୀପ,୧୧।୪(ଏସଏସନିଉଜ)ପାରାଦୀପ ସନ୍ତରା ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡ଼ିଛି ସ୍କୁଲ ମ୍ୟାଜିକଭ୍ୟାନ। ଦୁର୍ଘଟଣାରେ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଆହତ ହୋଇଥିବାର ଜଣାପଡିଛି। ସକାଳ ୬ଟାରେ ଆଦର୍ଶ ବିଦ୍ୟାଳୟଗାଡ଼ି ପିଲାଙ୍କୁ ନେଇ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆହତଙ୍କୁ କୁଜଙ୍ଗ ଓ ଜଗତସିଂହପୁର ଚିକିତ୍ସାଳୟରେ ଭର୍ତ୍ତି ଜରାଯାଇଛି।

ଆଜିର ରାଶିଫଳ

୨୦୨୩ମସିହା ଅପ୍ରେଲମାସ୧୧ତାରିଖମଙ୍ଗଳବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୬/୮ ,ସୂର୍ଯ୍ୟାସ୍ତ- ଘ୫/୫୯/୪୨ ,ବୈଶାଖ ମାସ ,କୃଷ୍ଣ ପକ୍ଷ ,ତିଥି- ପଞ୍ଚମୀ ଦିବା ଘ୭/୭ମି ପରେ ଷଷ୍ଠୀ କ୍ଷୟ ନିଶାନ୍ତ ଘ୫/୩୧ମିପର୍ଯ୍ୟନ୍ତ ।ମଙ୍ଗଳବାରତ୍ର୍ୟହସ୍ପର୍ଶ ତିଥି ଓ ମଙ୍ଗଳସପ୍ତ ଦୋଷ ହେତୁ ଯାତ୍ରା ନିଷେଧ ।ଦିବା ଘ୧/୨୪ମି ପରେ ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର।ମକର ରାଶିର ଘାତବାର।ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବେଲ ଦିବା ଘ୭/୮ମି ପରେ ନିମ୍ବ ଭକ୍ଷଣ ନିଷେଧ।କାଳବେଳା- ଦିବା ଘ୧/୨୨ମି ରୁ ଘ୨/୫୩ମିପର୍ଯ୍ୟନ୍ତ ।କାଳରାତ୍ରି-ରାତ୍ରି ଘ୭/୨୫ମି ରୁ ଘ୮/୫୩ମିପର୍ଯ୍ୟନ୍ତ […]

ଆଜିର ରାଶିଫଳ

୨୦୨୩ମସିହା ଅପ୍ରେଲମାସ ୧୦ତାରିଖ ସୋମବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୬/୫୭ ,ସୂର୍ଯ୍ୟାସ୍ତ- ଘ୫/୫୯/୨୫ ,ବୈଶାଖ ମାସକୃଷ୍ଣପକ୍ଷ ,ତିଥି- ଚତୁର୍ଥୀ ଦିବା ଘ୮/୩୧ମିପର୍ଯ୍ୟନ୍ତ  ତଦନ୍ତେ ପଞ୍ଚମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ। ଦିବା ଘ୮/୩୧ମି ପରେ ଦକ୍ଷିଣ ଦିଗରେ। ରିକ୍ତାତିଥି ଓ ବ୍ୟତିପାତ ଯୋଗ ଦୋଷ ହେତୁ ରାତ୍ରି ଘ୯/୧୧ମି ପରେ ରାତ୍ରି ଶେଷପର୍ଯ୍ୟନ୍ତ ଯାତ୍ରା ଶୁଭ। ଦକ୍ଷିଣ ଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର ନାହିଁ।ମିଥୁନ ରାଶିର ଘାତବାର।ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ […]

