Browsing author

SATYA SANDHANA DESK

୨୬ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ

ଭୁବନେଶ୍ୱର,୬।୩(ଏସଏସ ନିଉଜ)ଆସନ୍ତା ୨୬ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀଶାହା । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକରେ କରିବେ ସମାବେଶ । ତୃଣମୂଳସ୍ତରରେ କର୍ମୀ ଓ ନେତାଙ୍କ ସହ କରିବେ ଆଲୋଚନା ।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ଆଜିର ରାଶିଫଳ

ମାର୍ଚ୍ଚମାସ ୦୬ ତାରିଖ ୨୦୨୩ ମସିହା(ସୋମବାର) ଫାଲଗୁନମାସ-ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୪/୩୮ ଗତେ ପୁର୍ଣିମା, ସୁର୍ୟୋଦୟ-ପ୍ରାତଃ ଘ୦୬/୦୭/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୪୯,ମକର ଓ କର୍କଟରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ବରାହ ଦୋଳ ଓ ଓଳକଣା ମେଲଣ,ବିରି ଦିବା ଘ୦୪/୩୮ ଗତେ ଆମିଷ ଭକ୍ଷଣ ନିିଷେଧ । ମେଷ -ଆଜି ପାରିବାରିକ ଜୀବନରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ […]

ରେଳଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ବାରଙ୍ଗ,୫ା୩(ଏସଏସନିଉଜ)ରବିବାର ବଢିଭୋରସମୟରେ କଳାଝରିଗାଁମୁଣ୍ଡ ରେଳ ଧାରଣାରୁ ଏକ ଯୁବକର ମୃତଦେହକୁ ମଂଚେଶ୍ୱରଜିଆରପି ପୋଲିସ ଜବତ କରିଛି ।ମୃତଯୁବକ ପାଖରେ ପଡିଥିବା ମୋବାଇଲ ସିମ୍‌ରୁ ମୃତ ଯୁବକର ପରିଚୟ ପାଇବା ସହ ତାପରିବାରକୁ ପୋଲିସ ଖବର ଦେଇଛି ।ତେବେ ମୃତ ଯୁବକ ହେଉଛନ୍ତି କଲିକତାର ଅରୁଣସିଂ ବୋଲି ମଂଚେଶ୍ୱରଜିଆରପିଫାଣ୍ଡିଅଧିକାରୀ ରାମଚନ୍ଦ୍ରହାତୀ କହିଛନ୍ତି ।ତେବେ ଅରୁଣ ଟ୍ରେନରୁ ଖସିପଡିଥିବାପରେ ଟ୍ରେନଟି ତାଉପରେ ଚଢିଯାଇଥିବାର ଶରୀର ଦୁଇଖଣ୍ଡ ହୋଇଯାଇଥିବାର ପୋଲିସ ଅନୁମାନ କରୁଥିବାବେଳେ ୧୭/୨୩କେଶନଂଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତ କରି […]

ଡାକୋଟାବିମାନକୁ ଜାତିଉଦ୍ଦେଶ୍ୟରେ ସମର୍ପଣକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୩(ଏସଏସନିଉଜ)ଆଜି ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କଜୟନ୍ତୀ। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଜାତି ଉଦ୍ଦେଶ୍ୟରେ ବିଜୁବାବୁଙ୍କ ଐତିହାସିକ ଡାକୋଟାବିମାନକୁ ସମର୍ପଣ କରିଛନ୍ତି।Dakota DC-3 (VT-AUI) । ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଏହିବିମାନକୁ ଆଜି ସର୍ବସାଧାରଣଙ୍କପାଇଁ, ଓଡ଼ିଆମାନଙ୍କ ପାଇଁ ଓ ସାରା ଦେଶବାସୀଙ୍କପାଇଁ ସମର୍ପିତ କରିଛନ୍ତି। ସୂଚନାଯୋଗ୍ୟଯେ ଏହି ବିମାନ କଲିକତା ବିମାନବନ୍ଦରରେ ବର୍ଷବର୍ଷ ଧରି ପରିତ୍ୟକ୍ତଅବସ୍ଥାରେ ଥିଲା। ରାଜ୍ୟସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଇ ମରାମତି କରାଯାଇ ସମ୍ପୂର୍ଣ୍ଣ ନୂଆରୂପରେ ପ୍ରଦର୍ଶନ କରାଯାଇଛି। ଏହି ବିମାନରେ ରହିଛି […]

