Browsing author

SATYA SANDHANA DESK

ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ହେଉଛି ଉନ୍ନତି

ଭୁବନେଶ୍ୱର,୨ା୧(ଏସଏସନିଉଜ)ଭାରତୀୟ କ୍ରିକେଟ ଟିମର ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ତାଙ୍କୁ ବର୍ତ୍ତମାନ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ତେବେ ଶୁକ୍ରବାର ଦିନ ଭୟଙ୍କର ସଡକ ଦୁର୍ଘଟଣାରେ ଋଷଭଙ୍କର ଗୋଡ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଯେଉଁଥିପାଇଁ ତାଙ୍କ ଗୋଡ ପ୍ଲାଷ୍ଟିକ ସର୍ଜରୀ କରାଯିବ ବୋଲି କୁହାଯାଉଥିଲା । ତେବେ ଭାରତୀୟ କ୍ରିକେଟର ରିଷଭ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ।

କୁମ୍ଭୀର ଗଣନାପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା, ୨ା୧(ଏସଏସନିଉଜ)ଜାନୁଆରୀ ୪ରୁ ୧୪ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକାା ଭିତରକନିକା ଜାତୀୟଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେଥିବା ନଦୀନାଳ ଗୁଡିକରେ କୁମ୍ଭୀରଗଣନା ଆରମ୍ଭ ହେବାଏଣୁ ଏହାକୁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ।

୧୦ଶିକ୍ଷକଙ୍କୁ ବହିଷ୍କାର କଲେ ଡିଇଓ

ମାଲକାନଗିରି, ୨ା୧(ଏସଏସନିଉଜ) ଦୀର୍ଘଦିନଧରି ଅନୁପସ୍ଥିତଥିବା ୧୦ଜଣଶିକ୍ଷକଙ୍କୁ ବହିଷ୍କୃତ କରାଯାଇଛି। ୧୦ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ବହିଷ୍କାର କରିଛନ୍ତି ମାଲକାନଗିରି ଡିଇଓ। କାରଣଦର୍ଶାଅ ନୋଟିସ୍ ସତ୍ତ୍ୱେ ଉତ୍ତର ନ ମିଳିବାରୁ ଏହିଭଳି କାର୍ୟ୍ୟାନୁଷ୍ଠାନନେଇଥିବାର ଜଣାପଡିଛି ।

ବିଲଭିତରେ କ୍ଷତାକ୍ତ ମୃତଦେହ ଠାବ

ଆସିକା, ୨ା୧(ଏସଏସନିଉଜ)ବିଲଭିତରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛିା କବିସୂର୍ୟ୍ୟନଗରଥାନା ନିମୁଣ୍ଡିଆ-ବଡ଼ଚଢ଼େଇପଡ଼ା ରାସ୍ତାପାର୍ଶ୍ୱ ବିଲରେ ମୃତଦେହ ଠାବ ହୋଇଛି ।ମୃତଦେହ ନିକଟରେ ମଦ ବୋତଲ ପଡ଼ିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ସନେ୍ଦହ କରାଯାଉଛିି ।

ଆଜିର ରାଶିଫଳ

ପୁତ୍ରଦାଏକାଦଶୀ୨୦୨୨ ମସିହା ଜାନୁୟାରୀ ମାସ ୦୨ ତାରିଖ (ସୋମବାର)ପୌଷମାସ – ଶୁକ୍ଲପକ୍ଷ ,ତିଥି-ଏକାଦଶୀ ରାତ୍ରୀ ଘ୮/୨୩ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୧୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୬/୧୫/୧୭ ,ମିଥୁନ ଓ ମୀନରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ଶିମ୍ବ ରାତ୍ରୀ ଘ୮/୨୩ ଗତେ ପୋଇ ଭକ୍ଷଣ ନିଷେଧ । ମେଷ-ଆଜି ଦୃଢତାର ସହ ନିଜର ପାରିପାର୍ଶ୍ୱିକ ଉନ୍ନତି କରିବେ ଏବଂ ଆପଣଙ୍କ ସୁନ୍ଦର ସ୍ୱାସ୍ଥ୍ୟ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ। ଯେତେବେଳପର୍ଯ୍ୟନ୍ତ […]

