Browsing author

SATYA SANDHANA DESK

୩୫ ଲକ୍ଷର କଫ୍ ସିରପ୍ ଜବତ !

ବଲାଙ୍ଗିର ,୧୩ା୩(ଏସଏସନିଉଜ) ବଲାଙ୍ଗିର ପୋଲିସ ଆରମ୍ଭ କରିଛି ମିଶନ କ୍ଲିନ୍ କଫ୍ ସିରପ୍‌.ାଏଥିରେ ୧୨ହଜାର୯୬୦ବୋତଲ କଫସିରପ ଜବତ.ଜବତ କରିବାରେ ସକ୍ଷମ ହୋଇଛି ।ଜବତ କଫ୍ ସିରପ୍‌ର ମୂଲ୍ୟ ପ୍ରାୟ ୩୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଏହାସହ ଗୋଟିଏ ଏସ୍‌ୟୁଭି , ୨ଟିପିକଅପ୍ , ଗୋଟିଏଭ୍ୟାନ୍ , ୨ବାଇକ୍ ଓ.୧୭ଟିମୋବାଇଲ ସହ ଗୋଟିଏ ଦେଶୀ ପିସ୍ତଲ ମଧ୍ୟ ଜବତ. କରିଥିବାର ଜଣାପଡିଛି ।ଏହାସହ ଏକ କୋଲକାତାକମ୍ପାନୀର ୨ଲକ୍ଷଟଙ୍କା ଫ୍ରିଜ୍ କରିଛି ପୋଲିସ ।

ପୂର୍ବତନ ନକ୍ସଲନେତାଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି,୧୩ା୩(ଏସଏସନିଉଜ) ଠକେଇ ଅଭିଯୋଗରେ ପୂର୍ବତନ ନକ୍ସଲନେତା ତପନସାହାକୁ ଆନ୍ଧ୍ରରୁ ଗିରଫ କରିଛି ପୁଲିସ । ବ୍ୟାଙ୍କକିଓସ୍କ କରି ଲୋକଙ୍କୁଠକିବା ଓ ଧମକଦେବା ଅଭିଯୋଗ ହୋଇଥିଲା ।ଜିଲ୍ଲାପାଳ ଭିନିଲକ୍ରୀଷ୍ଣା ଅପହରଣ ମାମଲାରେ ଗିରଫ ହୋଇଥିଲା ତପନ ।  

ଧରାପଡିଲେ ସେବାସମବାୟସମିତି ସଂପାଦକ

ଭଦ୍ରକ,୧୩ା୩(ଏସଏସନଉିଜ) ଲାଞ୍ଚନେଇ ଧରାପଡ଼ିଲେ ଚଣ୍ଡୀଗାଁ ସେବାସମବାୟସମିତି ସଂପାଦକ ତପନ ନାୟକ । ୯ ହଜାରଟଙ୍କା ନେବାବେଳେ ଭଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ଧାନବିକ୍ରି ପାଇଁ ଜଣେଚାଷୀଙ୍କଠାରୁ କ୍ୱିଣ୍ଟାଲକୁ ୪୦ଟଙ୍କା ଲାଞ୍ଚ ନେଉଥିଲୋ

ଓଲଟିଲା ବସ୍‌,୨୫ଆହତ

ଭୁବନେଶ୍ୱର,୧୩।୩(ଏସଏସ ନିଉଜ)ବାରିପଦା-ବେତନଟୀ ରାସ୍ତାରେ ଓଲଟିଲା ବସ୍‌ ।ଯାହାଫଳରେ ୨୫ଜଣ ଆହତ ହୋଇଛନ୍ତି।NH-୧୮ର କୃଷ୍ଣଚନ୍ଦ୍ରପୁର ନିକଟରେ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଓଲଟିପଡିଥିଲା ।୨୫ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାର ଜଣା ପଡିଛି।ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବାବେଳେ ସମସ୍ତେ PRMରେ ଭର୍ତ୍ତି।ବସ୍‌ଟି ରାଇରଙ୍ଗପୁରରୁ ଭୁବନେଶ୍ବର ଆସିବା ବେଳେ ଦୁର୍ଘଟଣା ଘଟିଛି।

