ଜୋରସୋରରେ ଚାଲିଛି ଦୋଳବିଧି ପ୍ରସ୍ତୁତି
ପୁରୀ,୧୬।୩(ଏସଏସନିଉଜ)ଜୋରସୋରରେ ଚାଲିଛି ଦୋଳ ବିଧି ପ୍ରସ୍ତୁତି।ଆଜି ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହ୍ୱବ। ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବାପରେ ଆଜ୍ଞାମାଳପାଇ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀକୁ ବିଜେ କରିବେ l
Browsing author
ପୁରୀ,୧୬।୩(ଏସଏସନିଉଜ)ଜୋରସୋରରେ ଚାଲିଛି ଦୋଳ ବିଧି ପ୍ରସ୍ତୁତି।ଆଜି ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହ୍ୱବ। ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବାପରେ ଆଜ୍ଞାମାଳପାଇ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀକୁ ବିଜେ କରିବେ l
ଭୁବନେଶ୍ୱର,୬।୩(ଏସଏସ ନିଉଜ)ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ଘରେ CBI ଟିମ୍ lବିହାର ପାଟନାସ୍ଥିତ ଘରେ CBI ଟିମ୍ର ପଚରାଉଚରା ଚାଲିଛି lଚାକିରିପାଇଁ ଜମିଦୁର୍ନୀତି ମାମଲାରେ ପଚରାଉଚରା ହେଉଥିବାର ଜଣାପଡିଛିl
ଆସିକା,୬।୩(ଏସଏସ ନିଉଜ)ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି lସ୍ବାମୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି lପାଟପୁରଥାନା ଡେଙ୍ଗାଡ଼ିଗାଁରେ ଏହି ଅଭାବନୀୟଘଟଣା ଘଟିଛି ଉଭୟ ସ୍ବାମୀସ୍ତ୍ରୀ ଶିକ୍ଷକ- ଶିକ୍ଷୟିତ୍ରୀ ହୋଇଥିବାବେଳେ ; ଅନ୍ଲାଇନ୍ ମନି ଗେମ୍ ପାଇଁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି। l
ଖୋର୍ଦ୍ଧା,୬।୩(ଏସଏସନିଉଜ) ବାଣ ବିସ୍ଫୋରଣରେ ଜଳିଗଲା ଘର lଟାଙ୍ଗୀଥାନା ଭୂଷଣ୍ଡପୁର ଗାଁରେ ବାଣ ବିସ୍ଫୋରଣ ଘଟିଛି l ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଘରଭିତରେ ୪ ଜଣ ଫସିଛନ୍ତି lବର୍ତ୍ତମାନସୁଦ୍ଧା ୪ ଜଣଙ୍କ ବାବଦରେ କିଛି ସୂଚନା ମିଳିନି lଦୋଳ ପ୍ରସ୍ତୁତିପାଇଁ ଘର ଭିତରେ ବାଣ ରଖାଯାଇଥିବା ସୂଚନା ମିଳିଛି l
ଭୁବନେଶ୍ୱର,୬।୩(ଏସଏସ ନିଉଜ)ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାଗସ୍ତକୁ ନରସିଂହମିଶ୍ର ସମାଲୋଚନା କରିଛନ୍ତି lନିର୍ବାଚନକୁ ଆଖିରେ ରଖି ନବୀନ ରୋଡ୍ ସୋ’କରୁଛନ୍ତି lସ୍କୁଲରେ ରଙ୍ଗ ବୋଳିଦେଲେ, କିନ୍ତୁ ଶିକ୍ଷକ ନାହାନ୍ତି।ମେଡିକାଲ ରେ ଡାକ୍ତର ନାହାନ୍ତି, ଚାଷୀଙ୍କ ଦୁଃଖ ନ କହିବା ଭଲ।କେବିକେ ରେ ଦ୍ୱିତୀୟ କୃଷି ବିଦ୍ୟାଳୟ କୁଆଡ଼େ ଗଲା ?ନିର୍ବାଚନ ଜିତିବା ସେ ଜାଣିଛନ୍ତି, ତାଙ୍କୁ କେହି ପାରିବେନି ବୋଲି କହିଛନ୍ତି ନରସିଂହମିଶ୍ର।
