Browsing author

SATYA SANDHANA DESK

ବଡ଼ ନେଲା ସାନଭାଇର ଜୀବନ

କଟକ,୭/୧୧(ଏସଏସନିଉଜ)ବଡ଼ ଭାଇର ଛୁରା ମାଡରେ ସାନ ଭାଇର ଚାଲିଯାଇଛି ଜୀବନ । ମୃତକ ଜଣକ ହେଲେ ବାଉଁଶ ଗଳି ଅଞ୍ଚଳର ସଫିଉଲ୍ଲା ଖାନ । ହତ୍ୟାକାଣ୍ତର କାରଣ ଅସ୍ପଷ୍ଟ ରହିଥିବାବେଳେ ଦରଘାବଜାରଥାନା ପୋଲିସ ବଡ଼ଭାଇକୁ ଅଟକ ରଖି ଘଟଣାର ତଦନ୍ତ କରୁଛି । ପାରିବାରିକ କଳହ ଓ ଜମି ବିବାଦରୁ କଟକରେ ଏହି ହତ୍ୟାକାଣ୍ଡ ଘଟିଥିବାର ଅନୁମାନ କରାଯାଉଛି ।  

ଜଳିଗଲା ଇଲେକ୍ଟ୍ରିକ୍ ସ୍କୁଟି

ସୁବର୍ଣ୍ଣପୁର,୭/୧୧(ଏସଏସନିଉଜ) ଜଳିଗଲା ଇଲେକ୍ଟ୍ରିକ୍ ସ୍କୁଟି। ଉଲୁଣ୍ଡାବ୍ଲକଛକରେ ଦୋକାନଆଗରେ ଜଳିଯାଇଛି । ଛିଡା ହୋଇଥିବା ବେଳେ ବ୍ୟାଟେରୀ ଫାଟି ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିଛନ୍ତି ।

ପୁଣି ଖାକିରେ ଲାଗିଲା ଦାଗ

ପୁରୀ,୭/୧୧(ଏସଏସନିଉଜ) କାର୍ତ୍ତିକ ପଞ୍ଚୁକରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କୁ ପୋଲିସର ଆକ୍ରମଣ ହୋଇଛି। ଜଗମୋହନ ମଧ୍ୟରେ ହବିଷିଆଳିଙ୍କୁ ମାଡ଼ ମରାଯାଇଥିବାର ଅଭିଯୋଗ ହୋଇଛି। ମୁଣ୍ଡ ଫାଟିବା ପରେ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ହବିଷିଆଳି ହେଉଛନ୍ତି ବ୍ରହ୍ମପୁରର ମାଧୁରୀ ଦାସ।

ଲହୁଣିପଡ଼ାରେ ଚାଞ୍ଚଲ୍ୟ

ସୁନ୍ଦରଗଡ଼,୭/୧୧(ଏସ ଏସ ନିଉଜ)ସୁନ୍ଦରଗଡ଼ ଲହୁଣିପଡ଼ାରେ ଚାଞ୍ଚଲ୍ୟ ଜେଏସପିଏଲ ର ସାଇଡ ଇନଚାର୍ଜଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା କରାଯାଇଛି। କମ୍ପାନୀ ଗେଷ୍ଟ ହାଉସରୁ ମିଳିଛି ମୃତଦେହ। ମାଇନ୍ସ କିମ୍ବା ସାଇଡିଂକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ଜଳିଗଲା କୋଇଲା ବୋଝେଇ ଟ୍ରକ

ପାରାଦୀପ,୭/୧୧(ଏସଏସ ନିଉଜ)ରାସ୍ତାରେ ଠିଆ ହୋଇଥିବା କୋଇଲା ବୋଝେଇ ଟ୍ରକ ଜଳିଯାଇଛି।ଏନ୍ଏଚ୍ ୫ (କ) ଭୂତମୁଣ୍ଡାଇ ପୋଲ ନିକଟରେ ଘଟିଛି ଏହି ଅଘଟଣ ।ଟ୍ରକଭିତରେ ଡ୍ରାଇଭର କିମ୍ବା ହେଲପର ନଥିବାରୁ ବଡ଼ ଅଘଟଣ ବର୍ତିଯାଇଛି।

ପଛକୁପଛ ଧକା ହୋଇ ଚାଲିଗଲା ୩ଜଣଙ୍କ ଜୀବନ

ସୋର,୭/୧୧(ଏସଏସ ନିଉଜ) ଦୁଇଟି କାର୍ ଓ ତେଲ ଟ୍ୟାଙ୍କର ମଧ୍ୟରେ ଦୁର୍ଘଟଣା ଘଟି ୩ଜଣଙ୍କର ମୃତୁ ଘଟିଛି ।ସିମୁଳିଆଥାନା ଜାମୁଝାଡ଼ି ତାରିଣୀଛକ ନିକଟରେ ପଛକୁ ପଛ ପିଟିହୋଇ ଘଟିଛି ଏହି ଦୁର୍ଘଟଣା। ଘଟଣାସ୍ଥଳରେ କାର୍ ଡ୍ରାଇଭର ସମେତ ୩ ମୃତ, ଆଉ ୪ ଜଣ ଗୁରୁତର ହୋଇଥିବାର ଜଣାପଡିଛି।

ମିଶନଶକ୍ତି ମହିଳାଙ୍କ ଶୋଭାଯାତ୍ରା

କଟକ,୬/୧୧(ଏସଏସନିଉଜ)ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଦୁର୍ନୀତି ମୁକ୍ତ ସମୃଦ୍ଧ ରାଷ୍ଟ୍ର ଗଠନର ବାର୍ତ୍ତାକୁ ପ୍ରଚାର ଓ ପ୍ରସାର କରିବାର ଲକ୍ଷ୍ୟ ନେଇ ଆଜି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନଶକ୍ତି କାର୍ଯ୍ୟାଳୟ ଆନୁକୂଲ୍ୟରେ ସଚେତନତା ନିମନ୍ତେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଅତିରିକ୍ତ ଜିଲ୍ଲାପାଳ ଶିବୋ ଟୋପୋ ସ୍ଥାନୀୟ ସାରଳା ଭବନ ଠାରେ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।ଉକ୍ତ ଶୋଭାଯାତ୍ରାରେ ମିଶନଶକ୍ତିର ପ୍ରାୟ ଦୁଇସହରୁ ଉର୍ଦ୍ଧ ମହିଳା ଯୋଗଦେଇ ଦୁର୍ନୀତି ନିବାରଣ ନିମନ୍ତେ ବିଭିନ୍ନ […]

ଆଜିର ରାଶିଫଳ

ମହାପ୍ରଭୁଙ୍କ ଲଷ୍ମୀନୃସିଂହବେଶ,କେଦାର ବ୍ରତ ଓ ଶ୍ରୀଶ୍ରୀ ମହାପ୍ରଭୁଙ୍କର ଡାଳକିଆବେଶ ,୨୦୨୨ମସିହା ନଭେମ୍ବରମାସ ୦୭ତାରିଖ (ସୋମବାର)କାର୍ତିକମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୫/୫୪/୨୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୬/୪୦ ,ମିଥୁନରାଶିର ଘାତବାର ,ମେଷରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବିରି ଦିବା ଘ୪/୧୬ ଗତେ ସ୍ତ୍ରୀ ତୈଳବର୍ଜନ, ମାଛ, ମାଂସ ଭକ୍ଷଣ ନିଷେଧ । ମେଷ-କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁ ସହାୟତାରୁ ଉପକୃତ ହେବେ । ସ୍ୱଚ୍ଛ ଆୟର ସୂଚନା […]

ବିଜେଡି ଆଦୌ ବିଚଳିତ ନୁହେଁ – ନବୀନ

ଭୁବନେଶ୍ୱର,୬/୧୧(ଏସଏସନିଉଜ)ଧାମନଗର ଉପନିର୍ବାଚନ ଫଳାଫଳପରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ କହିଛନ୍ତି ଯେ,ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ । କିଛିଦିନତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା । ସେ ବହୁତ ଲୋକପ୍ରିୟଥିଲେ । ବିଜେପି ତାଙ୍କପୁଅଙ୍କୁ ଟିକେଟ ଦେଇଥିଲାା ସେ ଜିତିବାର ସମ୍ଭାବନା ଥିଲା । ବିଜେଡି ବହୁତ କମ୍ ଉପନିର୍ବାଚନରେ ହାରିଛି ।ଧାମନଗର ଫଳାଫଳନେଇ ବିଜୁଜନତାଦଳ ଆଦୌି ବିଚଳିତ ନୁହେଁ । ଆମେ ଲୋକଙ୍କ ସହ ରହିଛୁ, ସେମାନଙ୍କ ସୁବିଧାଅସୁବିଧାରେ ପାଖରେ ଛିଡ଼ାହୋଇଛୁ ।ତେଣୁ ୨୦୨୪ ନିର୍ବାଚନରେ […]

ଘରୁ ନାଗସାପ ଉଦ୍ଧାର

ମେଣ୍ଢାଶାଳ,୬/୧୧(ଏସଏସନିଉଜ)ରବିବାରରାତିରେ କଂଟାବାଡ ଗ୍ରାମର ନୃଶିଂହ ମହାରଣାଙ୍କ ଘରଭିତରେ ପଶିଥିବା ଏକ ନାଗସାପକୁ ଉଦ୍ଧାର କରାଯାଇଛି ।ଘରଭତରେ ସାପଟି ଥିବା ଦେଖି ମହିଳାମାନେ ଭୟଭିତ ହୋଇଯାଇଥିଲେ ।ଚନ୍ଦକାଅଂଚଳର ସାପଧରାଳି ସଂଯୁକ୍ତପାତ୍ରଙ୍କୁ ଖବର ଦେବାପରେ ସେଆସି ଘର ଭିତରୁ ୫ଫୁଟ ଲମ୍ବର ନାଗସାପଟିକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିବାର ଜଣାପଡିଛି ।ଦୁଇଦିନ ତଳେ କୁକୁଡାମୁଣ୍ଡିସ୍ଥିତ ଓପିଟିସିଏଲ କାର୍ଯ୍ୟାଳୟ ପରିସରରୁ ଏକ ନାଗସାପକୁ ପାତ୍ର ଧରି ଦେଉଳିଆପାହଡରେ ଛାଡିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)