ଅଫିସ ଭିତରକୁ ପଶିଆସିଲା ହରିଣ

ଖୁଣ୍ଟୁଣୀ,୪ା୩(ଏସଏସନିଉଜ)ଏବେଠାରୁ ଗ୍ରୀଷ୍ମପ୍ରବାହ ଅସହ୍ୟ ହେବାକୁ ଆରମ୍ଭ ହେଲାଣି ।ଏହାର ପ୍ରଭାବ ମଧ୍ୟ ଜଙ୍ଗଲରେ ଥିବା ବନ୍ୟଜନ୍ତୁମାନଙ୍କ ଉପରେ ପଡୁଥିବାର ଦେଖିବାକୁ ମିଳିଛି ।ଯାହାଫଳରେ ଜଙ୍ଗଲରେଥିବା ବନ୍ୟପ୍ରାଣୀମାନେ ଜଳପାଇଁ ଗ୍ରାମ ମୁହାଁ ହେଲେଣିାଶନିବାର ଅପରାହ୍ନରେ ଜଳଅନ୍ୱେଷଣରେ ଏକ ତୁଷାର୍ତ ହରିଣ ଘଣ୍ଟିଖାଲସ୍ଥିତ ନିଧିପୂର ଫରେଷ୍ଟସେକ୍ସନଅଫିସ ପରିସରକୁ ପଶି ଆସିଥିଲା ।ହରିଣଟି ଖୁଣ୍ଟୁଣୀବନାଞ୍ଚଲ ଅଧିନ ବ୍ରାହ୍ମଣବସ୍ତ ସଂରକ୍ଷିତଜଙ୍ଗଲରୁ ପଦାକୁ ବାହାରିଆସିଥିବାର ଜଣାପଡିଥିଲା ।ପରେ ବନବିଭାଗ କର୍ମଚାରୀମାନେ ତୁର୍ଷାତ ହରିଣଟିକୁ ସ୍ୱାସ୍ଥ୍ୟପରୀକ୍ଷା କରାଇବାପରେ ସୁବାସୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତଭାବେ ଛାଡିଥିଲେ ।

ଘରଭାଙ୍ଗିଲା ଓ ଧାନଖାଇଲା ହାତୀ

ଖୁଣ୍ଟୁଣୀ,୪ା୩(ଏସଏସନିଉଜ)ଖୁଣ୍ଟୁଣୀ ବନାଞ୍ଚଳର ବଣିଆବନ୍ଧ ସଂରକ୍ଷିତଜଙ୍ଗଲର ଏକ ଦଳଛଡା ଦନ୍ତାହାତୀ ବିଳମ୍ଭିତରାତିରେ ଗୁରୁଡ଼ିଝାଟିଆଥାନା ସୁଆଁପଶିଗ୍ରାମରେ ରବୀନ୍ଦ୍ରସାମଲଙ୍କ ଘରକୁ ଭାଙ୍ଗିଦେଇଛି ।ହାତୀ ଘର ଭାଙ୍ଗୁଥିବାର ପରିବାର ଲୋକ ଜାଣିବାପରେ ନିଜ ଜୀବନକୁ ବାଂଚଇବାକୁ ଯାଇ ଗୋଟିଏ କୋଣରେ ଠିଆହୋଇ ରହିଯାଇଥିଲେ ।ଏହାପରେ ଦନ୍ତାଟି ସୁଆଁପଶି ଗ୍ରାମର ରବୀନ୍ଦ୍ରସାମଲଙ୍କଘର ବାରଣ୍ଡାରେ ଥିବା ଧାନବସ୍ତାକୁ ଟେକିନେଇ ଖାଇବାସହ ଘର ଭାଙ୍ଗିଥିଲା ।  

ଜନ୍ମକଲା ମାଆକୁ କଟୁରୀରେ ହାଣିଲା ପୁଅ

ଯାଜପୁର,୫ା୩(ଏସଏସନିଉଜ) ଜଣେପୁଅ ତାର ନିଜ ଜନ୍ମକଲା ମାଆକୁ କଟୁରୀରେ ହାଣିବାଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଯାହାଫଳରେ ମାଆଟିର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।ବିଞ୍ଚ୍ଝାରପୁର ବିନ୍ଧାଣିଗ୍ରାମରେ ଏହିଘଟଣା ଘଟିଛି ।ମାଆ ଓ ପୁଅ ମଧ୍ୟରେ କୈାଣସି କାରଣରୁ କଳହ ଓ ପରେ ଉତକ୍ଷିପ୍ତହୋଇ ପୁଅ ମାଆକୁ କଟୁରୀରେହାଣି ରକ୍ତାକ୍ତ କରିଦେଇଥିଲା । ତେବେ ଘଟଣାସ୍ଥଳରେ ମାଆର ଜୀବନ ଚାଲିଯାଇଛି । ଖବରପାଇ ପୋଲିସ ପହଁଚି ୁ ମୃତଦେହକୁ ଜବତକରି ବ୍ୟବଛେଦପାଇଁ ପଠାଇଛି ।ଏହି ଘଟଣାରେ ପୁଅକୁ […]

