Browsing author

SATYA SANDHANA DESK

ବାପାକୁ ଛୁରୀ ଭୁସି ମାରିଦେଲା ପୁଅ

ଦେବଗଡ, ,୧ା୧(ଏସଏସନିଉଜ)ନୂଆବର୍ଷରେ ବାପାକୁ ଛୁରୀ ଭୁସି ହତ୍ୟା କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେବଗଡ ଥାନା କାଉଁଶିବାହାଲ ଗାଁରେ ଘଟିଛି । ରତ୍ନାକର ପ୍ରଧାନ(୭୦) ଘରେ ଶୋଇଥିବା ବେଳେ ପୁଅ ଦୁର୍ଯ୍ୟୋଧନ ନିଶାସକ୍ତ ଅବସ୍ଥାରେ ଆସି ମଦ ପିଇବାକୁ ଟଙ୍କା ମାଗିଥିଲା । ବାପା ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦୁର‌୍ୟ୍ୟୋଧନ ମୁଣ୍ଡରେ ବାରମ୍ବାର ଛୁରୀରେ ଆଘାତ ଦେବାରୁ ଘଟଣାସ୍ଥଳରେ ରତ୍ନାକରଙ୍କର ମୃତ୍ୟୁ ହୋଇଛି ।ଖବରପାଇ ପୋଲିସ ଘଟଣାସ୍ଥଳରୁ ପୁଅକୁ ଗିରଫ […]

ସିଫୁଡପାର୍କରୁ ଝୁଲନ୍ତା ମୃତଦେହ ଉଦ୍ଧାର

ମେଣ୍ଢାଶାଳ,୧ା୧(ଏସଏସନିଉଜ)ଡେରାସଫାର୍ମରେ କାର୍ଯ୍ୟାକ୍ଷମ ସିଫୁଡପାର୍କରେ କାର୍ଯ୍ୟକରୁଥିବା ଜଣେ ଶ୍ରମିକ ବେକରେ ଦଉଡିଦେଇ ଆତ୍ମହତ୍ୟା କରିଥିବାର ରବିବାରସକାଳେ ଦେଖିବାକୁ ମିଳିଛି ।ମୃତକ ହେଉଛନ୍ତି ବାଘମାରିଥାନା ଅର୍ନ୍ତଗତ ତଳଗଡଗ୍ରାମର ଅନୁପବେହେରା ।ସେ ସିଫୁଡପାର୍କରେ ଶ୍ରମିକଭାବେ କାମକରୁଥିଲେ । ରବିବାରବଢିଭୋର ସମୟରେ ଅନ୍ୟଶ୍ରମିକମାନେ ଦେଖିବାପରେ ସୁଚନାପାଇଁ ଚନ୍ଦକାଥାନାପୋଲିସ ଘଟଣାସ୍ଥଳକୁ ଯାଇଥିଲା ।ପୋଲିସ ୧/୨୩କେଶନଂରେ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତକରି ବ୍ୟବଛେଦପାଇଁ ରାଜଧାନୀ ଚିକିସ୍‌ାଳୟକୁ ପଠାଇଛି ।ଅନ୍ୟପଟେ ତାଙ୍କ ପୁଅକୁ ହତ୍ୟାକରି ଆତ୍ମହତ୍ୟାର ରୁପ ଦିଆଯାଇଛି ବୋଲି ମୃତଯୁବକର ପିତା ପ୍ରଶନ୍ନବେହେରା ଚନ୍ଦକାଥାନାରେ […]

ଛାତ୍ରାବାସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ,୧ା୧(ଏସଏସନିଉଜ)ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ହଷ୍ଟେଲରୁ ପ୍ରଜ୍ଞାପରମିତା ପରିଡ଼ା ନାମକ ପିଜି ପ୍ରଥମ ବର୍ଷର ଜଣେଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଘର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ବୋଲି ସୁଚନା ମିଳିଥିବାବେଳେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।ଖବରପାଇ ସି ବିଚ୍ ପୁଲିସ ଘଣାସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଟାଙ୍ଗିଆ ଚୋଟରେ ଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି, ୧ା୧(ଏସଏସନିଉଜ)ନୁଆବର୍ଷରେ ମାଲକାନଗିରିଜିଲ୍ଲାରେ ଏକ ଅଭାବନୀୟଘଟଣା ସାମ୍ନାକୁ ଆସିଛି । ଜଣେ ଶିକ୍ଷକଙ୍କୁ ଟାଙ୍ଗିଆରେ ହାଣି ପିଅନ ହତ୍ୟା କରିଥିବାର ଜଣାପଡିଛି । ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକ ଏବଂ ପିଅନ ମଧ୍ୟରେ କୌଣସି କଥାକୁନେଇ ସାମାନ୍ୟବଚସା ହୋଇଥିବାବେଳେ ଏଥିରେ ଉତ୍‌କ୍ଷିପ୍ତହୋଇ ପିଅନ ଟାଙ୍ଗିଆରେ ଶିକ୍ଷକଙ୍କୁ ହତ୍ୟା କରିଥିବାର ଜଣାପଡିଛି । ଖବରପାଇ ମାଲକାନଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପିଅନକୁ ଅଟକ ରଖି ପଚରାଉଚରା ଚଳାଇଛି ।

