ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ସମନ
ଭୁବନେଶ୍ୱର,୧୧ା୩(ଏସଏସନିଉଜ)ବିହାରଉପମୁଖ୍ୟମନ୍ତ୍ରୀ ତଥା RJDନେତା ତେଜସ୍ବୀଯାଦବଙ୍କୁ ସମନ କରିଛି ସିବିଆଇ। ଚାକିରିପାଇଁ ଜମିମାମଲାରେ ସମନକରିଛି ସିବିଆଇ। ଦ୍ବିତୀୟଥର ପାଇଁ ତେଜସ୍ବୀ ଯାଦବଙ୍କୁ ସମନ କରିଛି ସିବିଆଇ ।
Browsing author
ଭୁବନେଶ୍ୱର,୧୧ା୩(ଏସଏସନିଉଜ)ବିହାରଉପମୁଖ୍ୟମନ୍ତ୍ରୀ ତଥା RJDନେତା ତେଜସ୍ବୀଯାଦବଙ୍କୁ ସମନ କରିଛି ସିବିଆଇ। ଚାକିରିପାଇଁ ଜମିମାମଲାରେ ସମନକରିଛି ସିବିଆଇ। ଦ୍ବିତୀୟଥର ପାଇଁ ତେଜସ୍ବୀ ଯାଦବଙ୍କୁ ସମନ କରିଛି ସିବିଆଇ ।
ବଣାଇ, ୧୧ା୩(ଏସଏସନିଉଜ)ଖୁଣ୍ଟରେ ବାଇକ ପିଟିହୋଇ ଜଣେ ମୃତ୍ୟୁବରଣ କରିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଲହୁଣିପଡାଥାନା ବୁଢାଭୂଇଁନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଲଲେଇରୁ ଖଣ୍ଡାଧାରଯିବାବେଳେ ଏହି ଦୁର୍ଘଟଣା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁଘଟିଛି । ୨ଜଣ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି ।
ଜଳେଶ୍ୱର, ୧୧ା୩(ଏସଏସନିଉଜ)ଗାଁପୋଖରୀରୁ ମିଳିଛି ଅଖାରେ ଭର୍ତ୍ତି ନରକଙ୍କାଳ। ସିଂଲାଥାନା ପାଣିସୁଳିଆ ଗାଁ ପୋଖରୀରୁ ମିଳିଛି ନରକଙ୍କାଳ। ମାଛଧରିବା ପାଇଁ ପୋଖରୀ ଶୁଖାଇବାବେଳେ ଏହାଦେଖିବାକୁ ମିଳିଛି । ନରକଙ୍କାଳ କାହାର ଜଣାପଡ଼ିନଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି ।
ମାଲକାନଗିରି, ୧୧ା୩(ଏସଏସନିଉଜ)କେନ୍ଦୁପତ୍ର ବିଭାଗରେ ଚଞ୍ଚକତାକରି ଆଦିବାସୀଙ୍କଟଙ୍କା ହଡ଼ପଘଟଣାରେ ଫରେଷ୍ଟର ପଦ୍ମିନୀପଟ୍ଟନାୟକ ଓ ରେଞ୍ଜର ଦୁର୍ଗା ପ୍ରସାଦନାୟକ ନିଲମ୍ବିତ ହୋଇଛନ୍ତି । ଜୟପୁର କେନ୍ଦୁପତ୍ରବନଖଣ୍ଡ ଅଧିକାରୀ ତଦନ୍ତକରି ଏହି ପଦକ୍ଷେପ ନେଇଛନ୍ତିାଏହି ଘଟଣାରେ ଅନ୍ୟଅଧିକାରୀ କେହି ସାମି ଅଛନ୍ତି କିନାହିଁ ସେବାବଦରେ ଅଧିକ ତଦନ୍ତପାଇଁ ନବରଙ୍ଗପୁର କେନ୍ଦୁପତ୍ର ବିଭାଗକୁ ଦାୟିତ୍ଵ ଦିଆଯାଇଥିବାର ଜଣାପଡିଛି ।
ପୁରୀ. ୧୧ା୩(ଏସଏସନିଉଜ)ପୁରୀ ରେଳଷ୍ଟେସନ ନିକଟରେ ଲାଗିଛି ନିଆଁ। ଆଶ୍ରମଛକ ରେଳଧାରଣା କଡ଼ ଅଳିଆଗଦାରେ ଲାଗିଛି ନିଆଁ। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଏହାକୁ ଆୟତ୍ତ କରିବାକୁ ଉଦ୍ୟମ ଚାଲିଥିବାର ଜଣାପଡିଛି ।
ତିଗିରିଆ,୧୧ା୩(ଏସଏସନିଉଜ)ଏକ ଚଳନ୍ତା ବାଇକ୍ ଉପରେ ଗୋଟିଏ ଶଖିଲା ବରଗଛ ସହିତ ବିଦ୍ୟୁତ୍ ଖଣ୍ଟ ପୁଡ଼ିବାରୁ ଟୁକୁନାରଣା, ନିମେଇ ରଣା ଏବଂ ରବିସ୍ବାଇଁ ଗରୁତରଆହତ ହୋଇଥିବା ଜଣାପଡ଼ିଛି। ଏମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଶୁକ୍ରବାର ଅପରାହ୍ନରେ ଏହି ଘଟଣା ଘଟିଛି ।ଏହି ୩ଜଣ ବାଇକରେ ଠାକୁରାଣୀଘଟ ନେଇ ବାଇକରେ ନିଜଘର ତିଗିରିଆଥାନା ଅନ୍ତର୍ଗତ ପରୁଣା ତିଗିରିଆ ଯାଉଥିବା ସମୟରେ ଆଠଗଡ଼ଥାନା ଅନ୍ତର୍ଗତ ୬୫ନମ୍ବର ରାଜ୍ୟରାଜପଥ ଖଣ୍ଟକଟାପଞ୍ଚାୟତ ଅଧୀନ ମହୀଧରପରୁଛକରେ ହଠାତ୍ ଏକ ଶଖିଲାଗଛ ଉପୁଡ଼ି ପଡ଼ିଥିଲା। […]
