ନେତାଜୀ ସୁଭାଷଚନ୍ଦ୍ରବୋଷଙ୍କ ଜୟନ୍ତୀ ଉଦଯାପିତ

ଭୁବନେଶ୍ୱର,୨୮।୧ (ଏସଏସନିଉଜ)ମହାନ ଯୋଦ୍ଧା ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଉଦ୍‌ଯାପନ କାର୍ଯ୍ୟକ୍ରମ ବୁଧବାରଦିନ ଜୟନ୍ତୀକମିଟି ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପୂରଣଠାରେ ଅନୁଷ୍ଠିତ ହୋଇଯାଇଛି । ନେତାଜୀକମିଟି, ବିରିଡିବ୍ଲକ ସଭାପତି ବସନ୍ତସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୁଦ୍ଧିଜିବୀ ପ୍ରଶାନ୍ତଦାସ ମୁଖ୍ୟଅତିଥି, କମିଟିର ରାଜ୍ୟସମ୍ପାଦକ ବିଶ୍ୱାବସୁଦାସ ମୁଖ୍ୟବକ୍ତା, ପୁରଣପଂଚାୟତର ସରପଂଚ ଯୁଧିଷ୍ଠିରବେହେରା, ବ୍ଲକ ଉପ-ସଭାପତି ଅବସରପ୍ରାପ୍ତ ଶିକ୍ଷକ ନିକୁଞ୍ଜଭଞ୍ଜ, ବସନ୍ତ ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସାଧାରଣସଭା ପ୍ରାରମ୍ଭରେ ମହାନନେତାଜୀ ସୁଭାଷଙ୍କପ୍ରତି ପୂରଣ ସରକାରୀଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗାର୍ଡ-ଅଫ-ଅନର ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ସ୍ୱାଗତସଙ୍ଗୀତ ଗାନ କରିଥିଲେ ଓ ଦେଶାତ୍ମବୋଧକ ସଙ୍ଗୀତ ଉପରେ ନୃତ୍ୟ ପରିବେଷଣ କରିଥିଲେ । ଅଂଚଳର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ସଭାରେ ନେତାଜୀସୁଭାଷଙ୍କ ଅପୂରଣିୟ ସ୍ୱପ୍ନକୁ ପୁରଣ କରିବାକୁ ସମସ୍ତେ ଶପଥବଦ୍ଧ ହୋଇଥିଲେ ।

Comments (0)
Add Comment