ମହିଳାଙ୍କୁ ଗଣଦୁଷ୍କର୍ମ!

କନ୍ଧମାଳ,୨୪।୧ (ଏସଏସନିଉଜ)ପୂର୍ବଶତ୍ରୁତାକୁ କେନ୍ଦ୍ରକରି କିଛି ଯୁବକ ସଂଘବଦ୍ଧଭାବେ ଘରେ ପଶି ଜଣେମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ସଦର ଥାନା ଅଞ୍ଚଳରେ ଘଟିଛି।
ଏନେଇ ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି।
ଗତକାଲି ସନ୍ଧ୍ୟା ସମୟରେ କିଛି ଯୁବକ ସଂଘବଦ୍ଧ ଭାବେ ପୀଡ଼ିତା ମହିଳାଙ୍କ ଘରେ ପଶି ତାଙ୍କ କାରକୁ ଭଙ୍ଗାରୁଜା କରିଥିଲେ। ମହିଳା ଜଣଙ୍କ ଏହାକୁ ବିରୋଧ କରିବାରୁ
ଯୁବକମାନେ ମହିଳାଙ୍କୁ ଘର ଭିତରକୁ ଟାଣିନେଇ ଗଣଦୁଷ୍କର୍ମ କରିଥିଲେ। ମହିଳାଙ୍କ ପାଟି ଶୁଣି ତାଙ୍କୁ ଦେଢ଼ ଶାଶୁ ଘଟଣା ସ୍ଥଳରେ ପହଞ୍ଚିବାରୁ ଯୁବକ ମାନେ ଫେରାର ହୋଇ ଯାଇଥିଲେ।

Comments (0)
Add Comment