Browsing author

SATYA SANDHANA DESK

ଗାଁମଶାଣି ସଫାକଲେ ଯୁବକ

ବାରଙ୍ଗ,୬/୧୧(ଏସଏସନିଉଜ) ବଡଓଷା ଉପଲକ୍ଷେ ମେଣ୍ଢାଶାଳ ଗାଁର ବାଲୁଙ୍କେଶ୍ୱର ମନ୍ଦିର ନିକଟସ୍ଥ ସାନମଶାଣିକୁ ମେଣ୍ଢାଶାଳ ଗ୍ରାମର ଯୁବକମାନେ ସଫାକରିଛନ୍ତି ।ମେଣ୍ଢାଶାଳ ସରପଂଚ କୈାଶଲ୍ୟାବଳିୟାରସିଂହଙ୍କ ତତ୍ୱାବଧାନରେ ଗଣେଷପୁଜାକମିଟି ,ସେବାସମବାୟସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନଙ୍କ ସମେତ ଗ୍ରାମର ମୁରବୀ ଓ ଯୁବକମାନେ ଏକାଠି ହୋଇ ସାନମଶାଣିର ଚାରପଟକୁ ସଫାକରିବା ସହ ଅଳିଆଆବର୍ଜନାକୁ ଉଠାଇଥିଲେ ।ଏହାସହ ମେଳଣ ପଡିଆମଧ୍ୟ ସଫାକରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ )

ଆଜି ବାବାଧବଳେଶ୍ବରଙ୍କ ବଡ଼ଓଷା

ଆଠଗଡ,୬/୧୧(ଏସଏସନିଉଜ)ଆଜି ବାବା ଧବଳେଶ୍ବରଙ୍କ ମହାପର୍ବ ବଡ଼ଓଷା । ବଡ଼ସିଂହାରବେଶ ସହ ରାଜରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ବାବା । ଭକ୍ତଙ୍କ ସିଧାସଳଖ ଦର୍ଶନ ବାରଣ କରାଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।  

ହ୍ରଦରେ ଖସିପଡ଼ିଲା ବିମାନ

ଭୁୁବନେଶ୍ୱର,୬/୧୧(ଏସଏସନିଉଜ) ତାଞ୍ଜାନିଆରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଭିରିଆହ୍ରଦରେ ଖସି ପଡ଼ିଲା ବିମାନ । ବୁକୋବା ବିମାନବନ୍ଦରରେ ଅବତରଣ ବେଳେ ଦୁର୍ଘଟଣା ଘଟିଛି ।ବିମାନରେ ମୋଟ୍ ୪୯ଜଣ ଯାତ୍ରୀ ଥିଲେ ।ମୃତାହତଙ୍କ ସଂପର୍କରେ ସୂଚନା ମିଳିନଥିବାବେଳେ ଉଦ୍ଧାର କାମ ଜାରି ରହିଛି ।  

ବାରହା ଜଣଙ୍କୁ ମାରି ୭ଜଣଙ୍କୁ ଆହତ କଲା

ଖଲ୍ଲିକୋଟ,୬/୧୧(ଏସଏସନିଉଜ) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଜି-ରାମପଲ୍ଲୀ ଗାଁରେ ବାରହା ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନାମିଳିଛି ।ଗୁରୁତର ୭ ଜଣଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଲରେ କାମ କରୁଥିବା ବେଳେ ବାରହା ଆକ୍ରମଣ କରିଥିଲା ।

ଚମକିଲେ ସୂର୍ଯ୍ୟ

ଭୁୁବନେଶ୍ୱର,୬/୧୧(ଏସଏସନିଉଜ) ଟି-୨୦ ବିଶ୍ୱକପ୍ ରେ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଟି-୨୦ ବିଶ୍ୱକପ୍‌: ଜିମ୍ବାୱେକୁ ୧୮୭ ରନ୍ ଟାର୍ଗେଟ୍ ଦେଇଛି ଭାରତ ।ଦଳ ନିର୍ଦ୍ଧାରିତ ୨୦ଓଭର ଖେଳି ୧୮୬ରନ୍ କରିଛି।ଭାରତପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ସର୍ବାଧିକ ୬୧ରନ୍ କରିଥିବାବେଳେ କେଏଲ୍ ରାହୁଲ ୫୧ରନ୍, ବିରାଟକୋହଲି ୨୫ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ରନ୍ କରିଛନ୍ତି ।

ଆଜିର ରାଶିଫଳ

ଶ୍ରୀଶ୍ରୀ ମହାପ୍ରଭୁଙ୍କ ତ୍ରିବିକ୍ରମବେଶ, ଶିବଉତଥାପନ,ବଡ଼ଓଷା ଓ ବୈକୁଣ୍ଠ ଚତୁର୍ଦ୍ଦଶୀ ,୨୦୨୨ ମସିହା ନଭେମ୍ବର ମାସ ୦୬ ତାରିଖ (ରବିବାର)କାର୍ତିକମାସ-ଶୁକ୍ଳପକ୍ଷ ,ତିଥି-ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫୩/୫୭ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୦୭/.୮ମେଷରାଶିର ଘାତବାର ,ମେଷରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବାଇଗଣ.ବିରି ଭକ୍ଷଣ ନିଷେଧ । ମେଷ-ପ୍ରିୟବ୍ୟକ୍ତିଟିର ଛଳନା ଓ ପ୍ରତାରଣାପୂର୍ଣ୍ଣ କଥାରେ ମନରୁ ସରସତା ଉଭେଇଯିବ । ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟଯୋଗୁଁ କ୍ଷୋଭପ୍ରକାଶ କରିପାରନ୍ତି । ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ନୂତନଦାୟିତ୍ୱ ହାତକୁ ନେଇପାରନ୍ତି । ବୃଷ-ଅଫିସ୍ […]

