Browsing author

SATYA SANDHANA DESK

ଗିରଫ ହେଲା ଦୁର୍ଦ୍ଦାନ୍ତନକ୍ସଲ ଚାଣ୍ଟି

ମାଲକାନଗିରି ,୨୫ା୧(ଏସଏସନିଉଜ) ଫେରାରଥିବା ଦୁର୍ଦ୍ଦାନ୍ତନକ୍ସଲ ରଞ୍ଜୁଖିଲ ଓରଫ ଚାଣ୍ଟି ପୁଣି ଗିରଫ ହୋଇଛି । ଜାମିନରେମୁକୁଳି ଫେରାରଥିବା ଚାଣ୍ଟିକୁ ଏନ୍‌ଆଇଏ ଟିମ୍ ସ୍ବାଭିମାନଅଞ୍ଚଳରୁ ଆଜି ଗିରଫ କରିଛି । ପୂର୍ବରୁ ରହିଥିବା ମାମଲାର ଶୁଣାଣି ପାଇଁ ଚାଣ୍ଟି ବାରମ୍ବାର କୋର୍ଟରେ ଅନୁପସ୍ଥିତ ରହୁଥିବାରୁ ଚାଣ୍ଟିକୁ ଏନ୍‌ଆଇଏ ଟିମ୍ ଖୋଜୁଥିଲା।କିଛି ଦିନତଳେ ଏନ୍‌ଆଇଏପକ୍ଷରୁ ବିଭିନ୍ନସ୍ଥାନରେ ଚାଣ୍ଟି ଏବଂ ସହଯୋଗୀଙ୍କ ପୋଷ୍ଟର ମରାଯାଇଥିଲା ।  

୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା!

ଗଞ୍ଜାମ, ୨୫ା୧(ଏସଏସନିଉଜ)ଧରାକୋଟଥାନା ଅଧୀନସ୍ଥ ମୁଣ୍ଡମରାଇଗ୍ରାମ ହାଟସାହିରେ ୪ବର୍ଷର ଶିଶୁକୁ ପଡ଼ୋଶୀଘର ଛାତଉପରେ ନିର୍ମମଭାବେ ପିଟିପିଟି ହତ୍ୟା କରାଯାଇଛି ।ମୃତ ଶିଶୁଟି ହେଉଛନ୍ତି ପାନଦୋକାନକରି ଗୁଜରାଣ ମେଂଟାଥିବା ଗୋବିନ୍ଦପାତ୍ରଙ୍କ ପୁଅ ନି‌ତେଶ ।ଗତକାଲି ସନ୍ଧ୍ୟାରେ ଟ୍ୟୁସନ ନଯିବାରୁ ଖୋଜାଖୋଜି କରିବାପରେ ପଡ଼ୋଶୀଘର ଛାତଉପରେ ରକ୍ତଜୁଡୁବୁଡୁଅବସ୍ଥାରେ ଶିଶୁଟିକୁ ଠାବ କରିଥିଲୋ ତୁରନ୍ତ ପରିବାରଲୋକେ ଶିଶୁଟିକୁ ଧରାକୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଚାଞ୍ଚଲ୍ୟକର ଘଟଣା ଉପରୁ ପର୍ଦା ଉଠାଇବାପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି । […]

ମିହିରଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ଅକାଳମୃତ୍ୟୁ

କଟକ,୨୫।୧(ଏସଏସ ନିଉଜ) ବରିଷ୍ଠଅଭିନେତା ସ୍ୱର୍ଗତ ମିହିରଦାସଙ୍କ ସାନପୁଅ ଅକ୍ଲାନ୍ତଦାସଙ୍କ କଟକସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୨୬ବର୍ଷ ବୟସ ହୋଇଥିଲା । ସେ ଏକମାସହେବ ଏମ୍‌ସରେ ଚିକିତ୍ସାଧୀନଥିଲେ । ଲିଭରଜନିତ ସମସ୍ୟାଯୋଗୁଁ ଚିକିତ୍ସା ହେଉଥିବାବେଳେ ମଙ୍ଗଳବାର ବିଳମ୍ବିତରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନାମିଳିଛି । ଗୋଟିଏ ବର୍ଷତଳେ ମିହିରଦାସଙ୍କ ଦେହାନ୍ତ ହୋଇଥିଲା ।ଏବେ ସାନପୁଅ ଅକ୍ଲାନ୍ତଙ୍କ ମୃତ୍ୟୁପରେ ପରିବାରରେ ଶୋକରଛାୟା ଖେଳି ଯାଇଛି ।

ଆଜିର ରାଶିଫଳ

୨୫-୧-୨୦୨୩(ବୁଧବାର)ବିବାହ ଓ ପାଣଗ୍ରହଣ । ମିଥୁନ ଓ ମୀନରାଶିର ଘାତଚନ୍ଦ୍ର । ମୀନ ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ଧନୁ ରାଶିର ଘାତଚନ୍ଦ୍ର । କର୍କଟ ରାଶିର ଘାତବାର ।ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ମୂଳା ଦିବା ଘ୧୨।୫୩ ଗତେ ବେଲ ଭକ୍ଷଣ ନିଷେଧ । ବରଦା ଚତୁର୍ଥୀ । ମେଷ-ଆଜିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ […]

କାଲିଠାରୁ ଶ୍ରୀଜଗନ୍ନାଥ ପର୍ଯ୍ୟଟନ ଟ୍ରେନ୍

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)କାଲି ଯାତ୍ରା ଶୁଭାରମ୍ଭ କରିବ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍। ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯାତ୍ରାର ଶୁଭାରମ୍ଭ କରିବେ।ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଯିବ ଟ୍ରେନ୍। ଉତ୍ତରପ୍ରଦେଶ , ବିହାର , ଝାଡ଼ଖଣ୍ଡ ଏବଂ ଓଡ଼ିଶା ଯାତ୍ରା କରିବ ଟ୍ରେନ୍। ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ଶୁଭାରମ୍ଭ , ବାରଣାସୀରେ ପ୍ରଥମ ଷ୍ଟପେଜ୍ ହେବ ବୋଲି ଜଣାପଡିଛି।

ଅକ୍ସିଜେନ୍ ପାଇଁ ଜୀବନ ଗଲା !

