Browsing author

SATYA SANDHANA DESK

ବିଶ୍ୱକପହକି ପାଇଁ ଓଡିଶା ସରକାରଙ୍କୁ ପ୍ରଶଂସା

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ସଭାପତି ତାୟାବଇକ୍ରାମ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି ସଫଳତାରସହ ବିଶ୍ୱକପହକି ଆୟୋଜନକରିଥିବାରୁ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତିାମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଭାରତୀୟହକିକୁ ନୂଆରୂପ ଦେବା ସହ ଓଡ଼ିଶାରେ ଦୁଇଦୁଇଥର ହକିବିଶ୍ୱକପ ଆୟୋଜନ କରିବାର ସଫଳତା ଲାଭକରିଛିା

ପୋଲିସହାତରେ ଅଷ୍ଟଧାତୁ ମୂର୍ତ୍ତିଚୋର

କେନ୍ଦ୍ରାପଡ଼ା,୨୭ା୧(ଏସଏସନିଉଜ) ପୋଲିସହାତରେ ଧରାପଡିଛି୬ଆନ୍ତଜିଲ୍ଲା ଅଷ୍ଟଧାତୁ ମୂର୍ତ୍ତିଚୋର । ୬ ଜଣଙ୍କୁ ଗିରଫକରିବା ସହ ୫୦ଲକ୍ଷଟଙ୍କାର ଚୋରିସାମଗ୍ରୀ ଜବତ କରିଛି । ସେମାନଙ୍କ ନିକଟରୁ ୯ଟିମୂର୍ତ୍ତି ଓ ୬ଟିଗାଡ଼ି ଜବତ କରିଛି ପୋଲିସ । ଏମାନେ ଇଲେକ୍ଟ୍ରି ତାରସହ ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରୁଥିଲୋ

ଲାଞ୍ଚ ନେବାବେଳେ ଧରାପଡ଼ିଲେ କିରାଣିବାବୁ

କେନ୍ଦୁଝର ,୨୭ା୧(ଏସଏସନିଉଜ)ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଚମ୍ପୁଆଉପଖଣ୍ଡ ପ୍ରାଣୀଚିକିତ୍ସାଳୟର ବରିଷ୍ଠକିରାଣି ମହେନ୍ଦ୍ରକୁମାରସେଠୀ। କେନ୍ଦୁଝରଜିଲ୍ଲା ଚମ୍ପୁଆଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠକିରାଣି ମହେନ୍ଦ୍ରକୁମାରସେଠୀ ଛୁଟିଦରମା କରାଇଦେବାପାଇଁ ଜଣେ ପ୍ରାଣୀ ଚିକିତ୍ସାଅଧିକାରୀଙ୍କଠାରୁ ୧୦ହଜାରଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।  

ସୀମା ଟପିଲା ଅମାନବିକତା

କାମାକ୍ଷାନଗର,୨୭ା୧(ଏସଏସନିଉଜ) ବାପାମାଆ ୨ପାଳିତଶିଶୁଙ୍କୁ ମାଡ଼ମାରି ଲହୁଲୁହାଣକରି ଜଣକୁ ପାଇଖାନା ଓ ଅନ୍ୟଜଣକୁ ଘରେ ବନ୍ଦକରିରଖିଥିଲେ ।ଗାଁଲୋକଙ୍କଠାରୁ ଖବରପାଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପିଲାଦୁଇଟିକୁ ଉଦ୍ଧାରକରି ପରଜଙ୍ଗମେଡିକାଲରେ ଭର୍ତ୍ତିକରିଛି ।ଏହିଭଳି ଅଭାବନୀୟଘଟଣା ପରଜଙ୍ଗଥାନା ଡମୋଳ ଗାଁରେ ଘଟିଛି ।

