ରେଳଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ବାରଙ୍ଗ,୫ା୩(ଏସଏସନିଉଜ)ରବିବାର ବଢିଭୋରସମୟରେ କଳାଝରିଗାଁମୁଣ୍ଡ ରେଳ ଧାରଣାରୁ ଏକ ଯୁବକର ମୃତଦେହକୁ ମଂଚେଶ୍ୱରଜିଆରପି ପୋଲିସ ଜବତ କରିଛି ।ମୃତଯୁବକ ପାଖରେ ପଡିଥିବା ମୋବାଇଲ ସିମ୍‌ରୁ ମୃତ ଯୁବକର ପରିଚୟ ପାଇବା ସହ ତାପରିବାରକୁ ପୋଲିସ ଖବର ଦେଇଛି ।ତେବେ ମୃତ ଯୁବକ ହେଉଛନ୍ତି କଲିକତାର ଅରୁଣସିଂ ବୋଲି ମଂଚେଶ୍ୱରଜିଆରପିଫାଣ୍ଡିଅଧିକାରୀ ରାମଚନ୍ଦ୍ରହାତୀ କହିଛନ୍ତି ।ତେବେ ଅରୁଣ ଟ୍ରେନରୁ ଖସିପଡିଥିବାପରେ ଟ୍ରେନଟି ତାଉପରେ ଚଢିଯାଇଥିବାର ଶରୀର ଦୁଇଖଣ୍ଡ ହୋଇଯାଇଥିବାର ପୋଲିସ ଅନୁମାନ କରୁଥିବାବେଳେ ୧୭/୨୩କେଶନଂଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତ କରି ବ୍ୟବଛେଦପାଇଁ ପଠାଇଛି ।

 

Comments (0)
Add Comment