Browsing author

SATYA SANDHANA DESK

ଜୀଅନ୍ତା ଜଳିଗଲେ ଡାକ୍ତର ଦମ୍ପତି

ଭୁବନେଶ୍ୱର,୨୮ା୧(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ଝାଡ଼ଖଣ୍ଡର ଧାନବାଦଅନ୍ତର୍ଗତ ପୁରୁଣାବଜାରସ୍ଥିତ ହଜ୍ରାଡାକ୍ତରଖାନାରେ ଅଗ୍ନିକାଣ୍ଡ ହେବାରୁ ଡାକ୍ତରଦମ୍ପତି ବିକାଶହାଜରା ଓ ଡାକ୍ତର ପ୍ରେମା ହାଜରାଙ୍କ ସମେତ ୬ଜଣଙ୍କର ମୃତ୍ୟୁହୋଇଛି । ବିଳମ୍ଭିତରାତିରେ ଲୋକମାନେ ଶୈାଇଥିବାବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବାର କୁହାଯାଉଛି ।ଖବରପାଇ ଦମକଳବାହିନୀର ୨ଟିଗାଡି ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିବାସହ ନିଆଁକୁ ଲିଭାଇଥିଲୋ  

ଚନ୍ଦ୍ରଭାଗାରେ ବୁଡ଼ପକାଇଲେ ଲକ୍ଷାଧିକଶ୍ରଦ୍ଧାଳୁ

ଭୁବନେଶ୍ୱର,୨୮ା୧(ଏସଏସନିଉଜ)ପବିତ୍ର ମାଘସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ପକାଇଲେ ଲକ୍ଷାଧିକଶ୍ରଦ୍ଧାଳୁ ।ତ୍ରିବେଣୀଶ୍ୱର , ଐଶାନେଶ୍ୱର , ଦକ୍ଷିଣେଶ୍ୱରଙ୍କ ମହାସ୍ନାନପରେ ବୁଡ଼ ପକାଇଥିଲେ ଶ୍ରଦ୍ଧାଳୁ ।ଭୋର୪ଟା୪୦ରେ ବୁଡ଼ ପକାଇବାପରେ ସୂର୍ଯ୍ୟୋଦୟ ଦର୍ଶନ କରିଥିଲେ ।ଲକ୍ଷାଧିକ ଭକ୍ତାଳୁଙ୍କ ସମାଗମଦୃଷ୍ଟିରୁ ୩୦ ପ୍ଲାଟୁନଫୋର୍ସ ମୁତୟନ କରାଯାଇଥିଲା ।ଆଜି ଦିନକପାଇଁ ଶ୍ରଦ୍ଧାଳୁଙ୍କସକାଶେ ସୂର୍ଯ୍ୟମନ୍ଦିରକୁ ପ୍ରବେଶଶୁଳ୍କ ଛାଡ଼ କରାଯାଇଥିଲା ।  

ଟ୍ରେନ୍ ଧକ୍କାରେ ଚାଲିଗଲା ଜୀବନ

ବିନିକା,୨୮ା୧(ଏସଏସନିଉଜ) ପୂର୍ବତନସାଂସଦ ବାଲଗୋପାଳମିଶ୍ରଙ୍କ ପୁଅ ଟ୍ରେନ୍ ଧକ୍କାରେ ମୃତ୍ୟୁବରଣ କରିଛି। ଡଙ୍ଗୁରିପାଲିସ୍ଥିତ ଲେବଲ୍ କ୍ରସିଂ ପାରି ହେଲାବେଳେ ଧକ୍କା ଦେଇଥିଲା ଟ୍ରେନ୍। ମର୍ଣ୍ଣିଂୱାକ୍‌ରେ ଯାଉଥିଲାବେଳେ ଲେବଲ୍ କ୍ରସିଂ ପାରିବେଳେ ଏହି ଦୁର୍ଘଟଣା ଘଟିଥିଲା । ତାଙ୍କ ମୁଣ୍ଡ ଏବଂ ଗୋଡ଼ରେ ଆଘାତଲାଗିବାରୁ ତାଙ୍କୁ ଗୁରୁତରଅବସ୍ଥାରେ ଡୁଙ୍ଗୁରିପାଲିଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରାଯାଇଥିଲାା ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ।  