ମାଲକାନଗିରିରେ ହେବ ପୁଷ୍ପା -୨ର ସୁଟିଂ

ମାଲକାନଗିରି,୯ା୩(ଏସଏସନିଉଜ)ତେଲୁଗୁସୁପରଷ୍ଟାର୍ ଆଲୁଅର୍ଜୁନଙ୍କ ନୂଆସିନେମା ପୁଷ୍ପା-୨ରସୁଟିଂ ମାଲକାନଗିରିର ସ୍ବାଭିମାନଅଞ୍ଚଳରେ କରାଯିବାନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସବୁଜସଂକେତ ମିଳିଛି । ପ୍ରଡକସନ ମ୍ୟାନେଜର ପିଭିରାଓଙ୍କ ନେତୃତ୍ବରେ ଏକ ୬ଜଣିଆଟିମ ଗତ ୭ ଓ ୮ତାରିଖରେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା, ସାର୍କୁବନ୍ଧଝୋଲାପୋଲ ଆଦି ଅଂଚଳ ବୁଲିଦେଖିଛନ୍ତି। ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ସୁଟିଂ ପାଇଁ ଅନୁମତି ମଧ୍ୟ ଲୋଡ଼ିଛନ୍ତି। ଆଗାମୀ ମେମାସରେ ଫିଲ୍ମରସୁଟିଂ କରାଯିବ ବୋଲି ଜଣାଯାଇଛି।

ଚତୁର୍ଥଥର ପାଇଁ ପ୍ରସନ୍ନ ହେଲେ ସଭାପତି

ଖୋର୍ଦ୍ଧା,୯ା୪(ଏସଏସନିଉଜ) ମାବରୁଣେଇପୀଠସ୍ଥିତ ଡାକବଙ୍ଗଳାଠାରେ ଖୋର୍ଦ୍ଧାଜିଲ୍ଲା ନିଖିଳଉତ୍କଳ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀସଂଘ ପକ୍ଷରୁ ଜିଲ୍ଲାସମ୍ମିଳନୀ ଓ କର୍ମକର୍ତ୍ତାଚୟନ ରବିବାରଦିନ ଅନୁଷ୍ଟିତ ହୋଇଯାଇଛି।ଭୁବନେଶ୍ବରବ୍ଲକର ବରିଷ୍ଠକାର୍ଯ୍ୟନିର୍ବାହୀଅଧିକାରୀ ତଥା ସଂଘର ପୂର୍ବତନ ସଭାପତି ପ୍ରସନ୍ନ କୁମାରବାରିକଙ୍କ ସଭାପତିତ୍ବରେ ଆୟୋଜିତବୈଠକରେ ଖୋର୍ଦ୍ଧାଜିଲ୍ଲାର ୧୦ଟିବ୍ଲକର ୧୯୦ପଞ୍ଚାୟତରେ କାର୍ଯ୍ୟକରୁଥିବା ନିର୍ବାହୀଅଧିକାରୀଙ୍କ ସମସ୍ୟାସମ୍ପର୍କରେ ଆଲୋଚନା କରାଯିବା ସହିତ ନୂତନକର୍ମକର୍ତ୍ତା ଚୟନ କରାଯାଇଥିଲା।ଏଥିରେ ସର୍ବସମ୍ମତିକ୍ରମେ ଭୁବନେଶ୍ବରବ୍ଲକ ଅନ୍ତର୍ଗତ ବରିମୁଣ୍ଡପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀଅଧିକାରୀ ପ୍ରସନ୍ନକୁମାରବାରିକଙ୍କୁ ଚତୁର୍ଥଥରପାଇଁ ସଭାପତିଭାବେ ମନୋନୀତ କରାଯାଇଥିଲା ।ଉପ-ସଭାପତିଭାବେ ରବିନ୍ଦ୍ରକୁମାର ପୃଷ୍ଟି, ମନୋରଞନ ଜେନା,ଅନିତାମହାନ୍ତି,ସରସ୍ବତୀସେଠୀ,ସାଧାରଣ ସମ୍ପାଦକଭାବେ ଲାଲବିହାରୀର ଣଞିତ୍, କୋଷାଧ୍ୟକ୍ଷ […]

