Browsing author

SATYA SANDHANA DESK

ବିଳମ୍ବିତ ରାତିରେ ଲାଗିଲା ନିଆଁ

ନିଆଳି,୨୦/୧୧(ଏସ ଏସ ନିଉଜ) ଶନିବାର ବିଳମ୍ବିତ ରାତିରେ ସାପ୍ତାହିକ ହାଟରେ ଅଗ୍ନିକାଣ୍ଡ ଘଟିଛି।ଏହାଯୋଗୁ ଜଳିଯାଇଛି ୩୯ଟି ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବାବେଳେ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ହାଟକୁଯାଇ ,ଆଉ ଫେରିଲେନି

ଭୁବନେଶ୍ୱର,୨୦/୧୧(ଏସଏସ ନିଉଜ) ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କୁପାରୀ-ଶରତ ରାସ୍ତା ଶୁଖୁଆପଟା ପାହାଡ ନିକଟରେ ଦୁର୍ଘଟଣାଘଟି ଜଣଙ୍କର ମୃତ ହୋଇଛି ।ମୃତକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୂଆଗାଁବଡ଼ ଗାଁର ଭଗବାନ ମୁଖୀଙ୍କ ପୁଅ କମଳାକାନ୍ତ ମୁଖୀ ବୋଲି ଜଣାପଡିଛି।କମଳାକାନ୍ତ ଶରତଥାନା ଅଧିନ ରୁଗୁଡି ହାଟକୁ ଶନିବାର ରାତିରେ ଯାଇ ଫେରୁଥିବା ବେଳେ ଶୁଖୁଆପଟା ପାହାଡ଼ ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇଥିଲେ। ଯାହାଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି […]

ଆଜିଠୁ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ

ଭୁବନେଶ୍ୱର,୨୦/୧୧(ଏସ ଏସ ନିଉଜ)ଆଜିଠୁ ଆରମ୍ଭ ହେବ ଫୁଟବଲର ମହାକୁମ୍ଭ ଫିଫା ବିଶ୍ୱକପ। ଆୟୋଜକ କତାର-ଇକ୍ୱେଡର ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଡିସେମ୍ବର ୧୮ ତାରିଖ ଯାଏଁ ଚାଲିବ ଫିଫା ବିଶ୍ୱକପ। ଭାଗ ନେବେ ୩୨ଟି ଟିମ୍; ୮ଟି ଷ୍ଟାଡିଅମରେ ଖେଳାଯିବ ୬୪ଟି ମ୍ୟାଚ୍।

ଏସ୍‌ପି ଅଫିସ୍ ପାଖ ଦୋକାନରୁ ଚୋରି

ଭଦ୍ରକ,୨୦/୧୧(ଏସଏସ ନିଉଜ)ଭଦ୍ରକ ଏସ୍‌ପି ଅଫିସ୍ ନିକଟରେ ଥିବା ଦୁଇଟି ଦୋକାନରୁ ଚୋରି ହୋଇଛି। ଦୋକାନ ପଛପଟ ସ୍କାଏ ଲାଇଟ୍ ଭାଙ୍ଗି ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ୩/୪ ଦିନ ହେବ ଦୋକାନ ଦୁଇଟି ବନ୍ଦ ଥିଲା ।କାଲି ଖୋଲିବା ପରେ ଜଣାପଡ଼ିଲା ଚୋରି ହୋଇଛି ।

ଇଡି ଅଫିସରେ ଅର୍ଚ୍ଚନାଙ୍କ ଏଣ୍ଡେଭର!