ଜଳିଗଲା ଫାଇଟର୍ ବିମାନ

ଭୁବନେଶ୍ୱର,୨୮ା୧(ଏସଏସନିଉଜ)ଭାରତୀୟବାୟୁସେନାର ୨ଟିଫାଇଟର୍ ବିମାନ ମଧ୍ୟପ୍ରଦେଶ ମୋରେନାରେ ଆଜି କ୍ରାସ୍ ହୋଇଛି। ବାୟୁସେନାର Su-30 ଓ Mirage 2000 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଓ ମୃତାହତଙ୍କ ସମ୍ପର୍କରେ କିଛି ଜଣାପଡ଼ିନି। ଉଭୟ ଫାଇଟର୍ ବିମାନ ଗ୍ୱାଲିୟର ଏୟାର ଫୋର୍ସ ବେସ୍‌ରୁ ଉଡ଼ାଣ ଭରିଥିଲା।  

ଆଜିଠୁ ଖଣ୍ଡଗିରି ମାଘମେଳା

ଭୁବନେଶ୍ୱର,୨୮ା୧(ଏସଏସନିଉଜ)ଆଜିଠୁ ଖଣ୍ଡଗିରି ମାଘ ମେଳାଆରମ୍ଭ ହେବାକୁ ଯାଉଥିବାବେଳେ ବାବାଙ୍କ ମେଳି ଜମିବାକୁଆରମ୍ଭ ହେଲାଣି । ସକାଳୁ ମାବାରଭୂଜାଙ୍କ ପୂଜାର୍ଚ୍ଚନପରେ ଦେଶର ବିଭିନ୍ନପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଯଜ୍ଞ ଆରମ୍ଭକରିବେ। କରୋନା କଟକଣାନଥିବାରୁ ଏଥର ଅଧିକଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଇଛି । ଫେବୃୟାରୀ ୧୦ତାରିଖ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୩୦ ତାରିଖରୁ ଯାତ୍ରାପାର୍ଟିପାଇଁ ଅନୁମତିମିଳିଛି। ତେବେକୌଣସି ଯାତ୍ରାପାର୍ଟି ଅଶ୍ଳିଳନୃତ୍ୟ ପରିବେଷଣ ନକରିବାପାଇଁ କଟକଣା ଲାଗାଇଛି ବିଏମସିାମେଳାରେ ବ୍ୟବସାୟୀଙ୍କ ଭଳିକିଭଳି ପସରା ସବୁମେଲିଛି। ଦୋକାନ , ବଜାରଠାରୁ […]

ଆଜିର ରାଶିଫଳ

ମାଘ ସପ୍ତମୀ, ଚନ୍ଦ୍ରଭାଗା ତୀର୍ଥ ସ୍ନାନ ଓ ଭିଷ୍ମାଷ୍ଟମି ,୨୦୨୩ ମସିହା ଜାନୁୟାରୀ ମାସ୨୮ତାରିଖ (ଶନିବାର)ମାଘମାସ – ଶୁକ୍ଲପକ୍ଷ ,ତିଥି-ସପ୍ତମୀ ଦିବା ଘ୮/୫୧ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୬/୦୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୧/୪୦ ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର , ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ତାଳ ,ନଡ଼ିଆ ଭକ୍ଷଣ ନିଷେଧା ମେଷ-କୌଣସିନୂଆକାର୍ଯ୍ୟ ପ୍ରାରମ୍ଭ କରିବାପାଇଁ ଆଜିସମୟ ଅନୁକୂଳ ରହିବ। ଆଜି ସରକାରୀଲାଭ ମିଳିବାର ସଂଭାବନା ଅଛି। ବ୍ୟାପାର ଏବଂ […]

