ହାଟକୁଯାଇ ,ଆଉ ଫେରିଲେନି

ଭୁବନେଶ୍ୱର,୨୦/୧୧(ଏସଏସ ନିଉଜ) ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କୁପାରୀ-ଶରତ ରାସ୍ତା ଶୁଖୁଆପଟା ପାହାଡ ନିକଟରେ ଦୁର୍ଘଟଣାଘଟି ଜଣଙ୍କର ମୃତ ହୋଇଛି ।ମୃତକ ବାଲେଶ୍ୱର ଜିଲ୍ଲା ଖଇରା ଥାନା ନୂଆଗାଁବଡ଼ ଗାଁର ଭଗବାନ ମୁଖୀଙ୍କ ପୁଅ କମଳାକାନ୍ତ ମୁଖୀ ବୋଲି ଜଣାପଡିଛି।କମଳାକାନ୍ତ ଶରତଥାନା ଅଧିନ ରୁଗୁଡି ହାଟକୁ ଶନିବାର ରାତିରେ ଯାଇ ଫେରୁଥିବା ବେଳେ ଶୁଖୁଆପଟା ପାହାଡ଼ ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇଥିଲେ। ଯାହାଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ଅବସ୍ଥାରେ ସେଠାରେ ପଡିରହିଥିଲେ। ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଦେଖି ୧୦୮ ଆମ୍ବୁଲାନ୍ସ ସହାୟତାରେ ଖଇରା ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments (0)
Add Comment