Browsing author

SATYA SANDHANA DESK

ଆଜି କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି,୯/୧୧(ଏସଏସ ନିଉଜ)ହସ୍ପିଟାଲରେ ଅବ୍ୟବସ୍ଥା ପ୍ରତିବାଦରେ କଣ୍ଟାବାଞ୍ଜି ବନ୍ଦ ପାଳନ ହେଉଛି।କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ପ୍ରତିବାଦରେ ବନ୍ଦ ଡାକରା ।ପ୍ରେସକ୍ଲବ ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି ।ଏଥିରେ ବିଭିନ୍ନ ସଂଗଠନ ସାମିଲ୍ ହୋଇଛନ୍ତି। ଗାଡ଼ି ମୋଟର ଚଳାଚଳ ପ୍ରଭାବିତ ହେବାସହ ଦୋକାନ, ବଜାର ବନ୍ଦ ରହିଛି।

ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା

ଖୋର୍ଦ୍ଧା,୯/୧୧(ଏସଏସ ନିଉଜ) ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କର ମୃତୁ ଘଟିଥିବାବେଳେ ୪ଜଣ ଆହତ ହୋଇଛନ୍ତି। ଅଟୋର ଜଣେ ମହିଳା ଯାତ୍ରୀ ଓ ବାଇକ୍ ଆରୋହୀ ମୃତୁ ହୋଇଛି। ବେଗୁନିଆ ଥାନା ଭୂଇଁପୁର ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।

ଆରମ୍ଭ ହେଲା ମାର୍ଗଶିର ମାସ

ଭୁବନେଶ୍ୱର,୯/୧୧(ଏସଏସ ନିଉଜ)ଆଜିଠାରୁ ଆରମ୍ଭ ହେଲା ମାର୍ଗଶିର ମାସ l ସତ୍ୟଯୁଗରେ ଏହି ମାସରୁ ଆରମ୍ଭ ହେଉଥିଲା ବର୍ଷ lଶ୍ରୀମଦ୍ ଭଗବତଗୀତା ଅନୁସାରେ ଏହା ଭଗବାନ୍ ଶ୍ରୀକୃଷ୍ଣଙ୍କର ପ୍ରିୟ ମାସ ଅଟେ ।ଏହିମାସରେ ଭଗବାନ୍ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କର ବିଶେଷ ପୂଜା କରାଯାଇଥାଏ ।ଏହି ମାସରେ ତୀର୍ଥଯାତ୍ରା କରିବା ଦ୍ୱାରା ରୋଗ , ଶୋକ ଓ କଷ୍ଟରୁ ମୁକ୍ତି ମିଳିଥାଏ ।

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୦୯ ତାରିଖ (ବୁଧବାର)ମାର୍ଗଶୀର ମାସ-କୃଷ୍ଣପକ୍ଷ ,ତିଥି-ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୫୫/୨୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୫/୪୧ ,କର୍କଟରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପାଣି କଖାରୁ ଦିବା ଘ୫/୩ ଗତେ ବୃହତୀବୋଇତି କଖାରୁ ଭକ୍ଷଣ ନିଷେଧ । ମେଷ-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରୁ ସମସ୍ୟାର ସରଳ ସମାଧାନପୂର୍ବକ ପ୍ରତ୍ୟେକକାର୍ଯ୍ୟକୁ ଯଥାସମୟରେ ସମ୍ପନ୍ନ କରିପାରନ୍ତି । ପୂର୍ବାଲୋଚନା ଅନୁଯାୟୀ ବନ୍ଧୁକଥା ମାନିକାମକଲେ ସୁବିଧାରେ କାର୍ଯ୍ୟହୋଇଯିବ । ବୃଷ-ଆକସ୍ମିକ ବହୁତଟଙ୍କା ଖର୍ଚ୍ଚକରିଥିବା କାରଣରୁ […]

ଆଂଶିକ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର ,୮/୧୧(ଏସଏସନିଉଜ)କଟକ, ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଂଶିକ ଦୃଶ୍ୟମାନ ହେଲା ବର୍ଷର ଶେଷଚନ୍ଦ୍ରଗ୍ରହଣ ।୨୦୨୩ରେ ପରବର୍ତ୍ତୀ ଚନ୍ଦ୍ରଗ୍ରହଣ ଓଡ଼ିଶାକୁ ଆଂଶିକ ଦୃଶ୍ୟମାନ ହେବ ।୨୦୨୫ ସେପ୍ଟେମ୍ବର ୭ ତାରିଖରେ ହେବ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ।ପଠାଣୀସାମନ୍ତ ପ୍ଲାନେଟାରିୟମ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ମହାନଦୀରେ ବୁଡ଼ି ବ୍ୟବସାୟୀ ନିଖୋଜ

କଟକ,୮/୧୧(ଏସଏସ ନିଉଜ) ମହାନଦୀ ପଠାରେ ଗାଧୋଇବା ବେଳେ ବୁଡ଼ି ବ୍ୟବସାୟୀ ନିଖୋଜ ହୋଇଛନ୍ତି।ବାଲିଯାତ୍ରା ପୂର୍ବରୁ ଅଘଟଣ ଘଟିଛି।ନିଖୋଜ ବ୍ୟକ୍ତିଙ୍କ ଘର ବିହାରରେ ହୋଇଥିବାବେଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଆସିଥିଲେ।ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି।

ପରୀକ୍ଷା ଦେଇ ଫେରୁଥିବା ବେଳେ ଓଲଟିପଡ଼ିଲା ଟ୍ରକ୍

ଭୁବନେଶ୍ୱର.୮/୧୧(ଏସଏସନିଉଜ) ମହାରାଷ୍ଟ୍ର ରାଇଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି ।ଅଟୋଉପରେ ବାଲିବୋଝେଇ ଟ୍ରକ୍ ଓଲଟିପଡ଼ିବାରୁ ଦୁର୍ଘଟଣାଘଟିଛିାଏଥିରେ ୩ ଛାତ୍ରଙ୍କ ସହ ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ ୨୫ରୁଅଧିକ ଆହତହୋଇଛନ୍ତି। ମଧ୍ୟପ୍ରଦେଶର ଦତିଆଜିଲ୍ଲାର ସେବରାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକଦୁର୍ଘଟଣା। ଗତକାଲି ବିଳମ୍ବିତରାତିରେ ଏକଟ୍ରାକ୍ଟରର ଟ୍ରଲିରେ ବସି ଭିଣ୍ଡ ଜିଲ୍ଲାରୁ ଯାଉଥିଲେ। ପରୀକ୍ଷା ଦେଇ ଫେରୁଥିବା ବେଳେ ଓଲଟିପଡ଼ିଥିଲା ଟ୍ରକ୍‌ା ପୁଲିସ ଘଟଣାସ୍ଥଳରେପହଞ୍ଚି ଆହତଙ୍କୁ ଉଦ୍ଧାରକରି ଦତିଆ ଓ ଗ୍ୱାଲିୟରଜିଲ୍ଲା ହସ୍ପିଟାଲରେ ଭର୍ତ୍ତିକରିଛି। ଦୁର୍ଘଟଣାରେ ଆଗକୁ ମୃତ୍ୟୁସଂଖ୍ୟା […]