ଭୁବନେଶ୍ୱର,୨୦/୧୧(ଏସଏସ ନିଉଜ)ଭୁବନେଶ୍ୱର ଇଡ଼ି ଅଫିସ ପରିସରରେ ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍।କାଲି ଜବତ ପରେ ଏଣ୍ଡେଭର କାରକୁ ନେଇ ଇଡ଼ିର ଖୋଳତାଡ଼ ଆରମ୍ଭ କରିଛି।ଅର୍ଚ୍ଚନା ନାଗଙ୍କ କାର୍ ନମ୍ବର ପ୍ଲେଟ୍ ଗାଡ଼ି ଭିତରୁ ଠାବ ହୋଇଛି।ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ଏଣ୍ଡେଭର ଜବତ କରିଥିଲା ଇଡ଼ି।କାଲି ଜବତ ବେଳେ ଗାଡ଼ିର ଆଗ ଓ ପଛପଟ ନମ୍ବର ପ୍ଲେଟ୍ ନଥିଲା।

ଆଜିର ରାଶିଫଳ

ଉତ୍ପନ୍ନା ଏକାଦଶୀ ,୨୦୨୨ ମସିହା ନଭେମ୍ବର ମାସ ୨୦ ତାରିଖ (ରବିବାର)ମାର୍ଗଶୀର ମାସ -କୃଷ୍ଣପକ୍ଷ ,ତିଥି-ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୦୧/୦୮ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୨୬ମେଷରାଶିର ଘାତବାର ,ବୃଷରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ଶିମ୍ବ ,ପୋଇ ଶାଗ ଭକ୍ଷଣ ନିଷେଧ û 🐏ମେଷ👉ମେଷ ରାଶିରେ ଆଜିରଦିନରେ ଭାବିବାଆଗରୁ ଦୁଇଥର ଭାବନ୍ତୁ ।ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରିପାରିବେ । ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ […]

ତହସିଲ ଅଫିସ ଘେରିଲେ ଗ୍ରାମବାସୀ

ବାରଙ୍ଗ, ୧୯/୧୧ (ଏସଏସନିଉଜ) ଶନିବାର ଦିନ ସଦର ଥାନା ଅନ୍ତର୍ଗତ ତଳବାଡ ମୌଜାରେ ଥିବା ଗୋଚର ଜମିକୁ ଜବର ଦଖଲକାରୀଙ୍କ କବଳରୁ ମୁକ୍ତ କରିବା ଦାବିନେଇ ଗ୍ରାମବାସୀମାନେ ବାରଙ୍ଗ ତହସିଲକାର୍ଯ୍ୟାଳୟ କୁ ଘେରିଛନ୍ତି। ସୂଚନା ଅନୁଯାୟୀ ନଗରୀ ଗ୍ରାମପଂଚାୟତର ଦଳବାଡ଼ ଗ୍ରାମ ସମ୍ମୁଖରେ ଥିବା ଗୋଚର ଜମିକୁ ଜବର ଦଖଲକାରୀଙ୍କ କବଳରୁ ମୁକ୍ତ କରିବାକୁ ଗ୍ରାମବାସୀମାନେ ଦାବି କରି ଆସୁଥିଲେ ।କିଛି ପ୍ରଭାଶାଳୀ ବ୍ୟକ୍ତ ଗୋଚର ଜମିକୁ ଜବରଦଖଲ କରି ସେଥିରେ ଯୋରଜବରଦସ୍ତ ରାସ୍ତା ନିର୍ମାଣ କରିଥିଲେ […]

ରାସ୍ତାରେ ଶିକ୍ଷକ ସଂଘ

ବାରଙ୍ଗ, ୧୯/୧୧ (ଏସଏସନିଉଜ) ମିଳିତ ପ୍ରାଥମିକ ମହାସଂଘ ତରଫରୁ ବାରଙ୍ଗ ବ୍ଳକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତିନିଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ବାରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନକରିଛନ୍ତି ।ଶନିବାର ଦିନ ମଧୁବନ ଛକରୁ ମିଳିତ ପ୍ରାଥମିକ ମହାସଂଘର ଶିକ୍ଷକ ଶିକ୍ଷୟିତ୍ରୀମାନେ ଦିନିଦଫା ସମ୍ବଳିତ ଦାବୀକୁ ନେଇ ନାରା ଦେଇ କଟକ ଭୁବନେଶ୍ବରର ମୁଖ୍ୟ ରାସ୍ତାରେ ଶୋଭାଯାତ୍ରାରେ ଯାଇ ତ୍ରିଶୂଳିଆ ଛକ ନିକଟସ୍ଥ ନରଣପୁରସ୍ଥିତ ବାରଙ୍ଗ ମଣ୍ଡଳଶିକ୍ଷାଅଧିକାରୀ କାର୍ଯ୍ୟାଳୟରେ ପହଁଚିଥିଲେ ।୩ଦଫା ଦାବି ମଧ୍ୟରେ […]

