Browsing author

SATYA SANDHANA DESK

ଫୋରେନସିକ୍ ଲ୍ୟାବ୍ ଗଲା ପାରା

ଭୁବନେଶ୍ୱର,୯ା୩(ଏସଏସନିଉଜ)ପାରାଦୀପରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରାକୁ ଫୋରେନସିକ୍ ଲ୍ୟାବ୍ କୁ ପଠାଯାଇଛି । କଟକର ସ୍ବତନ୍ତ୍ର ଟିମ୍ ପାରାଟିକୁଭୁବନେଶ୍ବର ଫୋରେନସିକ୍ ଲ୍ୟାବ୍ ଆଣିଛନ୍ତି ।ପାରାଗୋଡ଼ରେ ବନ୍ଧାହୋଇଥିବା ଯନ୍ତ୍ରାଂଶ ଲ୍ୟାବରେ ଖୋଲାଯିବାସହ ଯନ୍ତ୍ରାଂଶ ଲ୍ୟାବରେ ଖୋଲାଯାଇ ପରୀକ୍ଷା କରାଯିବାଯନ୍ତ୍ରାଂଶ ଖୋଲି ରଖାଯିବାପରେ ପାରାକୁ ଏହି ସାଙ୍ଗରେ ନେଇଆସିବ ବୋଲି ଜଣାପଡିଛି ।  

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯ା୩(ଏସଏସନିଉଜ) କାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ବୋର୍ଡପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପରୀକ୍ଷା ୮ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷହେବ। ପ୍ରଥମ ଦିନରେ ପିଲାମାନେ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ରକୁ ଯିବାବେଳେ ସାଙ୍ଗରେ କେବଳ ଆଡମିଟ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍‌ସିଲ୍ ଜେମେଟ୍ରି ବକ୍ସ ନେଇଯିବେ। ଯେଉଁଦିନ ଯେଉଁ ପରୀକ୍ଷା ସେହିଦିନ ସେହି ପ୍ରଶ୍ନପତ୍ର ସକାଳ ୬ରୁ୭ଟା […]

ପ୍ରଶିକ୍ଷଣ ବେଳେ ଗୁଳିଫୁଟି ଯବାନ ଆହତ

ଚନ୍ଦକା,୯ା୩(ଏସଏସନିଉଜ) ଚନ୍ଦକା ଏସଓଜିକ୍ୟାମ୍ପରେ ଗୁଳିଫୁଟି ଜଣେ ଯବାନ ଆହତ ହୋଈଛନ୍ତି ।ଗୁରୁବାର ଅପରାହ୍ନ ସମୟରେ କ୍ୟାମ୍ପରେ କିଛି ଯବାନଙ୍କୁନେଇ ପ୍ରଶିକ୍ଷଣ ଦିଆଯାଉଥିଲା ।ଏହି ସମୟରେ ଜଣେ ଯବାନଙ୍କ ବନ୍ଧୁକରୁ ଅସାବଧାନତାର ସହ ଗୁଳିଫୁଟିଯାଇଥିଲା ।ଏହି ଗୁଳିଟିଯାଇ ଅନ୍ୟଜଣେ ଯବାନଙ୍କ ଗୋଡରେ ବାଜିଥିଲା ।ଯାହାଫଳରେ ଯବନା ଜଣଙ୍କ ଆହତ ହୋଇପଡଥିଲେ ।ଏହାଦେଖି ପାଖରେ ଥିବା ଅନ୍ୟ ଯବାନମାନଙ୍କ ସହ ପ୍ରଶିକ୍ଷକ ଗୁଳିମାଡର ଶିକାର ହୋଇ ଆହତ ହୋଇପଡିଥିବା ଯବାନଙ୍କୁ ତୁରନ୍ତ ଚିକିସ୍‌।ପାଇଁ ନେଇଯାଇଥିଲେ ।

