Browsing author

SATYA SANDHANA DESK

ନୁଆବର୍ଷରେ ସକାଳ ୮ରୁ ସଂନ୍ଧ୍ୟା୭

ଭଞ୍ଜନଗର,୩୧ା୧୨(ଏସଏସନିଉଜ)ଆସୁଛି ନୁଆବର୍ଷ ।ଏହାକୁ ଧୁମଧାମରସହ ପାଳିବାକୁ ସମସ୍ତେ ବ୍ୟସ୍ତ ।କିଏ ବଣଭୋଜି କରିବାପାଇଁ ଚିନ୍ତା କରିଛି ତ କିଏ ପରିଭ୍ରମଣରେ ନୁଆବର୍ଷର ମଜା ନେବାକୁ ଯୋଜନା କରିଛି ।ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପ୍ରମୁଖ ଆର୍କଷଣର କେନ୍ଦ୍ର ପାଲଟିଥିବା ଭଞ୍ଜନଗରର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଜାନୁଆରି ୧ ତାରିଖ ଦିନ ସକାଳ ୮ ଟାରୁ ସଂନ୍ଧ୍ୟା ୭ଟାପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରଖିବାକୁ କର୍ତ୍ତୁପକ୍ଷ ନିଷ୍ପତି ନେଇଥିବା ଜଣାପଡିଛି। ୨୫ ଏକର ପରିମିତ ଅଞ୍ଚଳରେ ମ୍ୟୁଜିକାଲା […]

ଓଲଟିଲା ଡଙ୍ଗା

ଢେଙ୍କାନାଳ , ୩୧ା୧୨(ଏସଏସନିଉଜ)ପର୍ଜଙ୍ଗଥାନା ଅନ୍ତର୍ଗତ ରୋଡ଼ଗାଁରେ ଶୁକ୍ରବାର ଦିନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଖେଳି ୧୫ରୁ ଅଧିକ ଖେଳାଳି ଏକ ଡଙ୍ଗାରେ ବ୍ରାହ୍ମଣୀ ନଦୀ ପାର୍ ହୋଇ ନିଜ ଗାଁକୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା ସ୍ୱଭାଗ୍ୟବଶତ କାହାର କିଛି କ୍ଷତି ହୋଇନଥିଲେ ମଧ୍ୟ ହଠାତ ଡଙ୍ଗାଟି ଓଲଟିପଡିଥିଲା । ସମସ୍ତ ଖେଳାଳି ପହଁରି ପହଁରି କୂଳକୁ ଚାଲି ଆସିବାରୁ ଏକ ବଡ଼ଧରଣର ଅଘଟଣରୁ ସମସ୍ତେ ବର୍ତିଯାଇଥିଲେ ।

ଜଙ୍ଗଲରେ ଏଏନଏମଙ୍କୁ ଦୁଷ୍କର୍ମ ଅଭିଯୋଗ

କୁଚିଣ୍ଡ. ୩୧ା୧୨(ଏସଏସନିଉଜ)ହାଡିପାଲିପଞ୍ଚାୟତ ପାନପାଲିଜଙ୍ଗଲରେ ଜଣେ ଏଏନଏମଙ୍କୁ ଦୁଷ୍କର୍ମ ହୋଇଥିବା କୁଚିଣ୍ଡାଥାନାରେ ଅଭିଯୋଗ ହୋଇଛି।ହାଡିପାଲି ପଞ୍ଚାୟତର ଜଣେ ଯୁବକ ଏଏନ୍ଏମ ସହିତ ଫାଶିମାଲ ଆସି ଫେରିବାବେଳେ ରାତି ହୋଇଯାଇଥିଲା। ବାଟରେ ପାନପାଲି ଜଙ୍ଗଲ ନିକଟ ନିଛାଟିଆ ରାସ୍ତାରେ ଯୁବକ ଜଣକ  ଏଏନଏମଙ୍କୁ  ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ଖବର ପାଇ କୁଚିଣ୍ଡା ପୁଲିସ ଏଏନଏମଙ୍କୁ  ଉଦ୍ଧାର କରି ଡାକ୍ତରଖାନାରେ ଭର୍ତିକରାଇବାସହ ଏକମାମଲା ରୁଜୁକରି ତଦନ୍ତଆରମ୍ଭ କରିଛି ।

