ସରିନି ହକି ହିସାବ !

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)ବିଶ୍ବକପ୍ ହକିରେ କେତେଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସରିନି। ଖର୍ଚ୍ଚ ନେଇ ଚୂଡ଼ାନ୍ତ ହିସାବ ହୋଇନି କହିଲେ କ୍ରୀଡ଼ାମନ୍ତ୍ରୀ। ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ଏହି ସୂଚନା ଦେଇଥିଲେ।ବିଶ୍ବକପ ପାଇଁ ରାଜ୍ୟ ବଜେଟରେ ୭୫ କୋଟିର ବ୍ୟୟବରାଦ ହୋଇଥିଲା। ‘ଆୟୋଜନ ବାବଦରେ ହୋଇଥିବା ଖର୍ଚ୍ଚର ଚୂଡ଼ାନ୍ତ ହିସାବ ହୋଇନି’। ‘କଟକ ଉଦଘାଟନୀ ଉତ୍ସବର ସବୁ ଖର୍ଚ୍ଚ ହକି ଇଣ୍ଡିଆ ବହନ କରିଥିଲା ବୋଲି ସେ କହିଥିଲେ।

Comments (0)
Add Comment