ରାୟଗଡ଼ାରେ ବଡ଼ଧରଣ ଡକାୟତି
ରାୟଗଡ଼ା,୧୯।୧(ଏସଏସ ନିଉଜ)ରାୟଗଡ଼ାରେ ବଡ଼ ଧରଣ ଡକାୟତି ହୋଇଛି। କେନ୍ତାଲି ସାଇ ଶ୍ରୀନିବାସଙ୍କ ଘରେ ଡକାୟତି ହୋଇଛି।ନଗଦ ୯ଲକ୍ଷ ଟଙ୍କା ସହ ୭ଶହ ୮୦ଗ୍ରାମ ସୁନା ଲୁଟ୍ ହୋଇଛି।ଗତ ତିନିଦିନ ହେବ ଘରେ କେହି ନଥିଲେ।ଘର କବାଟ ଭାଙ୍ଗି ୬ଟି ଆଲମିରା ତାଡି ଲୁଟ୍ ହୋଇଛି।
Browsing author
ରାୟଗଡ଼ା,୧୯।୧(ଏସଏସ ନିଉଜ)ରାୟଗଡ଼ାରେ ବଡ଼ ଧରଣ ଡକାୟତି ହୋଇଛି। କେନ୍ତାଲି ସାଇ ଶ୍ରୀନିବାସଙ୍କ ଘରେ ଡକାୟତି ହୋଇଛି।ନଗଦ ୯ଲକ୍ଷ ଟଙ୍କା ସହ ୭ଶହ ୮୦ଗ୍ରାମ ସୁନା ଲୁଟ୍ ହୋଇଛି।ଗତ ତିନିଦିନ ହେବ ଘରେ କେହି ନଥିଲେ।ଘର କବାଟ ଭାଙ୍ଗି ୬ଟି ଆଲମିରା ତାଡି ଲୁଟ୍ ହୋଇଛି।
ଭଦ୍ରକ,୧୯।୧(ଏସଏସନିଉଜ) ଭଣ୍ଡାରିପୋଖରୀ ଥାନା ଡାହାଲ ଛକ ନିକଟରେ ବେଆଇନ କ୍ରୋମାଇଟ ବେପାର ବେଳେ STF ଚଢାଉ କରିଛି।୩ଟି ଟ୍ରକ୍ , ଗୋଟିଏ ଜେସିବି ଜବତ କରିବା ସହ ୫ଜଣଙ୍କୁ ଅଟକ ରଖିଲା STF।
ଭଞ୍ଜନଗର,୧୯।୧(ଏସଏସ ନିଉଜ) ଜଙ୍ଗଲରୁ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି।ଜଗନ୍ନାଥପ୍ରସାଦ ବନାଞ୍ଚଳ ଅଧୀନ ମାଣପୁର ଗାଁ ଜଙ୍ଗଲରେ ଠାବ ହୋଇଛି। ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଛି ବନବିଭାଗ।
ଭୁବନେଶ୍ୱର,୧୯।୧(ଏସଏସ ନିଉଜ) ଭଡ଼ା ଘରୁୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।ଧଉଳିଥାନା ନୂଆଗାଁ ସ୍ଥିତ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଦେବଗଡ ଜିଲ୍ଲାର ଶଶିଭୂଷଣ ପ୍ରଧାନ ବୋଲି ଜଣାପଡିଛି।ଚାକିରି ପାଇଁ ଭୁବନେଶ୍ୱର ଆସି ଘର ଭଡ଼ା କରି ରହୁଥିଲେ।
ମାଲକାନଗିରି,୧୯।୧(ଏସଏସ ନିଉଜ) ମୋଟୁଥାନା ପୋଟେରୁ କେନାଲ ନିକଟରେ ବାଘଛାଲ ବିକ୍ରି ଡିଲ୍ ବେଳେ ୩ ଜଣଙ୍କୁ ଗିରଫ କରିଛି ବନବିଭାଗ।ଗିରଫ ୩ ଅଭିଯୁକ୍ତ ମାଙ୍ଗିପାଲି ଗାଁର ହୋଇଥିବା ସୂଚନ ମିଳିଛି।
ଭୁବନେଶ୍ୱର,୧୯।୧(ଏସଏସ ନିଉଜ)ଜଗତସିଂହପୁରରେ ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଆରମ୍ଭ ହୋଇଛି। ଚାଷୀମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଆଗରେ ଧାନ ଢାଳି ବିକ୍ଷୋଭ କରିଛନ୍ତି।
ବଲାଙ୍ଗିର,୧୯।୧(ଏସଏସ ନିଉଜ) ଟ୍ରକ୍କୁ ପଛରୁ ପିଟିଛି ୱିଙ୍ଗର ଭ୍ୟାନ୍।ଫଳରେ ୧୦ଜଣ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାର ସୂଚନା ମିଳିଛି। ଗୁରୁତରଙ୍କ ମଧ୍ୟରୁ ୩ଜଣ ବଲାଙ୍ଗିର ମେଡିକାଲ, ୨ଜଣ ବୁର୍ଲା କୁସ୍ଥାନାନ୍ତର କରାଯାଇଛି।ପାଟଣାଗଡ- ବେଲପଡା ରାସ୍ତାର ପୋଡଛାପର ନିକଟରେଏହି ଦୁର୍ଘଟଣା ଘଟିଛି।
ଆଳି,୧୯।୧(ଏସଏସନିଉଜ) କଟକ-ଚାନ୍ଦବାଲି ରାସ୍ତାର ଗଞ୍ଜା ଗାଁ ନିକଟରେ ଓଲଟିପଡିଛି ବସ।ଏହାଫଳରେ ୨୦ରୁ ଅଧିକ ଆହତ ହୋଇଥିବାର ଜଣାପଡିଛି।
ଭୁବନେଶ୍ବର,୧୯।୧(ଏସଏସ ନିଉଜ) ଓଡ଼ିଶାରେ ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ । ହକି ବିଶ୍ବକପ୍ ପାଇଁ ନବୀନଙ୍କ ନିମନ୍ତ୍ରଣ ରଖି ଓଡ଼ିଶାକୁ ଆସିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ସେଠାକାର କ୍ରୀଡ଼ା ମନ୍ତ୍ରୀ ଉଦ୍ଧୟାନିଧି ଷ୍ଟାଲିନ୍ । ସେ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟସ୍ବାଗତ କରାଯାଇଛି।
ଭୁବନେଶ୍ୱର,୧୯।୧(ଏସଏସ ନିଉଜ)ଆଜିଠୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ ଆରମ୍ଭ ହେବ।ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଦିଆଯିବ କୋଭିସିଲ୍ଡ ଟିକା। ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ନେଇଛନ୍ତି ବୁଷ୍ଟର ଡୋଜ୍।