ଫେରାର କଏଦୀ ଧରାପଡ଼ିଲା

ମେଣ୍ଢାଶାଳ୯।୪(ଏସଏସନିଉଜ) ଜାମୁଝରିସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କରାଶ୍ରମରୁ ପ୍ରାତଃ ଭ୍ରମଣରେଯାଇ ଫେରାର ହୋଇଯାଇଥିବା କଏଦୀଙ୍କୁ ଶୁକ୍ରବାର ରାତିରେ ପୋଲିସ ଗିରଫକରି ରବିବାରଦିନ କୋର୍ଟ ଚାଲଣ କରିଛି।ଧରାପଡିଥିବା କଏଦୀ ହେଉଛନ୍ତି ସୁନ୍ଦରଗଡ଼ ହିମାଗିରିଥାନା ଅଧିନସ୍ତ ବାଙ୍ଗୁର କୋଲଗ୍ରାମର ନବୀନପାତ୍ର। ପ୍ରକାଶଯେ, ଗତ୨୩ ଡିସେମ୍ବର ୧୦୨୨ ମସିହାରେ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ସଜାକାଟୁଥିବା ନବୀନ ଏବଂ ତାଙ୍କର ଅନ୍ୟ ଜଣେ କାରାବାସରେ ସଜାକାଟୁଥିବା ସହଯୋଗୀଙ୍କ ସହ ପ୍ରାତଃ ଭ୍ରମଣରେ ଯାଇ ଆଶ୍ରମକୁ ଆଉ ଫେରିନଥିଲେ । […]

ଡହଡହ ଖରାରେ ଦଣ୍ଡୁଆଙ୍କ ଦଣ୍ଡନୃତ୍ୟ

ଭୁବନେଶ୍ୱର,୯ା୪(ଏସଏସନିଉଜ)ଡହଡହ ଖରାବେଳରେ ଦେଖଣାହାରୀଙ୍କୁ ବିମୋହିତ କଲା ସିଂହଦ୍ୱାରରେ ଦଣ୍ଡୁଆଙ୍କ ଦଣ୍ଡନୃତ୍ୟ ।ଏହି ଦଣ୍ଡୁଆମାନେ ଖୋର୍ଦ୍ଧାଜିଲ୍ଲା ବେଗୁନିଆବ୍ଲକର ଗଡ଼ମାଣତିର ଗ୍ରାମରୁ ଆସିଥିଲେ ।ନରେନ୍ଦ୍ରପୁଷ୍କରିଣୀରେ ବୁଡ଼ଦେଇ ଏହି ଦଣ୍ଡୁଆମାନେ ପ୍ରଚଣ୍ଡଖରାରେ ଖାଲିପାଦରେ ଚାଲିଚାଲି ପତିତପାବନ ଦର୍ଶନକରିବା ସହ ବାବାଲୋକନାଥ ଦର୍ଶନର ସାନିଧ୍ୟମଧ୍ୟ ନେଇଥିଲେ । ଏହି ଦଣ୍ଡୁଆମାନେ ଗଡ଼ମାଣତିରଠାରୁ ପୁରୀଲୋକନାଥମନ୍ଦିରପର୍ଯ୍ୟନ୍ତ ବାବାକାମନା ଦେବଙ୍କୁ ନେଇ ଆସିଛନ୍ତି । ନରେନ୍ଦ୍ରପୁଷ୍କରିଣୀରେ ସ୍ନାନକରି ଉଦୁଉଦିଆ ଖରାବେଳେ ଖାଲିପାଦରେ ବିନା ଖାଇବା ପିଇବାରେ ନରେନ୍ଦ୍ରପୁଷ୍କରିଣୀଠାରୁ ଲୋକନାଥମନ୍ଦିରପର୍ଯ୍ୟନ୍ତ ଦଣ୍ଡନୃତ୍ୟ କରିକରିଯିବା ସହିତ ଶ୍ରୀମନ୍ଦିରସିଂହଦ୍ୱାର ନିକଟରେ ପତିତପାବନଙ୍କୁ […]