୧୧-୩-୨୦୨୩(ଶନିବାର)ସ୍ଵାତୀ ନକ୍ଷତ୍ର ରାତ୍ରୈ ବିବାହ ଓ ପାଣିଗ୍ରହଣ ।ଦିବା ଘ୭।୫୫ ଗତେ ବିଶାଖା ଅନୁରାଧା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ଉତ୍ତରଭାଦ୍ର ଅଶ୍ବିନୀ କୃତ୍ତିକା ମୃଗଶିରା ପୁନର୍ବସୁ ପୁଷ୍ୟା ମଘା ଉତ୍ତରାଫାଃ ଚିତ୍ରା ଏ ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି । ବୃଷ ସିଂହ ଓ କନ୍ୟାରାଶିମାନଙ୍କର ଘାତବାର ।ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ମୂଳା ଭକ୍ଷଣ ନିଷେଧ, ପଞ୍ଚୁଦୋଳମେଳଣ। ମେଷ:-ଆଜିଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପଦେବା ଲାଗି କ୍ରମାଗତ ପ୍ରୟାସକରିବେ […]
ମାର୍ଚ୍ଚମାସ ୧୦ତାରିଖ୨୦୨୩ ମସିହା(ଶୁକ୍ରବାର)ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି- ତୃତୀୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୪/୧୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୨/୦୯ ,ବୃgରାଶିର ଘାତଚନ୍ଦ୍ର ,ଵିଛା,ଧନୁ ଓ ମୀନ ରାଶିର ଘାତବାର ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ପୋଟଳ ରାତ୍ରି ଘ୦୯/୫୩ ଗତେ ମୂଳା ଭକ୍ଷଣ ନିଷେଧ ମେଷ:-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍ କାମରେ ଯୁକ୍ତିଯୁକ୍ତ କଥା କହି […]
ଢେଙ୍କାନାଳ, ୯ା୩(ଏସଏସନିଉଜ)ଗାଁରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ ଜଙ୍ଗଲରୁ ଝାଟି ସଂଗ୍ରହକରି ଫେରୁଥିବାବେଳେ ଟ୍ରାକ୍ଟରଓଲଟି ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଏହି ଘଟଣା ସୁରପ୍ରତାପପୁର ଗ୍ରାମର ଟିପିଲେଇ ସଂରକ୍ଷିତ ଜଙ୍ଗଲରେ ଘଟିଥିବାବେଳେ ଗ୍ରାମବାସୀମାନେ ଖବରପାଇ ଆହତମାନଙ୍କୁ ଚିକିସ୍ପାଇଁ ଡାକ୍ତରଖାନାରେ ଭର୍ତିକରାଇଛନ୍ତିା ଡାକ୍ତରଖାନାରେ ପ୍ରଫୁଲ୍ଲକୁମାରସାମଲ ଓ ହରିହରସାମଲଙ୍କୁ ମୃତ୍ୟୁଘାଷଣା କରାଯାଇଛି ।ପୋଲିସ ଟ୍ରାକ୍ଟର ଜବତ ସହ ଡ୍ରାଇଭରକୁ ଗିରଫ କରିଛି।
ଭୁବନେଶ୍ୱର,୯ା୩(ଏସଏସନିଉଜ)ବଲିଉଡରୁ IPS ଅଫିସର ହୋଇ ନୂଆ ପରିଚୟ ପାଇଛନ୍ତି ସିମଲାପ୍ରସାଦ ।ସେ ହେଉଛନ୍ତି ମଧ୍ୟପ୍ରଦେଶର ବ୍ୟୁଟି ୱିଥ ବ୍ରେନ ତଥା ମହିଳାIPS ଅଫିସର ସିମଲା ପ୍ରସାଦ । ଦିନେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିବା ସିମଲାପ୍ରସାଦ ଆଜି ନିଜ ଇଚ୍ଛାଶକ୍ତି ଓ ପରିଶ୍ରମଯୋଗୁଁ ସରକାରୀସ୍ତରରେ ଏକ ନୂଆପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉସ୍ ପାଲଟିଛନ୍ତି ।