ଜାନୁଆରୀମାସର ସବୁ ଛୁଟିଦିନରେ ଲୋକସେବାଭବନ ପୁଷ୍ପ ଉଦ୍ୟାନ ଖୋଲା

ଭୁବନେଶ୍ବର ,୧ା୧(ଏସଏସନିଉଜ) ଜାନୁଆରୀ ୨୦୨୩ରେ ଚତୁର୍ଥଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବାଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରି ଟାରୁ ଛଟାପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପଉଦ୍ୟାନ ବୁଲି ଦେଖି ପାରିବୋ ଆଜି ନୂଆବର୍ଷରେ ଜନସାଧାରଣ ଲୋକସେବାଭବନଉଦ୍ୟାନ ବୁଲି ଦେଖିପାରିବୋଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନକିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି […]

ଆଜିର ରାଶିଫଳ

ଜାନୁଆରୀ ମାସ ୦୧ ତାରିଖ ୨୦୨୩ ମସିହା(ରବିବାର) ଇଂରାଜୀ ନୂତନ ବର୍ଷ ୨୦୨୩ ମସିହା ଆରମ୍ଭ.ପୌଷମାସ-ଶୁକ୍ଳପକ୍ଷ ,ତିଥି- ଦଶମୀ ରାତ୍ରି ଘ୦୭/୨୫ଗତେ ଏକାଦଶୀ ,ଶାମ୍ବ ଦଶମୀ ଓ ଇଂରାଜୀ ନବବର୍ଷ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୦୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୫/୩୭ ,ମେଷ ରାଶିର ଘାତଚନ୍ଦ୍ର ,ମେଷ ରାଶିର ଘାତବାର ,ଦଶମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୭/୧୩ ଗତେ ଘ୦୯/୩୮ ମଧ୍ୟେ ଓ ଘ୦୧/୧୨ ଗତେ ଘ୦୪/୦୩ ମଧ୍ୟେ ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା […]

ଦିନଦ୍ବିପହରେ ମୁଖ୍ୟରାସ୍ତା କଡରୁ କାଟୁଛନ୍ତି ଗଛ

ବାରଙ୍ଗ,୩୧ା୧୨(ଏସଏସନିଉଜ)ପରିବେଶକୁ ସୁରକ୍ଷାଦେବା ନିମନ୍ତେ ସରକାର ଲକ୍ଷାଧିକ ଟଙ୍କା ବ୍ୟୟବରାଦକରି ରାସ୍ତା କଡ଼ରେ ଗଛ ଲଗାଉଛନ୍ତି।ଆଗାମୀ ପିଢିଙ୍କ ସୁରକ୍ଷା ଓ ଆବଶ୍ୟକତା ପାଇଁ ସଚେତନ ମଧ୍ୟ କରାଉଛନ୍ତି।କିନ୍ତୁ ଏହାକୁ ବେଖାତିର କରି ନିଜ ସ୍ୱାର୍ଥପାଇଁ ବାରଙ୍ଗ ଅଞ୍ଚଳରେ ଗଛ କଟାଯାଉଥିବାର ଦେଖିବାକୁ ମିଳିଛି।ବାରଙ୍ଗ-ବାଙ୍କୀ ମୁଖ୍ୟରାସ୍ତାକଡରେ ଲଗାଯାଇଥିବା ଗଛ ଏବେ ପ୍ରାୟ ଆଉ ଦେଖିବାକୁ ମିଳୁନାହିଁ ।ଶନିବାରଦିନ ସକାଳେ ପାଟପୁର ଗାଁ ମୁଣ୍ଡଠାରୁ ଅଳ୍ପଦୁର ବାରଙ୍ଗ ମୁଖ୍ୟରାସ୍ତା କଡ଼ରେ ଥୁବା ଏକ ଆମ୍ବଗଛକୁ କାଟିବା ଆରମ୍ଭ କରାଯାଇଛି।ଗଛର ଗୋଟିଏ ଡାଳକୁ […]