ସାମ୍ବାଦିକଙ୍କ ମାତୃବିୟୋଗ

ଚନ୍ଦକା,୯ା୩(ଏସଏସନିଉଜ)ଭୁବନେଶ୍ବର ବ୍ଲକଅନ୍ତର୍ଗତ ଦାରୁଠେଙ୍ଗଗ୍ରାମର ସାମ୍ବାଦିକ ପ୍ରଦୀପ କୁମାରସ୍ୱାଇଁଙ୍କ ମାତା ଲୋଭାସ୍ୱାଇଁଙ୍କର ଗତକାଲି ରାତିରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି ।ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା ।ସେ ଜଣେ ସମାଜସେବୀ. ପରଉପକାରୀ. ଧର୍ମପରାୟଣ. ମିଷ୍ଟଭାସି ମହିଳା ଥିଲେ ।ତାଙ୍କ ବିୟୋଗରେ ଦାରୁଠେଙ୍ଗ .ଚନ୍ଦକା. ଆଦି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ମୃତ ସମୟରେ ତାଙ୍କର ଚାରିପୁଅ. ବୋହୁ. ନାତିନାତୁଣୀ ଉପସ୍ଥିତ ଥିଲେ ।ସ୍ୱର୍ଗତ ଲୋଭାସ୍ୱାଇଁ ବହୁଦିନହେଲା ପକ୍ଷପାତିରୋଗରେ ଆକ୍ରାନ୍ତହୋଇ ଚିକିତ୍ସିତ ହେଉଥିଲେ ।ଏହି ଦୁଃଖଦ ଖବରପାଇ  ବିଜେଡି ନେତା […]

ନବବଧୁକୁ ମାରିଦେଲେ !

ଚନ୍ଦ୍ରଶେଖରପୁର,୯।୩(ଏସଏସ ନିଉଜ)ରାଜଧାନୀ ଉପକଣ୍ଠ ଜରିପାଟଣାଗାଁରେ ଜଣେ ନବବଧୁଙ୍କୁ ହତ୍ୟା କରାଯାଇ ଥିବାର ତାର ପରିବାର ଲୋକ ମଞ୍ଚେଶ୍ବରଥାନାରେ ଅଭିଯୋଗ କରିଛନ୍ତି।ଗତଦୁଇବର୍ଷ ତଳେ ମୃତ ମହିଳାଙ୍କ ବିବାହ ହୋଇଥିଲା।ସ୍ୱାମୀ ଓ ଶ୍ୱଶୁର ଘରଲୋକେ ତଣ୍ଟିଚିପି ହତ୍ୟା କରିଥିବାନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଜଳୁଛି ଲକ୍ଷ୍ମୀମାର୍କେଟ କଂପ୍ଲେକ୍ସ

ପୁରୀ,୯।୩(ଏସଏସନିଉଜ)୧୧ଘଣ୍ଟା ହେଲା ଜଳୁଛି ଲକ୍ଷ୍ମୀ ମାର୍କେଟ। ପୁରୀ ମରିଚିକୋଟ ଛକ ଲକ୍ଷ୍ମୀମାର୍କେଟକଂପ୍ଲେକ୍ସ ଏବେ ବି ଜଳୁଛି। କାଲିରାତି ୮ଟାରୁ ନିଆଁ ଲାଗିଥିଲେ ବି ଏଯାବତ ସମ୍ପୂର୍ଣ୍ଣ ଲିଭିନାହିଁ। ଅଗ୍ନିକାଣ୍ଡକୁ ୧୧ ଘଣ୍ଟା ବିତିଥିଲା ବେଳେଏବେବି ଧୂଆଁ ବାହାରୁଛି। ଅଗ୍ନିକାଣ୍ଡସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ପୁରୀ ଏସ୍‌ପି। ୨ରୁ ୩ଘଣ୍ଟା ଭିତରେ ନିଆଁକୁ ଆୟତ୍ତ କରିବାକୁ ଆଶା ରଖିଛୁ ବୋଲି କହିଛନ୍ତି।ଏହା ସହ ଭୟଭୀତ ନହେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।ବିଶେଷଜ୍ଞଙ୍କ ସହାୟତା ଲୋଡ଼ିଛନ୍ତି ନିଆଁ ଲିଭାଉଥିବା […]