ସୁନାବେଶରେ ଦର୍ଶନଦେଲେ ମାତାରିଣୀ

କେନ୍ଦୁଝର,୧ା୧(ଏସଏସନିଉଜ) ଇଂରାଜୀ ନବବର୍ଷରେ ଘଟଗାଁ ମା’ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।ମା ସୁନାବେଶଭକ୍ତମାନଙ୍କୁ ।ାଜି ଦର୍ଶନ ଦେଇଛନ୍ତି । ଭକ୍ତଙ୍କ ଭିଡକୁ ଆଖିଆଗରେ ରଖି ଶୃଙ୍ଖଳିତ ଭାବେ ମା’ଙ୍କୁ ଦର୍ଶନ କରିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ଏହିଅବସରରେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଲକ୍ଷାଧିକ ଭକ୍ତଙ୍କୁ ମା’ଙ୍କ ଭୋଗଲାଗି ନଡିଆରୁ ପ୍ରସ୍ତୁତ ଲଡୁ ମାଗଣାରେ ବଣ୍ଟନ କରାଯାଇଥିଲା ।

ଆଜିଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା

ପୁରୀ,୧ା୧(ଏସଏସନିଉଜ) ଆଜିଠାରୁ ପୁରୀ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା ନିୟମ ଲାଗୁ ହୋଇଛି। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ବାର ଓ ଦକ୍ଷିଣ ଦ୍ବାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ।ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍ ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଶ୍ରୀମନ୍ଦିର ସେବାୟତ, ଅଧିକାରୀମାନେ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ପରିବର୍ତେ କ୍ୟାମେରା ନଥିବା ଫୋନ୍ କି-ପ୍ୟାଡ୍ […]

ପୂର୍ଣ୍ଣଦର୍ଶକରେ ଖେଳାଯିବ ହକି ବିଶ୍ୱକପ୍

ପୁରୀ,୧ା୧(ଏସଏସନିଉଜ) ହକିବିଶ୍ୱକପ୍ ନେଇ ମୁଖ୍ୟସଚିବ ସୁରେଶମହାପାତ୍ରଙ୍କ ସୂଚନା ଅନୁସାରେ ପୂର୍ଣ୍ଣଦର୍ଶକରେ ଖେଳାଯିବ ହକି ବିଶ୍ୱକପ୍ର ସବୁ ମ୍ୟାଚ୍ । ରାଉରକେଲା ଷ୍ଟାଡିୟମରେରହିବେ ୧୬ ଟିମା ହେଟେଲ ତାଜ୍ ଗ୍ରୁପ୍ କରିବ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଓ କୌଣସି ବାଧ୍ୟତାମୂଳକ ଗାଇଡ୍ଲାଇନ୍ ରହିବନାହିଁ କେବଳ କେବଳ ପରାମର୍ଶ ବୋଲି ସୁଚନା ଦେଇଛନ୍ତି ।

ବସକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବାରିପଦା, ୧ା୧(ଏସଏସନିଉଜ) ବାରିପଦା ସହରର ଜୁବୁଲି ପେଟ୍ରୋଲ ପମ୍ପ ନିକଟରେ ଉତ୍ତ୍ୟକ୍ତ ଲୋକେ ବସକୁ ଜାଳିଦେଇଛନ୍ତି । ୧୮ ନମ୍ବର ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଏକ ବାଇକକୁ ଧକ୍କା ଦେବାରୁ ବାଇକ ଚାଳକ ଗୁରୁତର ହୋଇଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିବାପରେ ଆଜି ଦିନ ସାଢ଼େ ୨ଟା ବେଳେ ବସକୁ ଜାଳିଦେଇଥିଲେ ।ଦୁର୍ଘଟଣାପରେ ବସ ଚାଳକ ଫେରାର ହୋଇଯାଇଛି । […]

ମୋବସରୁ ୬ମୋବାଇଲ ଚୋରି!

କଟକ ,୧ା୧(ଏସଏସନିଉଜ) ମୋ ବସରୁ ୬ଟି ମୋବାଇଲ ଚୋରି ନେଇ ନନ୍ଦନକାନନଥାନାରେ ଅଭିଯୋଗ ହୋଇଛି । ନନ୍ଦନକାନନରୁ କଟକ ଯିବା ବାଟରେ ୧୮ ନମ୍ବର ବସରୁ ଚୋରି ହୋଇଛିାଜୁଡିସିଆଲ ଏକାଡେମୀ ପାଖରେ ମୋବାଇଲ ନଥିବା ଜାଣିବାକୁ ପାଇଲେ ଯାତ୍ରୀାଏହାପରେ ନନ୍ଦନକାନନଥାନାକୁ ଆସି ଅଭିଯୋଗ କରିଛନ୍ତି ।