ଇଗ୍ନୋରେ ୨୦୨୩ଶିକ୍ଷାବର୍ଷ ପାଇଁ ନାମଲେଖା ଆରମ୍ଭ

ଭୁବନେଶ୍ୱର,୩୧ା୧୨(ଏସଏସନିଉଜ)ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ୨୦୨୩ ଶିକ୍ଷାବର୍ଷ ପାଇଁ ନାମଲେଖାପାଇଁ ଘୋଷଣାକରାଯାଇଛି କୌଣସିକାରଣରୁ ଅଧାରୁ ପାଠଛାଡିଥିବା କିମ୍ବା ଉଚ୍ଚଶିକ୍ଷାପାଇବାରୁ ବଞ୍ଚତ୍ତ ହୋଇଥିବା ଯେକୌଣସି ବୟସର ବ୍ୟକ୍ତି ଇଗ୍ନୋରେ ସମସ୍ତବିଭାଗରେ ନାମଲେଖାଇପାରିବେ।ଏହା ଜାନୁୟାରୀ ୩୧ପର୍ଯ୍ୟନ୍ତ ନାମଲେଖାଚାଲିବ।ଇଚ୍ଛୁକପ୍ରାର୍ଥୀମାନେ ଇଗ୍ନୋ ଓ୍ବେବ୍ ସାଇଟ୍ www.ignou.ac.in ଏବଂ ଲିଙ୍କ୍ https://ignouadmission.samarth.edu.inକୁଅନୁସରଣ କରିପାରିବେ କିମ୍ବା ଇଗ୍ନୋ ଆଞ୍ଚଳିକକେନ୍ଦ୍ର ଭୁବନେଶ୍ୱରକୁ ମେଲ୍ କରିପାରିବେ ।ସବିଶେଷ ବିବରଣୀ ପାଇଁ ଫୋନ୍ ନଂ.୦୬୭୪-୨୯୭୧୦୭୧ କିମ୍ବା ୦୬୭୪-୨୩୦୧୩୪୮ରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି  

ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା

ଭୁବନେଶ୍ୱର,୩୧ା୧୨(ଏସଏସନିଉଜ)ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା ହୋଇଛି ।ଦିନିକିଆ କ୍ରିକେଟ୍ରେ ଶ୍ରେୟସ ଆୟର ଶ୍ରେଷ୍ଠ ବ୍ୟାଟସମ୍ୟାନ ଏବଂ ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲର ଭାବେ ହେଲା ଘୋଷଣା ହୋଇଛିାଶ୍ରେୟସ ଆୟର ୧୭ଟି ମ୍ୟାଚ୍ ଖେଳି ୫୫.୬୯ ଆଭ୍ରେଜ୍ରେ ସର୍ବାଧିକ ୭୨୪ ରନ୍ କରିଛନ୍ତି ।ସେହିପରି ଦିନିକିଆ ବୋଲିଂ ବିଭାଗରେ ଟପ୍ରେ ରହିଛନ୍ତି ମହମ୍ମଦ ସିରାଜ । ସେ ୧୫ଟି ମ୍ୟାଚ୍ ଖେଳି ୨୪ ଟି ଓ୍ୱିକେଟ୍ ନେଇଛନ୍ତି ।ସେହିପରି ଟେଷ୍ଟ କ୍ରିକେଟ୍ରେ ଶ୍ରେଷ୍ଠ […]

ଦୁଇବର୍ଷପରେ ପ୍ରସିଦ୍ଧ ଓଳାଶୁଣୀ ମେଳା

ଯାଜପୁର ,୩୧ା୧୨(ଏସଏସନିଉଜ)ଦୁଇବର୍ଷପରେ ଚଳିତବର୍ଷ ଯାଜପୁରଜିଲ୍ଲାର ପ୍ରସିଦ୍ଧ ଓଳାଶୁଣୀମେଳା ଅନୁଷ୍ଠିତ ହେବାକୁଯାଉଛି ।ଏ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତିବୈଠକରେ ସୂଚନାଦିଆଯାଇଛି କ୍ଷମହାପୁରୁଷ ସନ୍ଥ ଅରକ୍ଷିତଦାସଙ୍କ ବ୍ରହ୍ମଲୀନ ଦିବସରେ ମାଘ ମାସ କୃଷ୍ଣପକ୍ଷ ଏକାଦଶତିଥିରେ ଏହିମେଳା ଆରମ୍ଭ ହୋଇଥାଏ ।୧୦ଦିନଧରି ଅନୁଷ୍ଠିତ ହେଉଥିବା ଏହିମେଳା ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।