ଗୋପପୁରରେ କୃଷ୍ଣଲୀଳା

ଗୋପପୁର, ୩୧ା୧୨(ଏସଏସନିଉଜ)ଗୋପପୁରରେ ଚାଲିଛି କୃଷ୍ନଲୀଳା । ସମସ୍ତେ କୃଷ୍ଣଲୀଳାରେ ବିଭୋର ହୋଇଯାଇଛନ୍ତି ।ଗୋପପୁରବାସୀ ଫେରି ଯାଇଛନ୍ତି ଦ୍ବାପର ଯୁଗକୁ। ଘରେଘରେ ପୂର୍ଣ୍ଣକୁମ୍ଭ ସହ ମୁରୁଜ ଧୂପ, ଦୀପ, ନୈବଦ୍ୟ ଧରି ଅପେକ୍ଷା କରିଛନ୍ତି କେତେବେଳେ କୃଷ୍ଣ-ବଳରାମଙ୍କ ଆଗମନ ହେବ ଆଉ ପାଦଧୋଇ ପୂଜାର୍ଚ୍ଚନା କରିବେ।ଏହା ସହିତ କୃଷ୍ଣ-ବଳରାମ ଗୋପାଳ ପୁଅଙ୍କ ସହିତ ନୃତ୍ୟଗୀତରେ ଗୋପପୁର ପରିକ୍ରମା କରିଛନ୍ତିା

ପୁରୀରେ ଅସମ୍ଭାଳ ଭିଡ

ପୁରୀ, ୩୧ା୧୨(ଏସଏସନିଉଜ)ଆଜିହେଉଛି ୨୦୨୨ର ଶେଷଦିନା ଆସୁଛି ନୂଆ ବର୍ଷ ।ନୂତନବର୍ଷ ୨୦୨୩କୁ ସ୍ୱାଗତପାଇଁ ପୁରୀ ଲୋକାରଣ୍ୟ ହୋଇଛି। ରାଜ୍ୟ ଓ ରାଜ୍ୟବାହାରୁ ଶ୍ରୀକ୍ଷେତ୍ରକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡଲାଗିରହିଛି । ଶ୍ରୀଜିଉ ଦର୍ଶନପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଚି । ଏଠାକୁ ଗତ ଦୁଇଦିନଧରି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାନଙ୍କ ଆଗମନ ବଢ଼ିବାରେ ଲାଗିଛି। ଆଜିସୁଦ୍ଧା ଶ୍ରୀଜିଉଙ୍କ ଦର୍ଶନପାଇଁ ଲକ୍ଷାଧିକଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା କୁହାଯାଉଛି। ଆଜିସକାଳୁ ପୁରୀ ବଡ଼ଦାଣ୍ଡ, ସମୁଦ୍ରକୂଳ ସମେତ ଅଧିକାଂଶସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ସ୍ଥିତି […]

ଗଛରେ ପିଟି ହେଲା ତୀର୍ଥଯାତ୍ରୀ ବସ

ବୌଦ୍ଧ, ୩୧ା୧୨(ଏସଏସନିଉଜ) ପୁରୀରୁ ଜଗା ଦର୍ଶନସାରି ନୃସିଂହନାଥ ଅଭିମୁଖେ ଯାଉଥିବାବେଳେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ହରେକୃଷ୍ଣପୁର ନିକଟରେ ଭାରସାମ୍ୟ ହରାଇ ଏକ ତୀର୍ଥଯାତ୍ରୀ ବସ ରାସ୍ତା କଡରେଥିବା ଏକ ଗଛରେ ପିଟି ହୋଇଯାଇଥିଲା । ୪୦ ଜଣ ଯାତ୍ରୀଅଳ୍ପକେ ବର୍ତ୍ତି ଯାଇଥିବାବେଳେ୬ଜଣ ଗୁରୁତର ଆହତହୋଇ ବୌଦ୍ଧ ମେଡିକାଲରେ ଚିକିସ୍‌ିତ ହେଉଛନ୍ତି । ସମସ୍ତ ତୀର୍ଥଯାତ୍ରୀ ଛତିଶଗଡ଼ର ରାୟପୁର ଅଞ୍ଚଳର ବୋଲି ଜଣାଯାଇଛି।