ଆରମ୍ଭହେଲା ଦାରୁଠେଙ୍ଗର ପ୍ରସିଦ୍ଧ ପଞ୍ଚୁଦୋଳମେଳଣ

ମେଣ୍ଢାଶାଳ,୧୨ା୩(ଏସଏସନିଉଜ) ଭୁବନେଶ୍ବରଉପକଣ୍ଠ ଦାରୁଠେଙ୍ଗଗ୍ରାମର ପ୍ରସିଦ୍ଧ ପ୍ରଭୁପରମେଶ୍ବରଦେବଙ୍କ ପଞ୍ଚୁ ଦୋଳମେଳଣ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ।ଏହି ଉତ୍ସବ ପାଞ୍ଚଦିନଧରି ଚାଲିବ ।ପ୍ରଥମସନ୍ଧ୍ୟାରେ ଠାକୁରଙ୍କୁ ଏକ ସୁସଜ୍ଜିତବିମାନରେ ବସାଯାଇ ଗ୍ରାମପରିକ୍ରମା କରାଯିବ ।ଏଥିରେ ପ୍ରଭୁ ପରମେଶ୍ବରଦେବ . ଚନ୍ଦ୍ରଶେଖରଦେବ .ଗୋପାଳଜିଉଦେବ. ରାଧାକୃଷ୍ଣ ଦେବ (ନୁଆଠାକୁର) ଓ କଣ୍ଟାବାଡର ଗୋପିନାଥଦେବ ସାମିଲ ହେବେ । ଏକ ବିରାଟ ପଟୁଆରରେ ଦାରୁଠେଙ୍ଗ ସାତସାହିର ପ୍ରମୁଖମେଢ଼ର ଶୋଭାଯାତ୍ରାରେ ପ୍ରଭୂ ବାହାରିଛନ୍ତି । ପ୍ରଥମମେଢ଼ ଭାବେ ପ୍ରଧାନସାହି ପକ୍ଷରୁ ସୁସଜ୍ଜିତ ଘୋଡ଼ା ସହ ରଙ୍ଗବାଜା. […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୧୩ ତାରିଖ ୨୦୨୩ ମସିହା(ସୋମବାର)ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି- ଷଷ୍ଠୀ ରାତ୍ରି ଘ୦୯/୧୨ ଗତେ ସପ୍ତମୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୨/୧୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୧୯ ,ମିଥୁନ ରାଶିର ଘାତବାର ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ନିମ୍ୱ ରାତ୍ରି ଘ୦୯/୧୩ ଗତେ ତାଳଭକ୍ଷଣ ନିଷେଧ ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣାଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟଧରି ଅପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁନେଇ ପାରିବାରିକ ଅସହଯୋଗରୁ ଶେଷପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପଦୃଷ୍ଟିରୁ ମାନସିକସ୍ତରରେ କଷ୍ଟ […]

୧୫ରୁ ଡ୍ରାଇଭର ସଂଘର ଆନ୍ଦୋଳନ !

ଭୁବନେଶ୍ୱର,୧୨।୩(ଏସଏସ ନିଉଜ)ଆସନ୍ତା୧୫ରୁ ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିୟରିଂ ଛାଡ଼ ଧର୍ମଘଟ ଡାକରା ଦେଇଛି। ସବୁବର୍ଗର ଡ୍ରାଇଭର ଷ୍ଟିୟରିଂ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇବେ। ରାଜ୍ୟର ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଡ୍ରାଇଭର ଏହି ଧର୍ମଘଟରେ ସାମିଲ ହେବେ। ପ୍ରେସମିଟରେ ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ତିଗିରିଆ ଜଙ୍ଗଲରେ ନିଆଁ

ତିଗିରଆ, ୧୦।୩(ଏସଏସ ନିଉଜ)ତିଗିରିଆ ଜଗନ୍ନାଥ ମନ୍ଦିର ପଛରେଥିବା ଏକ ଜଙ୍ଗଲରେ ଲାଗିଛି ନିଆଁ l ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଖବରପାଇ ତିଗିରିଆ ଅଗ୍ନିଶମବାହିନୀ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଛନ୍ତି lକେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଆଶାଙ୍କା କରାଯାଉଛି l

ଗ୍ୟାସଟାଙ୍କିରେ ଗଞ୍ଜେଇ ଚାଲାଣ

ବ୍ରହ୍ମପୁର,୧୨।୩,(ଏସଏସ ନିଉଜ) ଗ୍ୟାସ ଟାଙ୍କିରେ ଗଞ୍ଜେଇ ଚାଲଣ କରୁଥିବା ବେଳେ ପୋଲିସ ହାତରେ ଧରାପଡିଛନ୍ତି ତିନିଜଣ।ଭଞ୍ଜନଗର ଜଗନ୍ନାଥପ୍ରସାଦ ନିକଟରେ ପୁଲିସ ଏମାନଙ୍କୁ ଧରିଛି। ଗ୍ୟାସ୍‌ ଟାଙ୍କିକୁ ମଝିରୁ କାଟି ଭିତରେ ଗଞ୍ଜେଇ ରଖି ଚାଲାଣ କରୁଥିଲେ।୨୫ କେଜି ଗଞ୍ଜେଇ ସହ ୨ ବାଇକ୍‌ ଜବତ କରିଛି ପୋଲିସ।

ପିକଅପ୍ ଭ୍ୟାନ୍ ନେଲା ୩ଜୀବନ

ଅନୁଗୋଳ,୧୨।୩(ଏସଏସ ନିଉଜ)ପିକଅପ୍ ଭ୍ୟାନ୍ ଧକ୍କାରେ ୩ ବାଇକ୍ ଆରୋହୀ ମୃତୁବରଣ କରିଛନ୍ତି।ଏନ୍ଏଚ୍ ୫୫ର ସାନ୍ତରାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ୩ମୃତକ ନିକଟସ୍ଥ କୁଲେଇ ଗାଁର ସୂଚନା ମିଳିଥିବାବେଳେ ସେମାନେ ଜରପଡ଼ା ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା।ଦୁର୍ଘଟଣା ପରେ ପିକଅପ୍ ଭ୍ୟାନ୍ ଛାଡ଼ି ଡ୍ରାଇଭର ଚମ୍ପଟ ମାରିଥିବାର ଜଣାପଡିଛି।