କାର୍ତ୍ତିକ ଯାତ୍ରାରେ ଅଘଟଣ

କଣ୍ଟାବାଞ୍ଜି.୮/୧୧(ଏସଏସନିଉଜ) ସୋମବାରରାତିରେ ମୀନାବଜାର ଦୋଳିରୁପଡି ତୁରକେଲା ଗାଁର ଦେବରାଜ ସାହୁଙ୍କ ମୃତ୍ୟୁଘଟିଛି ।ଏହି ଗାଁରେ ପ୍ରଥମଥରପାଇଁ କାର୍ତ୍ତିକପୂର୍ଣିମାରେ ମୀନାବଜାର ପଡିଥିଲା ।କାର୍ତିକେଶ୍ୱରପୁଜାକମିଟି ସଦସ୍ୟଥିବା ଦେବରାଜ ଦୋଳିରେ ଝୁଲୁଥିବା ବେଳେ ଦୋଳିରୁ ଖସିପଡ଼ିଥିଲୋତାଙ୍କୁ କମିଟିର ସଦସ୍ୟମାନେ ଗୁରୁତର ଅବସ୍ଥାରେ ଚିକିସ୍‌ାପାଇଁ ତୁରକେଲା ଡାକ୍ତରଖାନାକୁ ଆଣିଥିବାବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।  

ବିଦ୍ୟୁତ୍ ତାର ପାଇଁ ଚାଲିଗଲା ଜୀବନ

ଦେବଗଡ଼,୮/୧୧(ଏସଏସନିଉଜ) ସୋମବାରରାତିରେ ବନ୍ୟଜନ୍ତୁ ଶିକାରପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରକୁ ସଂସ୍ପର୍ଶରେ ଆସି ଦେବସାହୁ (୫୦)ନାମକ ବ୍ୟକ୍ତିଙ୍କର ମୃତ୍ୟୁଘଟିଛିା ମୃତକ ଦେବ ସୋମବାର ରାତିରୁ ଘରୁକୁ ଫେରିନଥିଲା। ପରିବାରଲୋକ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ । ସକାଳୁ କିଛି ଲୋକ ଶୌଚପାଇଁ ଯାଇଥିବାବେଳେ ମୃତଦେହ ପଡିଥିବାର ଦେଖି ପୁଲିସକୁ ଖବର ଦେଇଥିଲେ ।ରିଆମାଳଥାନା ତାରଙ୍ଗପଞ୍ଚାୟତ ଅନ୍ତର୍ଗତ ନିଶାବିରାଗ୍ରାମ ପତ୍ରା ଜଙ୍ଗଲରେ ଏହି ଘଟଣା ଘଟିଛି । ଖବର ପାଇ ରିଆମାଳ ପୁଲିସ ପହଞ୍ଚି ଦେବ ସାହୁଙ୍କର ମୃତଦେହ […]

ପୂର୍ଣ୍ଣମୀରେ ପିଶାଚ ପାଲଟିଲା ସ୍ୱାମୀ

ରାୟଗଡ଼ା,୮/୧୧(ଏସଏସନିଉଜ) ପୂର୍ଣ୍ଣମୀରେ ପିଶାଚ ପାଲଟିଯାଇଥିଲା ସ୍ୱାମୀ । ପାରିବାରିକ କଳହ କାରଣରୁ କଲ୍ୟାଣସିଂହପୁର ବ୍ଳକ କତାଗୁଡା ଗ୍ରାମର ହରିଜନ ସାହିରେ ସ୍ବାମୀ ନୀଳକଣ୍ଠକୌଶଲ୍ୟା (୪୨) ସ୍ତ୍ରୀ ରାଧାକୌଶଲ୍ୟା(୩୬)ଙ୍କୁ ଟାଙ୍ଗିଆରେ ହାଣି ଦେଇଥିବା ଶଶୁରଘରଲୋକ ଅଭିଯୋଗ କରିଛନ୍ତି। ଗତକାଲିସନ୍ଧ୍ୟାରେ କାର୍ତ୍ତିକପୂର୍ଣ୍ଣିମା ଯୋଗୁଁ ନିଜଘରକୁ ଯିବାକହି ସ୍ତ୍ରୀଙ୍କୁ ଆଣିବାପାଇଁ ଶଶୁର ଘରକୁ ଯାଇଥିଲା ନୀଳକଣ୍ଠ।ଶଶୁରଘରଲୋକେ ମନାକରିଥିଲେ ବି ଜୋରକରି ନେଇ ଆସିଥିଲା ସ୍ବାମୀ। ଖବରପାଇ କଲ୍ୟାଣସିଂହପୁର ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଥାନାରେ ଅଟକ ରଖିଛି ।