ମଣିପୁରୀ ହରିଣ ମୃତ୍ୟୁ
ବାରଙ୍ଗ,୨୩ା୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୬ନମ୍ବର(ଖ)ଏନକ୍ଲୋଜରରେ ରହୁଥିବା ବୟସ୍କ ଅଣ୍ଡିରା ମଣିପୁରୀ ହରିଣ ସଂଘର୍ଷରେ ମୃତ୍ୟୁ ଘଟିଛି।ଗତ ସୋମବାରଦିନ ଖାଦ୍ୟାଭାବରୁ ଏନକ୍ଲୋଜରଭିତରେ ଅନ୍ୟ ଏକ ଅଣ୍ଡିରା ମଣିପୁରୀ ହରିଣ ସହ ମାଡଗୋଳ ହୋଇଥିଲା।ଫଳରେ ବୟସ୍କ ହରଣଟିର ପେଟ ଓ ଦେହରେ କ୍ଷତ ସୃଷ୍ଟି ହୋଇଥିଲା।ଯାହାଫଳରେ ଅଚେତ୍ ହୋଇ ତଳେ ପଡିଯାଇଥିଲା।ଖବରପାଇ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକମାନେ ଚିକିତ୍ସା କରୁଥିବାବେଳେ ଆଜି ତାର ମୃତ୍ୟୁ ଘଟିଥିଲା।ତାର ପେଟରେ ସିଂଘ ପଶିଯିବାରୁ ବିରାଟ କଣା ହୋଇଯାଇଥିବାର ଜଣାପଡିଥିଲା ।ମୃତ୍ୟୁର କାରଣ ଜାଣିବା ପାଇଁ […]