ନକଲି ଔଷଧ ଉପରେ ଲାଗିବ ଅଙ୍କୁଶ

ଭୁବନେଶ୍ୱର,୩୧ା୧୨(ଏସଏସନିଉଜ)ରାଜ୍ୟରେ ଖୁବଶୀଘ୍ର ନକଲି ଔଷଧ ଉପରେ ଲାଗିବାକୁଯାଉଛି ଅଙ୍କୁଶ ।ରାଜ୍ୟବ୍ୟାପୀ ଯାଞ୍ଚ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଟାକ୍ସ ଫୋର୍ସ ।ପାଞ୍ଚ ଜଣିଆ ଟାସ୍କଫୋର୍ସ ଅଚାନକ ଚଢାଉ କରିବେ ଏବଂ ଔଷଧର ଯାଞ୍ଚ ଓ ସଂରକ୍ଷଣ କାର‌୍ୟ୍ୟର ଅନୁଧ୍ୟାନ କରିବେ ।ରାଜ୍ୟର ଏକାଧିକ ଔଷଧ ଦୋକାନରେ ନକଲି ଔଷଧ ଜବତ ପରେ ଅଚାନକ ଚଢାଉ କରିବାକୁ ନିଆଗଲା ନିଷ୍ପତି ।

ଆଜିର ରାଶିଫଳ

୨୦୨୨ ମସିହା ଡିସେମ୍ବର ମାସ ୩୧ ତାରିଖ (ଶନିବାର)ପୌଷ ମାସ,ଶୁକ୍ଲପକ୍ଷ ,ତିଥି-ନବମୀ ରାତ୍ରୀ ଘ୭/୦୧ ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ସୁର୍ୟୋଦୟ ପ୍ରାତଃ ଘ୦୬/୨୪/୪୯,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୧୪/୧୮,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ନବମୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ଲାଉ ରାତ୍ରୀ ଘ୭/୧ ଗତେ କଳମ ଶାଗ ଭକ୍ଷଣ ନିଷେଧ। 🐏ମେଷ- ଆଜି ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟ ସାରିବାରେ ସହଯୋଗ ଦେବେ । ସମ୍ଭାଳିକି ବନ୍ଧୁ […]

ଉଦଯାପିତ ହେଲା ଶିକ୍ଷକପ୍ରଶିକ୍ଷଣ ଶିବିର

ଚନ୍ଦ୍ରଶେଖରପୁର,୩୦।୧୨(ଏସନିଉଜ)ପଟିଆକାନନବିହାର ଫେଜ୍ -୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ ତରଫରୁ ଆୟୋଜିତ ଚତୁର୍ଦ୍ଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଶୁକ୍ରବାରଦିନ ଉଦ ଯାପିତ ହୋଇଯାଇଛି। ଶିକ୍ଷା ପରିଷଦର ସଭାପତି ସୁଧୀର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନି ଉତ୍ସବରେ ବୈଜ୍ଞାନିକ ପ୍ରଫେସର ସୁନିଲ ଷଢଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀମାନଙ୍କୁ ସ୍ୱଧ୍ୟାୟ ଓ ସ୍ୱବଲମ୍ବନ ଉପରେ ଗୁରୁତ୍ୱ ଆରୋପ କରିଥିଲେ।ବିଜ୍ଞାନପୁସ୍ତକ ରଚନାପାଇଁ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ସହକାରୀ ଶିକ୍ଷୟିତ୍ରୀ ରୋଜାଲିନସ୍ୱାଇଁ ଏବଂ […]

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଛି ନିଆଁ

ଭଦ୍ରକ,୩୦।୧୨(ଏସ ଏସ ନିଉଜ)କେନ୍ଦୁଆପଦା ଷ୍ଟେସନ ନିକଟରେ କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଛି।ଫଳରେ ୮ରୁ ୧୦ ବଗିରେ ନିଆଁ ଲାଗିଥିବାର ଜଣାପଡିଛି।ଖବର ପାଇ ନିଆଁଲିଭାଇବାକୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଛି।