ଆତ୍ମରକ୍ଷା ପ୍ରଶିକ୍ଷଣଶିବିର ଉଦଯାପିତ

ବାରଙ୍ଗ,୨୯।୧(ଏସଏସ ନିଉଜ)ବାରଙ୍ଗ କୁଞ୍ଜବିହାରି ମହାବିଦ୍ୟାଳୟ ପରିସରରେ ଚଳିତମାସ ୧୬ ତାରିଖରୁ ଆରମ୍ଭ ହୋଇଥିବା ଛାତ୍ରୀ ମାନଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଦିନ ଉଦଯାପିତ ହୋଇଯାଇଛି ।ଏହିଅବସରରେ ମହାବିଦ୍ୟାଳୟ ଅଧକ୍ଷ ପ୍ର. ପ୍ରତାପକୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଶାସନିକଅଧିକାରୀ ଡ଼. ଲିପିପୁଷ୍ପା ନାୟକ, ଅନିଲ ପାଢ଼ୀ, ଡ଼. ପୁଷ୍ପରାଣୀ ସତପଥି, ରୋସେଳିନ ଦେବି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ପ୍ରମାଣପତ୍ର ଓ ଆତ୍ମରକ୍ଷା ପୁସ୍ତିକା ରିଆକ୍ଟ ପ୍ରଦାନ କରାଯାଇଥିଲା।ପ୍ରାରମ୍ଭରେ ସଂଯୋଜକ ଡ଼. ପ୍ରବୀର କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଶିକ୍ଷିକା ପ୍ରତିଭା ନାୟକ ଓ ରୀନା ବାରିକ ଏଥିରେ ସହଯୋଗ କରିଥିଲେ।

Comments (0)
Add Comment