ଆଜିର ରାଶିଫଳ

ମାର୍ଚ୍ଚମାସ ୦୫ତାରିଖ ୨୦୨୩ମସିହା(ରବିବାର)ଫାଲଗୁନମାସ-ଶୁକ୍ଳପକ୍ଷ ,ତିଥି- ତ୍ରୟୋଦଶୀ ଦିବାଘ୦୨/୧୯ଗତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୮/୦୮ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୦/୦୯ ,ମକର ଓ କର୍କଟରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବାଇଗଣ ଦିବା ଘ୦୨/୧୯ଗତେ ବିରି ଭକ୍ଷଣ ନିଷେଧ ମେଷ:-ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ବୃଷ:-ଦେବୀଙ୍କ ଆରାଧନାରେ […]

ପୁଷ୍କର ଓ ଆଜମେର ତୀର୍ଥଯାତ୍ରାରେଗଲେ ୨୪୬ ବରିଷ୍ଠନାଗରିକ

କଟକ,୪ା୩(ଏସଏସନିଉଜ) ରାଜ୍ୟସରକାରଙ୍କ ବରିଷ୍ଠନାଗରିକ ତୀର୍ଥଯାତ୍ରାକାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାପ୍ରଶାସନପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀଶଙ୍କରଚୟନୀଙ୍କ ପ୍ରତକ୍ଷ ତତ୍ୱବୋଧନରେ କଟକଜିଲ୍ଲାରୁ ୨୪୬ଜଣ ବରିଷ୍ଠନାଗରିକଙ୍କୁ ଚୟନ କରାଯାଇ ରାଜସ୍ଥାନର ପୁଷ୍କର ଓ ଆଜମେର ତୀର୍ଥଯାତ୍ରା ନିମନ୍ତେ ୬ଟିବସ ଯୋଗେ ଶୁକ୍ରବାରଦିନ ଭୁବନେଶ୍ୱର ପଠାଯାଇଛି। ସେଠାରେ ଶନିବାରଦିନ ଟ୍ରେନଯୋଗେ ଉକ୍ତସ୍ଥାନକୁ ଭ୍ରମଣ କରିବେ। ଏହି ତୀର୍ଥସ୍ଥାନମାନ ଭ୍ରମଣକରି ଆସନ୍ତା ୯ତାରିଖରେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମସ୍ଥିରୀକୃତ ହୋଇଛିବୋଲି କାର୍ଯ୍ୟକ୍ରମସଂଚାଳନ ଦାୟିତ୍ୱରେଥିବା ଡେପୁଟିକଲେକ୍ଟର ଅଳକାରଣୀଦେବତା ସୂଚନା ଦେଇଛନ୍ତି।ପତାକାଦେଖାଇ ଉକ୍ତ ୬ଗୋଟି ବସଚାଲିବାର ଶୁଭାରମ୍ଭ […]

ଦେଶୀମଦ ଜବତ

ମେଣ୍ଢାଶାଳ,୪/୩(ଏସଏସନିଉଜ)ଚନ୍ଦକାଥାନାପୁଲିସ ବେଆଇନ ଦେଶୀମଦ ବିକ୍ରି ଅଭିଯୋଗରେ ମହୁଲ ନୁଆସାହି ଗ୍ରାମର ବେଣୁଧର ମହାରଣାଙ୍କୁ ଗିରଫକରି ଶନିବାରଦିନ କୋର୍ଟଚାଲାଣ କରାଯାଇଛି ।ବେଣୁଧର ତାଙ୍କଗାଁମୁଣ୍ଡରେ ବେଆଇନ ଦେଶୀମଦ ବିକ୍ରି କରୁଥିବାବେଳେ ଚନ୍ଦକାପୋଲିସ ହାତରେ ଶୁକ୍ରବାର ରାତିରେ ଧରାପଡିଥିଲା ।ପୋଲିସତାଠାରୁ ୪୦ଲିଟର ଦେଶୀମଦ ଜବତକରିବାସହ ତାକୁ ଗିରଫକରି ୬୯/୨୩କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଲାଣ କରିଛନ୍ତି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)