Browsing author

SATYA SANDHANA DESK

ନବଦାସ ଅମର ରହେ

ଭୁବନେଶ୍ୱର,୩୦।୧(ଏସଏସ ନିଉଜ)ଶ୍ମଶାନରେ ନବଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଛି। ଦିଆଗଲା ଗାର୍ଡ ଅଫ ଅନର । ଖେରୁଆଲ ଶ୍ମଶାନ ଜନସମୁଦ୍ର ରେ ପରିଣତ ହୋଇଛି । ନବଦାସ ଅମରରହେ ଧ୍ବନୀରେ ପ୍ରକମ୍ପିତ ହୋଇଛି ସେହି ଅଂଚଳ।ଝାରସୁଗୁଡ଼ା ଖେରୁଆଲ ଶ୍ମଶାନରେ ନବଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ 5Tସଚିବ ଭି କେ ପାଣ୍ଡିଆନ୍ ଓ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସନେଟ ବିଜେଡିର ବହୁ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଆଜିରରାଶିଫଳ

୨୦୨୩ମସିହା ଜାନୁୟାରୀମାସ ୩୦ତାରିଖ (ସୋମବାର)ମାଘମାସ – ଶୁକ୍ଲପକ୍ଷ ,ତିଥି-ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୩୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୩୨/୪୭ ,ମିଥୁନରାଶିର ଘାତବାର ,ବିଛାରାଶିରଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ.ଲାଉ , କଳମଶାଗ ଭକ୍ଷଣ ନିଷେଧା ମେଷ-ଆପଣ କେବଳ ନିଜକାମରେ ମନଯୋଗଦିଅନ୍ତୁ। ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଅଧ୍ୟାପକଙ୍କୁ ବଡ଼କଲେଜରେ ବଢ଼ିଆ ପ୍ରସ୍ତାବମିଳିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ବୃଷ-ଗୁରୁଙ୍କ ଆଶୀର୍ବାଦନିଅନ୍ତୁ, ଦିନଟି ଭଲରେ କଟିବ। ପ୍ରତିଯୋଗିତାରେ ସଫଳତା ପାଇବେ। ବ୍ୟବସାୟ ଲାଗି ସଉଦା ପାଇଁ ଦୂରସ୍ଥାନକୁ ଯାତ୍ରାରେ […]

ଗୁଳିମାଡ଼ରେ ଉଡ଼ିଗଲା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରାଣବାୟୁ

ଭୁବନେଶ୍ୱର,୨୯ା୧(ଏସଏସନିଉଜ)ଗୁଳିମାଡରେ ଶେଷରେ ଜୀବନ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ତାଙ୍କୁ ଅତିନିକଟରୁ ପୋଲିସ ଏଏସଆଇ ଗୁଳି ଚଳାଇବାଫଳରେ ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା ।ସେଠାରେ ନବଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାରଲିପ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୀର୍ଘସମୟ ଚିକିତ୍ସା କରାଯିବାପରେ ତାଙ୍କୁ ମୃତ ଘୋଷଣାକରିଛନ୍ତି ଡାକ୍ତର ।

ଏୟାରଲିଫ୍ଟ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୯।୧(ଏସଏସ ନିଉଜ)ମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯିବ।ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣିବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି।ଅନ୍ୟପଟେASI ଗୋପାଳଦାସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି ବୋଲି କହିଛନ୍ତି ବ୍ରଜରାଜନଗର SDPO ଗୁପ୍ତେଶ୍ୱର ଭୋଇ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ

ଭୁବନେଶ୍ୱର,୨୯।୧(ଏସଏସ ନିଉଜ)ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବ୍ରଜରାଜନଗର ଗାନ୍ଧୀ ଛକରେ ଗୁଳିମାଡ ହୋଇଛିl ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ତାଙ୍କୁ ଗୁଳିମାଡ ହୋଇଥିବା ମିଳିଛି ସୂଚନା l ତାଙ୍କ ଛାତିରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି l କିଏ ଓ କାହିଁକି ଗୁଳିମାଡ କରିଛି ତାହା ଜଣାପଡିନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି l

ଆତ୍ମରକ୍ଷା ପ୍ରଶିକ୍ଷଣଶିବିର ଉଦଯାପିତ

ବାରଙ୍ଗ,୨୯।୧(ଏସଏସ ନିଉଜ)ବାରଙ୍ଗ କୁଞ୍ଜବିହାରି ମହାବିଦ୍ୟାଳୟ ପରିସରରେ ଚଳିତମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଛାତ୍ରୀ ମାନଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଯାପିତ ହୋଇଯାଇଛି ।ଏହିଅବସରରେ ମହାବିଦ୍ୟାଳୟ ଅଧକ୍ଷ ପ୍ର. ପ୍ରତାପକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଶାସନିକଅଧିକାରୀ ଡ଼. ଲିପିପୁଷ୍ପା ନାୟକ, ଅନିଲ ପାଢ଼ୀ, ଡ଼. ପୁଷ୍ପରାଣୀ ସତପଥି, ରୋସେଳିନ ଦେବି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ପ୍ରମାଣପତ୍ର ଓ ଆତ୍ମରକ୍ଷା ପୁସ୍ତିକା ରିଆକ୍ଟ ପ୍ରଦାନ […]