ରାତିପାହିଲେ ପବିତ୍ର ମାଘସପ୍ତମୀ

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ରାତି ପାହିଲେ ପବିତ୍ର ମାଘସପ୍ତମୀାଚନ୍ଦ୍ରଭାଗାରେ ଜଗିଛନ୍ତି ୩୦ପ୍ଲାଟୁନ୍ ପୁଲିସଫୋର୍ସା ଶନିବାର ପ୍ରତ୍ୟୁଷରୁ ପ୍ରସିଦ୍ଧଚନ୍ଦ୍ରଭାଗାରେ ବୁଡପକାଇବେ ହଜାର ହଜାରଶ୍ରଦ୍ଧାଳୁ। ସେଥିପାଇଁ ଚନ୍ଦ୍ରଭାଗାରେ କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣକରାଯାଇଛି।ମହାମାରୀ କରୋନା ହଟିବାପରେ ଚଳିତବର୍ଷ ପ୍ରଥମଥରପାଇଁ ଚନ୍ଦ୍ରଭାଗାରେ ବୁଡହେବ। ତେବେ ଚନ୍ଦ୍ରଭାଗା ବୁଡ଼କୁ ଶୃଙ୍ଖଳିତ କରିବାପାଇଁ ଆଜି ପୁରୀଏସ୍‌ପି କନ୍ୱରବିଶାଳସିଂ ଚନ୍ଦ୍ରଭାଗାତୀର୍ଥ ନିକଟରେ ସୁରକ୍ଷାବ୍ୟବସ୍ଥାର ସମୀକ୍ଷାକରିଛନ୍ତି। ସେହିଭଳିଭାବେ ଆସନ୍ତାକାଲିଠାରୁ ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ହେବାକୁ ଯାଉଛି । ଦେଶର କୋଣ ଅନୁକୋଣରୁ ସାଧୁସନ୍ଥମାନେ ଜପତପପାଇଁ ଖଣ୍ଡଗିରି ପାହାଡ଼ରେ ଆସି ଆସ୍ଥାନ […]

ବରବେଶରେ କ୍ରିକେଟର ଅକ୍ଷରପଟେଲ

ଭୁବନେଶ୍ୱର,୨୭ା୧(ଏସଏସନିଉଜ) ବରବେଶରେ କ୍ରିକେଟର ଅକ୍ଷରପଟେଲ ଦେଖିବାକୁମିଳିଛି ।ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାରଅଲ୍‌ରାଉଣ୍ଡରକ୍ରିକେଟର ଅକ୍ଷରପଟେଲ। ଗତକାଲି ସେ ବାନ୍ଧବୀ ତଥା ଦୀର୍ଘ ଦିନର ପ୍ରେମିକା ମେହା ପଟେଲଙ୍କୁ ବିବାହ କରିଛନ୍ତି । ଗତ ବର୍ଷ ସେମାନଙ୍କର ନିର୍ବନ୍ଧ ହୋଇଥିବା ବେ‌ଳେ ଏବେ ସେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଅକ୍ଷରଙ୍କପତ୍ନୀ ମେହା ଜଣେ ସୋସିଆଲ୍ ମିଡିଆଷ୍ଟାର୍‌। ସେ ସୋସିଆଲ୍ ମିଡିଆରେ ରିଲ୍ସବନାଇ ଖୁବ୍ ଲୋକପ୍ରିୟତା ଅର୍ଜନକରିଛନ୍ତି।  

ଡେମୋ ଦେଖାଇଲା ଅଭିଯୁକ୍ତ

ବାଲୁଗାଁ,୨୭ା୧(ଏସଏସନିଉଜ) ସାଙ୍ଗକୁ ମାରି କୂଅରେ ଫିଙ୍ଗିବା ଘଟଣାରେ ଅଭିଯୁକ୍ତ ଆଶୀର୍ବାଦ ବେହେରାକୁ ନେଇ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଛି ପୋଲିସ । ୨ଦିନିଆ ରିମାଣ୍ଡରେ ନେଇ ସିନ୍ ରିକ୍ରିଏସନ କଲା ବାଣପୁର ପୋଲିସାବାଣପୁର ଖମାରସାହିସ୍ଥିତ ଭଡ଼ାଘରେ ଡେମୋ ଦେଖାଇଲା ଅଭିଯୁକ୍ତାଦୀକ୍ଷିତପଡାର ଏକକୂଅରୁ ଆଶୁତୋଷ ମହାପାତ୍ରଙ୍କ ମୃତଦେହ ମିଳିଥିଲାା  

