Browsing author

SATYA SANDHANA DESK

ଜବତ ହେଲା ଗୋମାଂସ ଭର୍ତ୍ତି କଣ୍ଟେନର

ଆଠଗଡ଼,୨୧/୧୧(ଏସଏସ ନିଉଜ) ତିଗିରିଆ ପୋଲିସ ଗୋମାଂସ ଭର୍ତ୍ତି କଣ୍ଟେନର ଜବତକରିବା ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ସେମାନେ ହେଲେ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ଭାଲିଭର୍ତ୍ତିପାଡୁ ଗାଁର ବାଜି ସାଏଦ ଓ ସକିଲ ଖାଁ ।ରବିବାର ବିଳମ୍ବିତ ରାତିରେ ତିଗିରିଆ ଫାୟାର ଷ୍ଟେସନ୍ ପାଖ ଅଚଳକୋଟ ରାସ୍ତାରୁ ଏହି କଣ୍ଟେନର ଜବତ କରିଛି ପୋଲିସ ।ପୋଲିସ ୨୨୬/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏକାଧିକ ଗାଡ଼ି ଉପରେ ଚଢ଼ିଗଲା ଟ୍ରକ୍‌

ଭୁବନେଶ୍ୱର,୨୧/୧୧(ଏସଏସନିଉଜ)ଭାରସାମ୍ୟ ହରାଇ ଏକାଧିକ ଗାଡ଼ି ଉପରେ ଚଢ଼ିଗଲା ଟ୍ରକ୍ ।୩୦ରୁ ଅଧିକ ଆହତ ହୋଇଥିବାବେଳେ ୪୦ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ମହାରାଷ୍ଟ୍ର ପୁଣେ-ବେଙ୍ଗଲୁରୁ ହାଇେଓ୍ୱରେ ଏହି ଦୁର୍ଘଟଣା ଘଟିଛି ।ପୁଣେ-ବେଙ୍ଗଳୁରୁ ହାଇେଓ୍ୱର ନାଭାଲେ ବ୍ରିଜରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ବ୍ରିଜରେ ଟ୍ରାଫିକ୍ ଜାମ୍ ଯୋଗୁଁ ଶତାଧିକ ଗାଡ଼ି ପଛକୁ ପଛ ଛିଡାହୋଇଥିବାବେଳେ ଏହି ସମୟରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଅନ୍ୟ ଗାଡ଼ି ଉପରେ ଚଢ଼ି ଯାଇଥିଲା ।ସୌଭାଗ୍ୟବଶତଃ […]

ମାଭାଗବତୀମନ୍ଦିରରେ ୫ଟିସଚିବ

ଭୁବନେଶ୍ୱର,୨୧/୧୧(ଏସଏସନିଉଜ) ବାଣପୁରର ମାଭାଗବତୀମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ। ମନ୍ଦିରର ଉନ୍ନତିପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି। ୫ଟିସଚିବ ଭି.କେ ପାଣ୍ଡିଆନଙ୍କସହ ଆଇଏଏସ୍ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜି ସକାଳୁ ୫ଟିସଚିବଙ୍କର ମାଭଗବତୀ ମନ୍ଦିର ପରିଦର୍ଶନ ପରେ ମାଭଗବତୀ ମନ୍ଦିରର ରୂପରେଖ ବଦଳିବାର ସମ୍ଭାବନା ଦେଖାଦେଇଛି ।

୨୩ବର୍ଷପରେ ଘରବାହୁଡା

ନିମାପଡ଼ା,୨୧/୧୧(ଏସଏସନିଉଜ) ୨୩ବର୍ଷର ବ୍ୟବଧାନପରେ ଘରକୁ ଫେରିଛନ୍ତି ସରକାରୀକାଗଜପତ୍ରରେ ମୃତ ଘୋଷିତ ହୋଇଥିବା ବ୍ୟକ୍ତି ନିମାପଡ଼ା ବ୍ଲକ୍ ବାମନାଳ ପଞ୍ଚାୟତର ପାତି ପାଇକସାହି ଗ୍ରାମରକୀର୍ତ୍ତିଚନ୍ଦ୍ର ବିଶ୍ବାଳ । ମହାବାତ୍ୟାର ଦୁଇଦିନପୂର୍ବରୁ ଘରୁକେଉଁଆଡ଼େ ଚାଲିଯାଇଥିଲେ ।ଆଉ ଖୋଜଖବର ମିଳିନଥିଲା । ଶେଷରେ ପରିବାରଲୋକ କୀର୍ତ୍ତିଙ୍କର ଶୁଦ୍ଧିକ୍ରିୟାବି କରିସାରିଥିଲେ ।କିନ୍ତୁ ତାଙ୍କର ସ୍ମୃତିଶକ୍ତି ପଳାଇଯିବାପରେ ଶ୍ରୀକାକୁଲମରୁ କୋଲକାତାର ଏକ ହାମରେଡିଓସଂସ୍ଥା ତାଙ୍କୁ ଆଣି ଚିକିସ୍‌ା କରିଥିଲା । ସ୍ମୃତିଶକ୍ତି ଫେରିଆସିବାପରେ ତାଙ୍କ ପରିଚୟ ଜଣାପଡିଥିଲା ।ତେବେ ୭୩ ବର୍ଷରେ ପଦାର୍ପଣକରିଥିବା କୀର୍ତ୍ତିଚନ୍ଦ୍ରଙ୍କ […]

ଭୁଶୁଡ଼ିଲା ନିର୍ମାଣାଧୀନ ସେତୁ

ଆନନ୍ଦପୁର,୨୧/୧୧(ଏସଏସନିଉଜ) କୁଶେଇନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡ଼ିପଡିଛି ।ପାଣିକୋଇଲି-ରାଜାମୁଣ୍ଡାଏନଏଚ-୨୦ର କୁଶେଇନଦୀସେତୁ ଭୁଶୁଡ଼ିପଡିଛି । ନଦୀର ଦ୍ୱିତୀୟ ସେତୁ କାମ ଚାଲିଥିବା ବେଳେ ଭୁଶୁଡ଼ିପଡିଛି ବିମ ।ଶ୍ରମିକମାନେ କାମକରୁଥିବାବେଳେ ସେତୁର ୨ଟିବିମ ଭାଙ୍ଗି ନଦୀ ଶଯ୍ୟାରେ ପଡ଼ିଥିଲା ।ଏହାଫଳରେ ୩ଜଣ ଶ୍ରମିକ ଗୁରୁତର ହୋଇଥିବାର ଜଣାପଡିଛି ।

ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ

ଭୁବନେଶ୍ୱର,୨୧/୧୧(ଏସଏସନିଉଜ)ପଦ୍ମପୁରଉପନିର୍ବାଚନକୁ ନେଇ ଆରମ୍ଭ ହୋଇଯାଇଛି ସରଗରମ ରାଜନୀତି। ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷଦିନ ଥିବାବେଳେ କେଉଁପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରୁଛନ୍ତି ତାଉପରେ ରହିଛି ସଭିଙ୍କ ନଜରା ଅନ୍ୟପକ୍ଷରେ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାପାଇଁ ଲାଗିପଡ଼ିଲେଣି ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷାରାଣି ବରିହା ମଧ୍ୟ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି। ବିଜେପି ଓ ବିଜେଡି ଫାଇଟ୍ ଭିତରେ ଆଜିଠୁ ପ୍ରଚାର […]

ଶ୍ରାଦ୍ଧପାଇଁ ଶଣ୍ଢକୁହତ୍ୟା ଅଭିଯୋଗ

ଭଦ୍ରକ,୨୧/୧୧(ଏସଏସନିଉଜ) ଧାମରାପଂଚାୟତ ଅର୍ନ୍ତଗତ ଶଙ୍ଖାଯୋଡ଼ି ଗ୍ରାମର କିଛି ମୁସଲିମ ସମ୍ପ୍ରଦାୟର ବ୍ୟକ୍ତି ଭୋଜି ପାଇଁ ଏକ ଷଣ୍ଢକୁ ମାରିବାକୁ ନେଇ ଉତେଜନା ଦେଖାଦେଇଛିାଜଣଙ୍କର ଶ୍ରାଦ୍ଧ ଦିବସରେ ଶଣ୍ଢଟିକୁ ଏକ ନିବୃତକୋଠରୀରେ ମାରି ତାର ମାଂସକୁ ନେଉଥିବାର ଖବରପାଇ ଗ୍ରାମବାସୀମାନେ ପହଁଚି ଏହାକୁ ବିରୋଧ କରିଛନ୍ତି ।ଯାହାକୁ ନେଇ ଉତେଜନା ଦେଖାଦେଇଥିଲା ।ଖବରପାଇ ଧାମରାପୋଲିସ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରିବାସହ ଆଇନଗତକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତି ପରେ ଉତେଜନା ହ୍ରାସ ପାଇଥିଲା ।ଏହାପରେ ଗ୍ରାମବାସୀମାନଙ୍କ ତରଫରୁ ଏକ […]