ଫିଲ୍ମ “ପଠାନ’ କଲା କମାଲ

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ଫିଲ୍ମ “ପଠାନ’ ରିଲିଜ୍ ହେବାପରେ କଶ୍ମୀରଘାଟିରେ କରିଛି କମାଲ ।କଶ୍ମୀରଘାଟିର ସିନେମା ହଲରେ ହାଉସଫୁଲ ହୋଇଛି । ରିଲିଜର ପ୍ରଥମଦିନରେ ସାରାବିଶ୍ୱରେ ୧୦୬କୋଟି ଟଙ୍କା ଆୟ କରିଛି ।ଭାରତରେ ରିଲିଜର ଦ୍ୱିତୀୟଦିନରେ ରାତି୧୦ପର‌୍ୟ୍ୟନ୍ତ’ପଠାନମୁଭି ୩୧.୬୦କୋଟି ଆୟ କରିଛି ।

ଦକ୍ଷିଣଆଫ୍ରିକାରୁ ଆସିବେ ୧୨ଚିତାବାଘ

ଭୁବନେଶ୍ୱର,୨୭ା୧(ଏସଏସନିଉଜ)ଆଗାମୀଦିନରେ ଭାରତକୁ ଦକ୍ଷିଣଆଫ୍ରିକାରୁ ୧୨ଟିଚିତା ବାଘ ଆସିବ । ଏନେଇ ଦକ୍ଷିଣଆଫ୍ରିକା ସହ ଭାରତର ଚୁକ୍ତିନାମା ହୋଇଥିବାନେଇ ଆସିଛି ସୂଚନା ।ଭାରତର ମଧ୍ୟପ୍ରଦେଶରେ ଥିବା କୁନୋ ଜାତୀୟଉଦ୍ୟାନରୁ ଆସିବାକୁଥିବା ଏହିଚିତା ମାନଙ୍କୁ ଛଢ଼ାଯିବ । ଏନେଇ ପରିବେଶମନ୍ତ୍ରଣାଳୟର ଜଣେ ବରିଷ୍ଠଅଧିକାରୀ ସୂଚନା ଦେଇଛନ୍ତି ।ଚକ୍ତିନାମା ଅନୁସାରେ ଫେବ୍ରୁଆରୀ୧୫ତାରିଖ ସୁଦ୍ଧା ୭ଟିପୁରୁଷଚିତା ଓ ୫ଟିମାଈଚିତା ବାଘ କୁନୋରେ ପହଞ୍ଚିବ ।

ଧୋନୀଙ୍କ ପ୍ରଡକ୍ସନରେ ପ୍ରଥମ ସିନେମା

ଭୁବନେଶ୍ୱର,୨୭ା୧(ଏସଏସନିଉଜ)ଧୋନୀ ଏଣ୍ଟରଟେନମେଣ୍ଟର ପ୍ରଥମଚଳଚ୍ଚିତ୍ରର ନିର୍ମାଣ ହୋଇଛି ଶେଷ ।ଧୋନୀ ଏଣ୍ଟରଟେନମେଣ୍ଟରେ ପ୍ରସ୍ତୁତ ହୋଇଥିବା ତାମିଲଫିଲ୍ମର ନାମ LGM: Lets Get Married  ରଖାଯାଇଛି ।ଏହିସିନେମାରେ ନାଦିଆ, ହରିଶକଲ୍ୟାଣ, ଇଭାନା ଏବଂ ଯୋଗୀବାବୁ ପ୍ରମୁଖ ଭୂମିକାରେ ନଜର ଆସିବେ ।

୨୨ବର୍ଷ ପରେ ପୁଣିଆସୁଛି ଫିଲ୍ମ ଗଦର

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ଦୀର୍ଘ ୨୨ବର୍ଷପରେ ପୁଣିଥରେ ଆସୁଛି ଫିଲ୍ମ ‘ଗଦର : ଏକ୍ ପ୍ରେମ୍ କଥାା’ ପୁଣି ତାରାସିଂହ ଭୂମିକାରେ ନଜରଆସିବେ ସନ୍ନି ଦେଓଲ ।ଏଥିରେ କିଛିକଳାକାରମାନଙ୍କୁ ବି ବଦଳାଇ ଦିଆଯାଇଛି।ସନ୍ନିଦେଓଲ ୨୦୦୧ମସିହାରେ ରିଲିଜ୍ ହୋଇଥିବା ତାଙ୍କର ଏହି ବହୁଚର୍ଚ୍ଚିତ ଫିଲ୍ମଟିକୁ ପୁଣିଥରେ ନିର୍ମାଣ କରିବାକୁ ଯାଉଛନ୍ତି।