ମ୍ୟାଚଦେଖିବେ ୨ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୯।୩(ଏସଏସ ନିଉ)ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଲେ ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ।ଆଜି ଭାରତ ଅଷ୍ଟ୍ରେଲିଆ ସିରିଜ୍‌ର ଅନ୍ତିମ ଟେଷ୍ଟ।ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।ଫିଲ୍ଡିଂ କରିବ ଭାରତ।ମ୍ୟାଚ ଦେଖୁଛନ୍ତି ୨ ଦେଶର ପ୍ରଧାନମନ୍ତ୍ରୀ । PM ମୋଦି ଓ ଅଷ୍ଟ୍ରେଲିଆ PM ଆନ୍ଥୋନି ଷ୍ଟାଡିମରେ ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରଧାନମନ୍ତ୍ରୀ ଆନ୍ଥୋନି ।

ବସ୍ତାରେ ମୃତଦେହରଖି ଫିଙ୍ଗିବା ଉଦ୍ୟମ ବିଫଳ

ଭୁବନେଶ୍ୱର,୯।୩(ଏସଏସ ନିଉଜ)ଖପ୍ରାଖୋଲ ଚାବ୍ରିପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି।ଜ୍ବାଇଁକୁ ଶ୍ବଶୁରଘର ଲୋକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ଚପାଇବାକୁ ଉଦ୍ୟମ କରୁଥିଲେ ଶ୍ବଶୁରଘର। ଜରିବସ୍ତାରେ ରୁଦ୍ର ମେହେରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବସ୍ତାରେ ମୃତଦେହ ରଖି ଭ୍ୟାନରେ ଫିଙ୍ଗିବା ଉଦ୍ୟମ ବିଫଳ ହୋଇଛି।

ଆଜିର ରାଶିଫଳ

୯-୩-୨୦୨୩(ଗୁରୁବାର)ବୃଷ ରାଶିର ଘାତଚନ୍ଦ୍ର । ତୁଳା ଓ କୁମ୍ଭରାଶିର ଘାତବାର ।ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ବୋଇତି କଖାରୁ ରାତ୍ରି ଘ୯।୧୨ ଗତେ ପୋଟଳଭକ୍ଷଣ ନିଷେଧ । ମେଷ:-ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ । କୌଣସି ଲୋକ ଆପଣଙ୍କର ପରାମର୍ଶ ନେବେ। ବେପାରରେ ଯଥେଷ୍ଟ ଲାଭ ହେବ। ବୃଷ:-କାର୍ଯ୍ୟକ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବିବେ ଅଚାନକ ଅର୍ଥ ଆସିବ । ବାପାଙ୍କ ପରାମର୍ଶରେ ବଡ଼ ପଦକ୍ଷେପ ନନେବେ। ମିଥୁନ:-କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ […]

ନିଆଁ ଲାଗି ୫ଦୋକାନ ଭସ୍ମୀଭୂତ

ଭୁବନେଶ୍ବର, ୮ା୩(ଏସଏସନିଉଜ)ଆଜି ମଧ୍ୟାନ୍ନରେ ଚନ୍ଦ୍ରଶେଖରପୁରସ୍ଥିତ ଭାରତ ପେଟ୍ରୋଲ ପମ୍ପ ଠାରୁ ଅଳ୍ପଦୂରରେ ପଛପଟରେଥିବା ଏକ ଭେଣ୍ଡିଂଜୋନ୍‌ରେ ନିଆଁଲାଗିଛି। ଏହିଅଗ୍ନିକାଣ୍ଡରେ ୫ଟିଦୋକାନ ଭସ୍ମୀଭୂତ ହୋଇଯାଇଛି। ନିଆଁଲାଗିବା କାରଣରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁଆୟତ୍ତକୁ କରିଛି ।