Browsing author

SATYA SANDHANA DESK

୫୫ଜଣିଆ ପ୍ରାର୍ଥୀତାଲିକା ପ୍ରକାଶକଲା ଅଲଇଣ୍ଡିଆକଂଗ୍ରେସ

ଭୁବନେଶ୍ୱର,୨୮।୧ (ଏସଏସ ନିଉଜ)ଆସନ୍ତା ମେଘାଳୟ ବିଧାନସଭା ନିର୍ବାଚନପାଇଁ ୫୫ ଜଣ ପ୍ରାର୍ଥୀଙ୍କତାଲିକା ପ୍ରକାଶ କରିଛି ଅଲଇଣ୍ଡିଆକଂଗ୍ରେସ lଏହି ନିର୍ବାଚନ ଫେବୃଆରୀରେ ଅନୁଷ୍ଠିତହେବ ଏବଂ ଫଳାଫଳ ମାର୍ଚ୍ଚ୨ରେ ଘୋଷଣା କରାଯିବ। ମୁଖ୍ୟ ନିର୍ବାଚନକମିଶନର ରାଜୀବକୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତ୍ରିପୁରାରେ ବିଧାନସଭା ନିର୍ବାଚନପାଇଁ ଫେବୃଆରୀ ୧୬ ରେ ଗୋଟିଏପର୍ଯ୍ୟାୟରେ ଏବଂ ଫେବୃଆରୀ ୨୭ରେ ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ହେବ। ଫଳାଫଳ ମାର୍ଚ୍ଚ ୨ରେ ଘୋଷଣା କରାଯିବ।ସେପଟେ ସିଇସି କହିଛିଯେ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର […]

ତ୍ରିପୁରାପାଇଁ ବିଜେପି ଜାରିକଲା ୪୮ଜଣିଆ ପ୍ରାର୍ଥୀ

ଭୁବନେଶ୍ୱର,୧୮।୧(ଏସଏସ ନିଉଜ)ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ୪୮ଜଣ ପ୍ରାର୍ଥୀଙ୍କ ତାଲିକା ।ଫେବ୍ରୁଆରୀ ୧୬ରେ ତ୍ରିପୁରାରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ ।ଏହା ପୂର୍ବରୁ ବିଜେପି ୬୦ ଆସନ ମଧ୍ୟରୁ ୪୮ଆସନ ପାଇଁ ପ୍ରାର୍ଥୀଙ୍କନାମ ଘୋଷଣା କରିଛି l୬୦ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାପାଇଁ ଆସନ୍ତାମାସ ୧୬ତାରିଖରେ ମତଗ୍ରହଣ ହେବ ।ନାମାଙ୍କନ ଦାଖଲର ଶେଷତାରିଖ ୩୦ ଜାନୁଆରୀ ରହିଛି । ଭୋଟର ଗଣତି ମାର୍ଚ୍ଚ୨ରେ ହେବ ।

ମେଘାଳୟରେ ପ୍ରଚାର କରିବେ ମୋଦି

ଭୁବନେଶ୍ୱର,୧୮।୧(ଏସଏସ ନିଉଜ)ଫେବୃଆରୀ ଦ୍ୱିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମେଘାଳୟରେ ବିଜେପି ପାଇଁ ପ୍ରଚାର କରିବେ।ଏନେଇ ଦଳର ରାଜ୍ୟୟୁନିଟ୍ ସଭାପତି ଏର୍ନେଷ୍ଟ ମାୱ୍ରି ସୂଚନା ଦେଇଛନ୍ତି।ତେବେ ପ୍ରଧାନମନ୍ତ୍ରୀ ଙ୍କ ଗସ୍ତପାଇଁ ଏଯାଏଁ ତାରିଖ ସ୍ଥିର କରାଯାଇ ନାହିଁ।

ଆଜିଠାରୁ ଖଣ୍ଡଗିରି ଯାତ୍ରା

ଭୁବନେଶ୍ୱର,୧୮।୧(ଏସଏସ ନିଉଜ)ଆଜିଠାରୁ ଖଣ୍ଡଗିରି ଯାତ୍ରା ଆରମ୍ଭ ହେବାକୁ ଯାଉଛି।ଏଥିପାଇଁ କମିଶନରେଟ୍ ପୋଲିସପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛିl ଖଣ୍ଡଗିରି ଓ ଉଦୟଗିରିକୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟାତକୁ କଟକଣା କରାଯାଇଛି।ଚଳିତଥର ୬ଟି ଯାତ୍ରାପାର୍ଟି ଯାତ୍ରା ପରିବେଷଣ କରିବାକୁଥିବାବେଳେ ରାତି ୧୦ଟାପରେ ବାହାରେ କେହିବି ପ୍ରଚାର କରିପାରିବେନି ଯାତ୍ରା ପାର୍ଟି l

ନବଜାତକୁ ଝୁଣିଖାଇଲା କୁକୁର

ଭୁବନେଶ୍ୱର,୨୮।୧(ଏସଏସ ନିଉଜ)ନବଜାତ ମୃତଦେହ ଝୁଣି ଖାଇଲା କୁକୁର।ଏହିଭଳି ହୃଦୟବିଦାରକ ଦୃଶ୍ୟକେନ୍ଦୁଝର ମେଡିକାଲ୍ ପରିସରରେ ଦେଖିବାକୁ ମିଳିଛି। ନବଜାତ ଶିଶୁପୁତ୍ରର ମୃତଦେହ ଝୁଣି ଖାଇଛି କୁକୁର। କେଉଁ ପରିସ୍ଥିତିରେ ନବଜାତର ମୃତଦେହ ଆସିଲା ତାହା ଅଦ୍ୟାବଧି ଅସ୍ପଷ୍ଟ ରହିଛି ।