ଓଡ଼ିଶାରେ ପରିବର୍ତ୍ତନ ହେବ-ମନମୋହନ

ଭୁବନେଶ୍ୱର,୯।୪(ଏସଏସ ନିଉଜ)ରାଜ୍ୟରେ ବିଜେପି ସରକାର ଗଠନ ନେଇ ମନମୋହନ ସାମଲଙ୍କ ଦୃଢ଼ୋକ୍ତି କରିଛନ୍ତି। ଦିଲ୍ଲୀରୁ ଫେରିବାର ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟସଭାପତି ମନମୋହନ ସାମଲ। ସେ କହିଛନ୍ତି ଓଡ଼ିଶାରେ ସରକାରପାଇଁ କେନ୍ଦ୍ରୀୟ ନେତା ସହଯୋଗ ଦେବେ ବୋଲି କହିଛନ୍ତି। ଓଡ଼ିଶାଲୋକ ସରକାର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀନେତା ଜାଣିଛନ୍ତି।ଦିଲ୍ଲୀଗସ୍ତ ସଫଳ ହୋଇଛି ଓ କେନ୍ଦ୍ରୀୟନେତୃତ୍ବ ସିରିୟସ ଅଛନ୍ତି।ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନର ପ୍ଲାନ୍‌ ରହିଛି।କେନ୍ଦ୍ରରେ ପୁଣି ବିଜେପି ସରକାର କରିବ , ଓଡ଼ିଶାରେ ପରିବର୍ତ୍ତନ […]

ଜୁନ୧ରୁ ସବୁ ଯାତ୍ରୀବାହୀ ଓ ମାଲବାହୀଗାଡିରେ ପାନିକ୍ ବଟନ

ଭୁବନେଶ୍ୱର,୯।୪(ଏସଏସନିଉଜ)ଜୁନ୧ରୁ ସବୁ ଯାତ୍ରୀବାହୀ ଓ ମାଲବାହୀଗାଡିରେ ପାନିକ୍ ବଟନ ବାଧ୍ୟତାମୂଳକ । ଖିଲାପ କଲେ ମିଳବନି ଫିଟନେସ୍ ସାର୍ଟିଫିକେଟ୍।ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ ବୋଲି ପରିବହନ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଡ୍ରାଇଭର ସିଟ୍ ଥିବା ଡୋରରେ ଲାଗିବ ପାନିକ୍ ବଟନ୍ । କୌଣସି ଅସୁବିଧା ହେଲେ ଯାତ୍ରୀ ଉକ୍ତ ବଟନ୍ ଦବାଇଲେ ସାଇରନ ବାଜିବ । ଯାହା ପୁଲିସ କମାଣ୍ଡ କଂଟ୍ରୋଲ ସେଂଟରେ ଥିବା କମ୍ପ୍ୟୁଟରରେ ଦେଖାଇବ […]

ଆଜିର ରାଶିଫଳ

୨୦୨୩ମସିହା ଅପ୍ରେଲମାସ ୯ତାରିଖ ରବିବାର।ସଙ୍କଟ ଚତୁର୍ଥୀବ୍ରତ।ସୁର୍ଯ୍ୟୋଦୟ- ପ୍ରାତଃଘ୫/୩୭/୪୭ ,ସୂର୍ଯ୍ୟାସ୍ତ- ଘ୫/୫୯/୯ ,ବୈଶାଖମାସ ,କୃଷ୍ଣପକ୍ଷ ,ତିଥି- ତୃତୀୟା ଦିବା ଘ୯/୩୪ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀଆଗ୍ନେୟ କୋଣରେ। ଦିବାଘ୯/୩୪ମି ପରେ ନୈର୍ଋତକୋଣରେ। ରିକ୍ତାତିଥି, ବିଷ୍ଟିକରଣ ଓ ବ୍ୟତିପାତଯୋଗ ଦୋଷହେତୁ ଯାତ୍ରାନିଷେଧ। ଚନ୍ଦ୍ରଶୁଦ୍ଧି–ମେଷ, ବୃଷ, କର୍କଟ, ସିଂହ, ତୁଳା, ବିଛା, ଧନୁ ଓ ମକର ଏହି ରାଶିମାନଙ୍କର ଏବଂ ଦିବା ଘ୮/୩୫ମି ପରେ ବୃଷ, ମିଥୁନ, ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ ଏହି ରାଶିମାନଙ୍କର […]