ରାସ୍ତାରେ ଶିକ୍ଷକ ସଂଘ

ବାରଙ୍ଗ, ୧୯/୧୧ (ଏସଏସନିଉଜ) ମିଳିତ ପ୍ରାଥମିକ ମହାସଂଘ ତରଫରୁ ବାରଙ୍ଗ ବ୍ଳକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତିନିଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ବାରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନକରିଛନ୍ତି ।ଶନିବାର ଦିନ ମଧୁବନ ଛକରୁ ମିଳିତ ପ୍ରାଥମିକ ମହାସଂଘର ଶିକ୍ଷକ ଶିକ୍ଷୟିତ୍ରୀମାନେ ଦିନିଦଫା ସମ୍ବଳିତ ଦାବୀକୁ ନେଇ ନାରା ଦେଇ କଟକ ଭୁବନେଶ୍ବରର ମୁଖ୍ୟ ରାସ୍ତାରେ ଶୋଭାଯାତ୍ରାରେ ଯାଇ ତ୍ରିଶୂଳିଆ ଛକ ନିକଟସ୍ଥ ନରଣପୁରସ୍ଥିତ ବାରଙ୍ଗ ମଣ୍ଡଳଶିକ୍ଷାଅଧିକାରୀ କାର୍ଯ୍ୟାଳୟରେ ପହଁଚିଥିଲେ ।୩ଦଫା ଦାବି ମଧ୍ୟରେ ଚୁକ୍ତିଭିତିକ ଶିକ୍ଷକ ନିଯୁକ୍ତି ଓ ଚାକିରୀ କାଳରେ ପ୍ରଥମ ୬ବର୍ଷକୁ ସରକାରୀ ଚାକରି ରୂପେ ଗଣନା କରିବା,ଭାରତ ସରକାରଙ୍କ ବେତନ ହାରରେ ଦରମା ଦେବା ସହିତ ପୁରୁଣା ପେନ୍‌ସନ ଲାଗୁ କରିବା ଦାବୀ ରହିଥିଲା । ସଂଘ ପକ୍ଷରୁ ଏସଂକ୍ରାନ୍ତରେ ଏକ ଦାବୀପତ୍ର ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।ଏଥିରେ ବାରଙ୍ଗ ବ୍ଳକ୍ ର ସମସ୍ତ ଶିକ୍ଷୟତ୍ରୀ ଓ ଶିକ୍ଷକମାନେ ଯୋଗଦେଇଥିଲେ।

 

Comments (0)
Add Comment