ଭୁବନେଶ୍ୱର,୯।୪(ଏସଏସନିଉଜ)ଜୁନ୧ରୁ ସବୁ ଯାତ୍ରୀବାହୀ ଓ ମାଲବାହୀଗାଡିରେ ପାନିକ୍ ବଟନ ବାଧ୍ୟତାମୂଳକ । ଖିଲାପ କଲେ ମିଳବନି ଫିଟନେସ୍ ସାର୍ଟିଫିକେଟ୍।ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗହଣ କରାଯିବ ବୋଲି ପରିବହନ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଡ୍ରାଇଭର ସିଟ୍ ଥିବା ଡୋରରେ ଲାଗିବ ପାନିକ୍ ବଟନ୍ । କୌଣସି ଅସୁବିଧା ହେଲେ ଯାତ୍ରୀ ଉକ୍ତ ବଟନ୍ ଦବାଇଲେ ସାଇରନ ବାଜିବ । ଯାହା ପୁଲିସ କମାଣ୍ଡ କଂଟ୍ରୋଲ ସେଂଟରେ ଥିବା କମ୍ପ୍ୟୁଟରରେ ଦେଖାଇବ । ଫଳରେ ପୁଲିସ ଗାଡିକୁ ଟ୍ରାକ କରି ଘଟଣା ସ୍ଥଳରେ ତୁରନ୍ତ ପହଂଚିପାରିବ।