ଆରପାରିରେ ଡଃ ହୁସେନରବି ଗାନ୍ଧୀ

ଭୁବନେଶ୍ୱର,୨୮।୧(ଏସଏସ ନିଉଜ)ବିଶିଷ୍ଟ ଲେଖକ, କବି ଓ ରାଜନେତା ଡଃ ହୁସେନ ରବି ଗାନ୍ଧୀଙ୍କ ଦେହାନ୍ତ ହୋଇଛି।ସେ ରାଜ୍ୟ ସାହିତ୍ୟଏକାଡେମୀର ପୂର୍ବତନସଭାପତି, ଉତ୍କଳ ପ୍ରସଙ୍ଗର ପୁର୍ବତନସମ୍ପାଦକ, ବିଶିଷ୍ଟକବି, ସାହିତ୍ୟିକ ଓ ରାଜନେତା ଥିଲେ।କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ହୁସେନ ରବିଗାନ୍ଧୀଙ୍କୁ ୭୫ ବର୍ଷ ହୋଇଥିଲା।ସେ ଗତକିଛିଦିନ ଧରି ଅସୁସ୍ଥ ଥିଲେ। ତେବେ ଗତକାଲିଠାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।

୨୦ରୁ ଊର୍ଦ୍ଧ୍ୱଛାତ୍ରଛାତ୍ରୀ ଅସୁସ୍ଥ

ସୋର,୨୮ା୧(ଏସଏସନିଉଜ) ବଡ଼ଖୁରୀ ଉ.ପ୍ରାସ୍କୁଲର ୨୦ରୁଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବାର ଜଣାପଡିଛି ।ଖେଳୁଥିଲାବେଳେ ଅସୁସ୍ଥ ଅନୁଭବକରିବାରୁ ସୋମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।ଅସୁସ୍ଥହେବାର କାରଣ ଜଣାପଡ଼ିନଥିବାବେଳେ ତ୍ୱରିତ ଚିକିତ୍ସା ଆରମ୍ଭ ହୋଇଛି ।

ଦମ୍ପତିଙ୍କ ଝୁଲନ୍ତା ମୃତଦେହ !

ବରଗଡ଼,୨୮ା୧(ଏସଏସନିଉଜ) ଘରଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଭଟଲିଥାନା ଭଡ଼ିଗାଁରେ ଘରଭିତରୁ ମୃତଦେହ ଉଦ୍ଧାର ହୋଇଛି। ଗତ ଡିସେମ୍ବର୨ରେ ଦମ୍ପତିଙ୍କ ଏକମାତ୍ର ଝିଅକୁ ହତ୍ୟା କରାଯାଇଥିଲା। ଘଟଣାରେ ହତ୍ୟା ଅଭିଯୁକ୍ତ ଗିରଫହୋଇ ଜେଲ୍ ଯାଇଥିଲା। ଝିଅକୁ ହତ୍ୟାପରେ ବାପା , ମାଆଙ୍କ ମୃତ୍ୟୁକୁ ନେଇ ସସପେନ୍ସ ବଢିଛି ।  

ନାବାଳିକା ଛାତ୍ରୀଙ୍କ ପ୍ରସବ ଅଭିଯୁକ୍ତ ଅଟକ !

କେନ୍ଦୁଝର, ୨୮ା୧(ଏସଏସନିଉଜ) ଅନୁସୂଚିତ ଜନଜାତିବିଭାଗ ଆଶ୍ରମସ୍କୁଲରେ ଜଣେ ଛାତ୍ରୀ ପ୍ରସବ କରିଥିବା ଘଟଣା ଉପରେ ଅଭିଯୋଗ ହୋଇଛି । ସଦରଥାନା ଅଞ୍ଚଳରେଥିବା ଏକ ଆଶ୍ରମସ୍କୁଲର ୧୫ବର୍ଷୀୟା ଛାତ୍ରୀଙ୍କ ପ୍ରସବ କରିଥିବାନେଇ ଜଣାପଡିଛି ।ଟାଉନଥାନାରେ ପୀଡ଼ିତାଙ୍କମାଆଙ୍କ ଏତଲାପରେ ଅଭିଯୁକ୍ତ ଅଟକ ରଖିଛି ପୋଲିସାପ୍ରସବପରେ ନାବାଳିକାଛାତ୍ରୀ ଓ ନବଜାତ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନଥିବାର ଜଣାପଡିଛି । କେଉଁ ପରିସ୍ଥିତିରେ ଏପରିଘଟିଲା ତାହାକୁନେଇ ପୋଲିସର ଛାନଭିନ୍ଆରମ୍ଭ କରିଛି ।  

ଅଟୋ ଓ ପିକଅପ୍ ମୁହାଁମୁହିଁ ଧକ୍କା

କେନ୍ଦୁଝର, ୨୮ା୧(ଏସଏସନିଉଜ) ପଣ୍ଡାପଡ଼ାଥାନା ବସନ୍ତପୁର ନିକଟରେ ଏକ ମର୍ମସୁନ୍ତ ସଡକ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ୩ ଜଣଙ୍କରମୃତ୍ୟୁହୋଇଥିବାବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି ।ଅଟୋ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ପରିସ୍ଥିତି ଘଟିଥିଲା ।