ଆଜିର ରାଶିଫଳ

ଜାନୁୟାରୀ ମାସ ୨୯ ତାରିଖ (ରବିବାର)ମାଘମାସ-ଶୁକ୍ଲପକ୍ଷ ,ତିଥି-ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୪୮ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୨/୧୩ ,ମେଷରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର, ନବମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ନଡ଼ିଆ ,ଲାଉଭକ୍ଷଣ ନିଷେଧା ମେଷ-ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। ଆଜି ନୂଆ ଲୋକଙ୍କ ସହିତ ପରିଚୟ ହେବ। କଂପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ପ୍ରେମିକା ସହିତ ବାହାରକୁ ବୁଲି ଯାଇପାରନ୍ତି। ବୃଷ-କୌଣସି ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ କଥା ଗମ୍ଭୀରତାର ସହ […]

ଯୁବତୀକୁ ଅସଦଆଚରଣ କରି ବନ୍ଧାହେଲେ ଯୁବକ

ବାରଙ୍ଗ,୨୮ା୧(ଏସଏସନିଉଜ)ଜଣେ ଯୁବତୀକୁ ଅସଦଆଚରଣ କରିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ ଶନିବାରଦିନ ଆକାଶମଣ୍ଡଳ ନାମକ ଯୁବକକୁ ଗିରଫକରି କୋର୍ଟଚାଳଣ କରିଛି ।ଶୁକ୍ରବାରଦିନ ଜଣେ ଯୁବତୀ ଓ ତାର ତିନିଜଣ ସହଯୋଗୀ ମିଶି ପାର୍ଟିକରିବାପାଇଁ ଆୟୋଜନ କରିଥିଲେ । ଆୟୋଜନମୁତାବକ ସମସ୍ତେ ନନ୍ଦନକାନନଥାନା ଅଧିନସ୍ଥ ରୟାଲଲାଗୁନ ଫ୍ଲାଟରେ ଭଡାରେରହୁଥିବା ଜଣେ ପରିଚିତ ବନ୍ଧୁଙ୍କ ରୁମକୁ ଯାଇଥିଲେ । ପାର୍ଟିଚାଲିଥିବା ସମୟରେ ଆକାଶମଣ୍ଡଳ ନାମକ ଯୁବକ ଏକାନ୍ତରେ କିଛି ବ୍ୟକ୍ତିଗତକଥା ହେବାର ବାହାନାକରି ଯୁବତୀକୁ ଅନ୍ୟ ଏକ ରୁମକୁ ନେବା ସହିତ ସେଠାରେ […]

ନେତାଜୀ ସୁଭାଷଚନ୍ଦ୍ରବୋଷଙ୍କ ଜୟନ୍ତୀ ଉଦଯାପିତ

ଭୁବନେଶ୍ୱର,୨୮।୧ (ଏସଏସନିଉଜ)ମହାନ ଯୋଦ୍ଧା ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଉଦ୍‌ଯାପନ କାର୍ଯ୍ୟକ୍ରମ ବୁଧବାରଦିନ ଜୟନ୍ତୀକମିଟି ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପୂରଣଠାରେ ଅନୁଷ୍ଠିତ ହୋଇଯାଇଛି । ନେତାଜୀକମିଟି, ବିରିଡିବ୍ଲକ ସଭାପତି ବସନ୍ତସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୁଦ୍ଧିଜିବୀ ପ୍ରଶାନ୍ତଦାସ ମୁଖ୍ୟଅତିଥି, କମିଟିର ରାଜ୍ୟସମ୍ପାଦକ ବିଶ୍ୱାବସୁଦାସ ମୁଖ୍ୟବକ୍ତା, ପୁରଣପଂଚାୟତର ସରପଂଚ ଯୁଧିଷ୍ଠିରବେହେରା, ବ୍ଲକ ଉପ-ସଭାପତି ଅବସରପ୍ରାପ୍ତ ଶିକ୍ଷକ ନିକୁଞ୍ଜଭଞ୍ଜ, ବସନ୍ତ ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସାଧାରଣସଭା ପ୍ରାରମ୍ଭରେ […]

ଦୀପଷ୍ଟାଣ୍ଡରେ ଅଘଟଣ

ପୁରୀ,୨୮।୧(ଏସଏସନିଉଜ) ଶ୍ରୀମନ୍ଦିର ପରିସର ସୂର୍ଯ୍ୟମନ୍ଦିର ପାଖ ପାଟଅଗଣା ଦୀପ ଷ୍ଟାଣ୍ଡରେ ଅଘଟଣ ଘଟିଛି lଦୀପରୁ ନିଆଁଲାଗି ଜଣେ ମହିଳାଭକ୍ତ ଆହତହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି lଉକ୍ତ ମହିଳାଜଣଙ୍କ ଭୁବନେଶ୍ୱରର ବୋଲି ଜଣା ପଡିଛି। ସେ ଦର୍ଶନପାଇଁ ପୁରୀ ଯାଇଥିଲେ ।