ଆଜିଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା

ପୁରୀ,୧ା୧(ଏସଏସନିଉଜ) ଆଜିଠାରୁ ପୁରୀ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା ନିୟମ ଲାଗୁ ହୋଇଛି। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ବାର ଓ ଦକ୍ଷିଣ ଦ୍ବାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ।ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍ ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଶ୍ରୀମନ୍ଦିର ସେବାୟତ, ଅଧିକାରୀମାନେ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ପରିବର୍ତେ କ୍ୟାମେରା ନଥିବା ଫୋନ୍ କି-ପ୍ୟାଡ୍ ମୋବାଇଲ୍ ନେବାକୁ ଅନୁମତି ମିଳିବ।

Comments (0)
Add Comment