ମାଡ଼ିଗଲା ମାଲବାହୀ ଟ୍ରେନ୍

ଯାଜପୁର୨୧/୧୧(ଏସଏସନିଉଜ) କୋରେଇ ଷ୍ଟେସନରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଯିବାରୁ ୩ଜଣ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଆହତ ହୋଇଥିବାର ଜଣାପଡିଛି। ୩ରୁ ୪ଟି ବଗି ଷ୍ଟେସନ ଭିତରକୁ ମାଡ଼ିଯାଇ ଓଲଟି ପଡ଼ିଥିବାର ଜଣାପଡିଛି ।ତେବେ ପୂର୍ବତଟ ରେଲେୱେ ପକ୍ଷରୁ ୨ଜଣଙ୍କ ମୃତ୍ୟୁ ଘଟିଛି ବୋଲି କୁହାଯାଇଛି ।ଭଦ୍ରକ-କପିଳାସ ରୋଡ୍‌ରେ କୋରେଇ ଷ୍ଟେସନରେ ଲାଇନଚ୍ୟୁତ.ହୋଇଥିବାବେଳେ ସକାଳ ୬ଟା ୪୪ରେ ଷ୍ଟେସନ ଭିତରେ ଲାଇନଚ୍ୟୁତ ଘଟିଛି ।ମାଲବାହୀ ଲାଇନଚ୍ୟୁତ ଯୋଗୁଁ ଉଭୟ ଲାଇନ ବ୍ଲକ ହୋଇଯାଇଛି ।ଲାଇନଚ୍ୟୁତ […]

ଆଜିର ରାଶିଫଳ

୨୦୨୨ମସିହା ନଭେମ୍ବରମାସ ୨୧ତାରିଖ(ସୋମବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ଦ୍ବାଦଶୀ.ସୁର୍ୟୋଦୟ ପ୍ରାତଃ ଘ୦୬/୦୧/୪୫ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୦୨/୧୯ ,ମିଥୁନରାଶିରଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଇ ଶାଗ ,ବାଇଗଣ ଭକ୍ଷଣ ନିଷେଧ । ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳାଦେଖାଦେବ। ସୁସମ୍ବାଦ ପାଇବେ। ଅଯଥାବିବାଦରୁ ଦୂରେଇରହନ୍ତୁ। ଜୀବନସାଥୀ ସହ ସମୟ ଅତିବାହିତକରିବାର ସୁଯୋଗ ପାଇବେ। ବୃଷ-ଘରେ ଖୁସିରପରିବେଶ ରହିବ। ଔଷଧବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌ବେ। ଚାକିରିଆଙ୍କଲାଗି ଦିନଟି ଭଲରହିବ। ସ୍କୁଲ୍ ଜୀବନରସାଙ୍ଗ ସହିତ ବାର୍ତ୍ତାଳାପହେବ। ମିଥୁନ-କିଛି ବିଶେଷକାର୍ଯ୍ୟ   କରିବାଲାଗି ଦିନଟିଭଲ। ଆପଣଙ୍କୁ କୌଣସି ନୂଆଦାୟିତ୍ବ ମିଳିପାରେ। ସମାଜରେ ସୁନାମ […]

ଥାନାରେ କଲେ ଏତଲା

ପୁରୀ,୨୦/୧୧(ଏସ ଏସ ନିଉଜ)ଶ୍ରୀମନ୍ଦିର ଗର୍ଭଗୃହ ଭିଡ଼ିଓ ଭାଇରାଲ୍ ଘଟଣା। ଘଟଣାକୁ ଗୁରୁତର ସହ ନେଲା ଶ୍ରୀମନ୍ଦିର ପ୍ରଶାସନ। ନିଜ ଆଡୁ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଏତଲା ଦେବ ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସିଂହଦ୍ଵାର ଥାନାରେ ଦେବେ ଏତଲା। ଆକାଶ ଚୌଧୁରୀ ନାମକ ଯୁବକ ଶ୍ରୀମନ୍ଦିର ଗର୍ଭଗୃହ ଭିଡିଓ କରିଥିଲେ ଭାଇରାଲ୍!.*