ବଣାଇ,୬।୩(ଏସଏସନିଉଜ) ମହୁଲପଦାଥାନା ହାତୀସୋଲ ଗାଁରେ ହତ୍ୟାକାଣ୍ଡ ଘଟିଛି। ଜମି ପାଇଁ ବିଳମ୍ବିତ ରାତିରେ ପଡ଼ୋଶୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରାଯାଇଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ l
ନିଆଳି,୬।୩(ଏସଏସନିଉଜ) ଆମଣାକୁଦ ଛକରେ ମର୍ମନ୍ତୁଦ ସଡ଼କଦୁର୍ଘଟଣା ଘଟିଛି।ପାର୍କିଂ କରିଥିବା ଏକ ହାଇୱାକୁ ପଛରୁ ପିଟିଛି କାର୍।ଏଥିରେ ୭ବର୍ଷର ପୁଅ ମୃତୁବରଣକରିଥିବାବେଳେ ବାପାମାଆ ଓ ଦେଢବର୍ଷର ଝିଅ ଗୁରୁତର ହୋଇଛି।ଜଗତସିଂହ ପୁରର ହାଜିପୁରାରୁ ଚଣାହାଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି l
ଭୁବନେଶ୍ୱର,୬।୩(ଏସଏସ ନିଉଜ)ଆସନ୍ତା ମାର୍ଚ୍ଚ୧୦ରୁ ୧୭ତାରିଖ ଯାଏଁ ଚାଲିବ ମାଟ୍ରିକପରୀକ୍ଷା। ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ପେଶାଲ ସ୍କ୍ୱାଡ୍ ଗଠନ କରାଯିବ।ପରୀକ୍ଷାକେନ୍ଦ୍ର ଗୁଡିକୁ ଅଚାନକ ଗସ୍ତକରିବେ ସ୍କ୍ୱାଡ୍। ଦ୍ୟାଳୟ ଓ ଗଣଶିକ୍ଷା ବିଭାଗମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ଭୁବନେଶ୍ୱର,୬।୩(ଏସଏସ ନିଉଜ)ମୋତେ ସୁରକ୍ଷାଦିଅନ୍ତୁ, ନଚେତ ମୋ ଜୀବନ କେତେବେଳେ ବି ଚାଲିଯାଇ ପାରେ ବୋଲି ଇମ୍ରାନ ଖାନ କହିଛନ୍ତି।ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆ) ମୁଖ୍ୟ ଦାବି କରିଛନ୍ତିକି, ଇମ୍ରାନଙ୍କୁ ହତ୍ୟାକରିବା ପାଇଁ ଷଡଯନ୍ତ୍ର କରାଯାଉଛି।ଦେଶର ପୂର୍ବତନପ୍ରଧାନମନ୍ତ୍ରୀ ହେବା ସତ୍ତ୍ବେ ତାଙ୍କୁ ଯେତେକି ସୁରକ୍ଷା ବ୍ୟବସ୍ଥା ଦେବାକଥା ସେତିକି ଦିଆଯାଇନାହିଁ।ଜାମିନ ବିହୀନ ଗିରଫ ପରୱାନାରୁ ବଞ୍ଚିବା ପରେ ଇମ୍ରାନଖାନ ମୁଖ୍ୟ ବିଚାରପତି ଉମର ତା ବନ୍ଦିୟାଲଙ୍କୁ ଲେଖିଛନ୍ତି ଚିଠି l
ଭୁବନେଶ୍ୱର,୬।୩(ଏସଏସ ନିଉଜ)ହୋଲିରେ ହେବ ହାଲୁକାବର୍ଷା, କିଛି ଅଞ୍ଚଳରେ ଦିନ ତାପମାତ୍ରା ୨ରୁ୩ଡିଗ୍ରୀ ବୃଦ୍ଧି ପାଇଛି।ଆଜିଠୁ ସାମୁଦ୍ରିକବାୟୁର ପ୍ରଭାବ ବୃଦ୍ଧି ଯୋଗୁଁ ସାମାନ୍ୟ ଗୁଳୁଗୁଳି ହେବ।ପଶ୍ଚିମାଝଡ଼ ସକ୍ରିୟ ଥିବାରୁ ୮ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।ଭୁବନେଶ୍ୱର ପାଣିପାଗକେନ୍ଦ୍ର ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।