ନନ୍ଦନକାନନରେ କାମୁଡୁଛି ମାଙ୍କଡ

ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ଅପରାହ୍ନରେ ବୁଲା ଜଙ୍ଗଲୀ ମାଙ୍କଡ କାମୁଡାରେ ଜଣେ ମହିଳା ବଙ୍ଗୀୟପର‌୍ୟ୍ୟଟକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଆହତ ମହିଳା ଜଣକ ଓ୍ବେଷ୍ଟବେଙ୍ଗଲ ଅଞ୍ଚଳର ମୀନା ଚାଟାର୍ଜୀ (୫୧)।ସେ ପରିବାରଙ୍କ ସହିତ ଆଜି ନନ୍ଦନକାନନ ବୁଲିବାକୁ ଆସିଥିଲେ।ନନ୍ଦନକାନନ ବୁଲିସାରି ଫେରୁଥିବାବେଳେ ନନ୍ଦନକାନନ ମୁଖ୍ୟ ଫାଟକ ନିକଟରେ ଏକ ବୁଲା ପାତିମାଙ୍କଡ ତାଙ୍କ ପାଖକୁ ଦୈାଡିଯାଇଥିଲା।ସେ ପାଟିକରିବାରୁ ମାଙ୍କଡ ତାର ଭ୍ୟାନିଟ ବ୍ୟାଗକୁ ଛଡାଇବାକୁ ଚେଷ୍ଟାକରିଥିଲା।ଏହି ସମୟରେ ପାତି ମାଙ୍କଡ ତାର ପଛପଟ କାନ୍ଦକୁ କାମୁଡି […]

ନନ୍ଦନକାନନରେ ଉଡ଼ନ୍ତା ମୂଷା

ବାରଙ୍ଗ,୧୯/୧୧(ଏସଏସନିଉଜ) ନନ୍ଦନକାନନକୁ ଆସିଛି ଉଡ଼ନ୍ତା ଗୁଣ୍ଡୁଚି ମୂଷା । ଏହି ଉଡନ୍ତା ଗୁଣ୍ଡୁଚିମୂଷାଟି ଖୋର୍ଦ୍ଧା ଅଞ୍ଚଳରୁ ପିପୁଲ ଫର ଅନିମଲର ଜଣେ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇ ଶନିବାର ଦିନ ଚିକିତ୍ସା ପାଇଁ ପ୍ରାଣୀଉଦ୍ୟାନରେ ଛଡାଯାଇଥିବାର ଜଣାପଡିଛି ।ଏହି ବିରଳ ପ୍ରଜାତିର ଉଡ଼ନ୍ତା ମୂଷାଟିର ଡାହାଣ ପଟ ଡେଣାରେ କ୍ଷତ ହୋଇଥିବା ବେଳେ ଆହତ ଅବସ୍ଥାରେ କର୍ମଚାରୀଜଣଙ୍କ ଉଦ୍ଧାର କରିଥିଲେ । ମୂଷାଟିର ହୋଇଥିବା କ୍ଷତକୁ ଡ୍ରେସିଂ କରାଯାଇ ଆଇସିୟୁରେ ରଖାଯାଇଥିବାର ଜଣାପଡିଛି।ନନ୍ଦନକାନନର ଚିକିତ୍ସକ ମାନଙ୍କଦ୍ୱାରା ପ୍ରାଣିଚିକିତ୍ସାଳୟ […]