ଉଦ୍ଧାର ଝିଙ୍କ ନନ୍ଦନକାନନ ଆସିଲା

ବାରଙ୍ଗ,୫/୧୧(ଏସଏସନିଉଜ)ତ୍ରିସୁଳିଆଗାଁରୁ ଶନିବାରଦିନ ଏକ ଝିଙ୍କ ଉଦ୍ଧାର. ହୋଇ ନନ୍ଦନକାନନକୁ ଆସିଛି ।ନନ୍ଦନକାନନକୁ ଆସିବାପରେ ଝିଙ୍କକୁ ତାର ସ୍ୱାସ୍ଥ୍ୟ ପରୀକ୍ଷାପାଇଁ ଡାକ୍ତରଖାନାର କ୍ୱାରେଟାଂଇନରେ ରଖାଯାଇଛି ।ଜଣଙ୍କ ବାଡିରେ ଝିଙ୍କଟିଥିବାର ଦେଖି ପରିବରଲୋକ ବନବିଭାଗକୁ ଖବର ଦେବାପରେ ବନବିଭାଗ ନନ୍ଦନକାନକୁ ଝିଙ୍କୁ ଆଣିଥିଲା ।ଏହି ଝିଙ୍କ ଟି ନନ୍ଦନକାନନକୁ ଆସିବାପରେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୪ରେ ପହଁଚିଛି ।

ଶ୍ରୀମଦ ଭାଗବତମହାପୁରାଣ ଜ୍ଞାନଯଜ୍ଞ ଉଦଯାପିତ

ମେଣ୍ଢାଶାଳ,୫/୧୧(ଡିଏନଏ)ମେଣ୍ଢାଶାଳଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଅଷ୍ଟାଦଶ ବାର୍ଷିକ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ପବିତ୍ର ଅଁଳାନବମୀଠାରୁ ଆରମ୍ଭ ହୋଇ ରାସପୁର୍ଣିମାରେ ଶୁକ୍ରବାରଦିନ ଉଦଯାପିତ ହୋଇଯାଇଛି । ସପ୍ତଦିନବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକଦିନ ପ୍ରାତ ୫ଘଟିକାଠାରୁ ସାତଘଟିକା ପର୍ଯ୍ୟନ୍ତ ଓଡିଶାର ସୁନାମଧନ୍ୟ ପ୍ରବଚକମାନଙ୍କଦ୍ୱାରା ଭାଗବତ ଆଲୋଚନା ଅନଷ୍ଠିତ ହୋଇଥିଲା ।େôଶଷଦିନ ପୁର୍ଣାହୁତି ଓ ନଗର ସଂଙ୍କିର୍ତନ ମାଧ୍ୟମରେ ଗ୍ରାମ ପରିକ୍ରମାକରାଯାଇଥିଲା ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)  

ହାଇୱା ଧକ୍କାରେ ଭଉଣୀ ମୃତ୍ୟୁ, ଭାଇ ଗୁରୁତର

ଯାଜପୁର,୫/୧୧(ଏସଏସନିଉଜ) ହାଇୱା ଧକ୍କାରେ ଭଉଣୀ ମୃତ୍ୟୁବରଣ କରିଥିବାବେଳେ ଭାଇ ଗୁରୁତର ଆହତ ହୋଇଛି । ଏନ୍ଏଚ୍ ୫୩ ଜେନାପୁରଥାନା ତଳଚଢ଼େଇଧରା ନିକଟରେ ଦୁର୍ଘଟଣା ଘଟିଛି । ଭାଇଭଉଣୀ କଲେଜରୁ ବାଇକରେ ଘରକୁ ଫେରିବା ବେଳେ ଏହି ଅଘଟଣ ଘଟିଛି । ଗୁରୁତର ଭାଇକୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ , ହାଇୱା ଡ୍ରାଇଭରକୁ ପୋଲିସ ଅଟକ ରଖିଛି ।

ଦେଶୀମଦ ବିକିବା ବେଳେ ଧରାପଡିଲେ

ବାରଙ୍ଗ,୫/୧୧(ଏସଏସନିଉଜ)ଶନିବାରଦିନ ନନ୍ଦନକାନନଥାନା ସୂଚନାଯୋଗ୍ୟ ଯେ, ନନ୍ଦନକାନନଥାନା ପୁଲିସ ଥାନାପରିସରଭୁକ୍ତଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଭଗବତୀନଗର ପଦାସାହି ଛକରେ ଅଭିଯୁକ୍ତ ପ୍ରଶାନ୍ତଭୋଇ ଓରଫ ନଟୁ ବେଆଇନ ଦେଶୀମଦ ବିକ୍ରୟ କରୁଥିବାର ସୂଚନା ପାଇବାପରେ ପୁଲିସ ଟୀମ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ।ଘଟଣାସ୍ଥଳରୁ ଅଭିଯୁକ୍ତଠାରୁ ୨୮ଲିଟର ଦେଶୀମଦ ଜବତ କରିଥିଲେ। ପୁଲିସ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ୧୬୪/୨୨କେଶନଂରେ ଏକ ମକଦ୍ଦମାରଜୁକରି ପ୍ରଶାନ୍ତକୁ ଗିରଫକରି କୋର୍ଟଚାଲାଣ କରିଛନ୍ତି। (ଗୈାତମରାଉତଙ୍କରିପୋର୍ଟ)