ଗ୍ରାଣ୍ଡସ୍ଲାମ୍ ଟେନିସରୁ ସାନିଆ ନେଲେ ଅବସର

ଭୁବନେଶ୍ୱର,୨୭ା୧(ଏସଏସନିଉଜ)ଗ୍ରାଣ୍ଡସ୍ଲାମ୍ ଟେନିସରୁ ଅବସର ନେଲେ ଟେନିସ ତାରକା ସାନିଆ ମିର୍ଜା। ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଣ୍ଟପରେ ଅବସରନେଲେ ସାନିଆ। ଆଜି ଅଷ୍ଟ୍ରେଲିଆନ୍ ‘ମିକ୍ସଡ୍ ଡବଲ୍‌ସ୍‌’ ଫାଇନାଲ୍ ମ୍ୟାଚରେ ‘ରନର୍‌-ଅପ୍‌’ ହୋଇ ଗୌରବମୟ ଟେନିସ୍ କ୍ୟାରିୟର୍ ଶେଷ କଲେ ସାନିଆ ମିର୍ଜା କ୍ଷ ସାନିଆ ମିର୍ଜା ଓ ରୋହନ ବୋପାନ୍ନା ଯୋଡ଼ି ବ୍ରାଜିଲୀୟ ଯୋଡ଼ି ଲୁଇସା ଷ୍ଟିଫାନି ଏବଂ ରାଫେଲ୍ ମ୍ୟାଟୋସ୍‌ଙ୍କଠାରୁ ୬-୭ (୨-୬) ଏବଂ ୨-୬ରେ ହେଲେ ପରାସ୍ତ ।ଏଥିସହ ଶେଷହୋଇଛି ସାନିଆମିର୍ଜାଙ୍କର ଗୌରବମୟ ଟେନିସ୍ କ୍ୟାରିୟର୍‌। ଦୁଃସାହସିକ […]

ହଜିଲା ବ୍ୟାଗ ଫେରିପାଇଲେ ପର୍ଯ୍ୟଟକ

ବାରଙ୍ଗ,୨୫।୧(ଏସଏସ ନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ବୁଲିବାକୁ ଆସିଥିବା ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ହଜି ଯାଇଥିବା ଭ୍ୟାନିଟି ପାଇ ନନ୍ଦନକାନନ ଥାନା ଜିମା ଦେଲେ ଜଣେ ଭଦ୍ରବ୍ୟକ୍ତି।ଗୁରୁବାର ଦିନ ପଶ୍ଚିମବଙ୍ଗ ସୋଲାରପୁର ଅଞ୍ଚଳର ସମୀର ସୋମ ଏବଂ ତାଙ୍କ ପତ୍ନୀ ସୁମିତା ସୋମ ନନ୍ଦନକାନନ ପ୍ରାଣୀଉଦ୍ୟାନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ବୁଲିବା ସମୟରେ ତାଙ୍କର ଭ୍ୟାନିଟି ବ୍ୟାଗଟି କେଉଁଠି ହଜି ଯାଇଥିଲା।ଗୁଣନିଧି ନାମକ ଜଣେ ବ୍ୟକ୍ତି ଏହି ବ୍ୟାଗଟିକୁ ପାଇ ନନ୍ଦନକାନନ ଥାନାରେ ସବ-ଇନ୍ସପେକ୍ଟର ସୌରଭ ଭୋଇଙ୍କ ଜିମା ଦେଇଥିଲେ।ପରେ ଯୁବକଙ୍କ […]

ମେଣ୍ଢାଶାଳରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ମେଣ୍ଢାଶାଳ,୨୬ା୧(ଏସଏସନିଉଜ)ମେଣ୍ଢାଶାଳର ବିଭିର୍ଣ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ମେଣ୍ଢାଶାଳ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ସରପଂଚ କୈାଶଲ୍ୟା ବଳିୟାରସିଂହ, ସେବା ସମବାୟ ସମିତି ପରିସରରେ ସଭାପତି ମହେନ୍ଦ୍ରକୁମାର ପ୍ରଧାନ,ମେଣ୍ଢାଶାଳଫାଣ୍ଡିରେ ଫାଣ୍ଡି ଅଧିକାରୀ ମାନଗୋବିନ୍ଦନାୟକ,ମେଣ୍ଢାଶାଳସ୍ୱାସ୍ଥ୍ୟକେନ୍ଦ୍ରରେ ଡ.ମୋହନ ହେମ୍ରମ, ରାଜସ୍ୱନିରିକ୍ଷକ କାର୍ଯ୍ୟାଳୟ, ଡେରାସଫାର୍ମକେନ୍ଦ୍ରିୟ ଜଳବିନିଯୋଗ ଫାର୍ମ, ଓପିଟିସିଏଲ ଆଦି ସ୍ଥାନମାନଙ୍କରେ ପାଲିତ ହୋଇଯାଇଛି ।ସେହିଭଳିଭାବେ ମୁକ୍ତାକାଶ କାରାଶ୍ରମ ପରିସରରେ ଅଧିକ୍ଷକ ସରୋଜକୁମାରବିଶ୍ୱାଳ ଜାତୀୟପତାକା ଉତୋଳନ କରିଥିଲେ ।କାରାଶ୍ରମର ସମସ୍ତ ଅନ୍ତେଃବାସୀଙ୍କ ସମେତ ସମସ୍ତ ପଦାଧିକାରୀମାନେ ଉପସ୍ଥିତଥିଲେ ।(ପଦ୍ମଚରଣବଡଜେନାଙ୍କରିପୋର୍ଟ)