କଟକ,୨୪।୧(ଏସଏସନିଉଜ) SCBରେ ଚିକିତ୍ସା ଅବହେଳାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି।ପୁରୁଣା ମେଡିସିନ୍ ୱାର୍ଡରେ ଜଣେ ରୋଗୀର ମୃତ୍ୟୁ ଅଭିଯୋଗ ହୋଇଛି।ରୋଗୀକୁଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ସିଫ୍ଟ ବେଳେ ତାଙ୍କଠାରୁ ଅକ୍ସିଜେନ୍ କାଢ଼ି ନିଆଯିବାରୁ ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି।କାଲି ଶ୍ୱାସଜନିତ ସମସ୍ୟା ପାଇଁ ବାଲେଶ୍ୱରର ରୋଗୀ SCB ଆସିଥିଲେ।ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇ ଛାନଭିନ କରାଯିବାସହ ଘଟଣାରେ ଯାହାର ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି SCB ପ୍ରଶାସନିକ ଅଧିକାରୀ […]

ସମୁଦ୍ରରୁ ମିଳିଲା ଦ୍ୱିତୀୟ ମୃତଦେହ

କୋଣାର୍କ,୨।୧(ଏସଏସ ନିଉଜ) ଭାସି ଯାଇଥିବା ଦ୍ୱିତୀୟ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଜାହାନିଆ ପୀର ସମୁଦ୍ର ବେଳାଭୂମିରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ପିକ୍‌ନିକ୍‌ରେ ଆସି ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୨ ଯୁବକ। ମୃତକ ଜଗତସିଂହପୁର ପଣସପଡ଼ା ଅଞ୍ଚଳର ସାଗର ଅଲ୍ଲୀ। ଜଣଙ୍କ ମୃତଦେହ କାଲି ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ।

ମହିଳାଙ୍କୁ ଗଣଦୁଷ୍କର୍ମ!

କନ୍ଧମାଳ,୨୪।୧ (ଏସଏସନିଉଜ)ପୂର୍ବଶତ୍ରୁତାକୁ କେନ୍ଦ୍ରକରି କିଛି ଯୁବକ ସଂଘବଦ୍ଧଭାବେ ଘରେ ପଶି ଜଣେମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ସଦର ଥାନା ଅଞ୍ଚଳରେ ଘଟିଛି। ଏନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ସନ୍ଧ୍ୟା ସମୟରେ କିଛି ଯୁବକ ସଂଘବଦ୍ଧ ଭାବେ ପୀଡ଼ିତା ମହିଳାଙ୍କ ଘରେ ପଶି ତାଙ୍କ କାରକୁ ଭଙ୍ଗାରୁଜା କରିଥିଲେ। ମହିଳା ଜଣଙ୍କ ଏହାକୁ ବିରୋଧ କରିବାରୁ ଯୁବକମାନେ ମହିଳାଙ୍କୁ ଘର ଭିତରକୁ ଟାଣିନେଇ ଗଣଦୁଷ୍କର୍ମ କରିଥିଲେ। ମହିଳାଙ୍କ ପାଟି ଶୁଣି ତାଙ୍କୁ ଦେଢ଼ ଶାଶୁ […]

ଆଜିର ରାଶିଫଳ

୨୪-୧-୨୦୨୩(ବୁଧବାର)ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର । ମକର ରାଶିର ଘାତବାର ।ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଓ ଚତୁର୍ଥୀର ପାର୍ବଣ ଶ୍ରାଦ୍ଧ । ପଟୋଳ ଦିବା ଘ୩।୪୧ ଗତେ ମୂଳା ଭକ୍ଷଣ ନିଷେଧ । ମେଷ:-ଆପଣ ନିଜକୁ ସ˚ବରଣରେ ରଖିବା ଦରକାର। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ:-କୌଣସି ବଡ଼ କାମରେ ଲାଭ ହେବ। ଖୁସି ଖବର ପାଇବେ। ସଙ୍ଗୀତ ନିର୍ଦେଶକଙ୍କ ଲାଗି ଦିନଟି ଭଲ। […]

କୋଟିଏ ଟଙ୍କାର ସୁନାକଳସ ଦାନକଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୧(ଏସଏସନିଉଜ)ଶନି ମନ୍ଦିରକୁ ସୁବର୍ଣ୍ଣକଳସ ଦାନକରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଏହି ସୁବର୍ଣ୍ଣକଳସର ମୂଲ୍ୟ ପ୍ରାୟ ଏକକୋଟିଟଙ୍କା ହେବବୋଲି ସୂଚନା ମିଳିଛି। ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ୧କେଜି ୭ଶହ ଗ୍ରାମର ସୁନା ଓ ୫କେଜି ରୂପାରେ ନିର୍ମିତ କଳସ ଦାନ କରିଛନ୍ତି। ଗତ ଶନିବାର ଶନି ଅମାବାସ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଛନ୍ତି।