Browsing author

SATYA SANDHANA DESK

ବେଆଇନ ବାଲି ଚାଲାଣ କରି ଧରାପଡିଲେ

ବାରଙ୍ଗ,୫/୧୧(ଏସଏସନିଉଜ)ଶୁକ୍ରବାରରାତିରେ ନନ୍ଦନକାନନଥାନାପୁଲିସ ନନ୍ଦନକାନନଛକରେ ଏମଭିଚେକିଂ ଏବଂ ବ୍ଲକକିଂ କରୁଥିବା ସମୟରେ ୩ ବାଲି ବୋଝେଇ ହାଇୱା ଟ୍ରକ WB-65-B-1492 , WB-57-B-3942. OD-02- AG-7779 କୁ ଅଟକାଇଥିଲେ। ସେମାନେ ବାଲି ଚାଲାଣ ଜନିତ କୌଣସି କାଗଜ ପତ୍ର ଦେଖାଇ ପରିନଥିଲେ। ଏଣୁ ଉକ୍ତ ବାଲିବୋଝେଇ ଟ୍ରକଗୁଡିକୁ ତହସିଲଦାରଙ୍କୁଡାକୁ ହସ୍ତାନ୍ତର କରାଯାଇଥିଲା। ପରବର୍ତୀ ସମୟରେ ଉକ୍ତ ଟ୍ରକର ମାଲିକ ମାନେ ୫୭ହଜାରେ ଟଙ୍କା ଲେଖାଏଁ ଚାଲାଣ କାଟିଥିଲେ ।(ଗୈାତମରାଉତଙ୍କରିପୋର୍ଟ)

ହାତଛାଡିଲେ ୪୦୦ରୁଉର୍ଦ୍ଧ ମାଓସମର୍ଥକ

ମାଲକାନଗିରି,୫/୧୧(ଏସଏସନିଉଜ) ପୁଣି ଲାଲବାହିନୀଙ୍କ ହାତଛାଡିଲେ ୪୦୦ରୁଉର୍ଦ୍ଧ ମାଓସମର୍ଥକ। ମାଲକାନଗିରି ଯବାନଙ୍କୁ ପୁଣି ମିଳିଛି ବଡସଫଳତା। ଯନ୍ତାପାଇଠାରେ ୪୦୦ରୁଉର୍ଦ୍ଧ ମାଓସମର୍ଥକ କରିଛନ୍ତି ଆତ୍ମସମର୍ପଣ।ଏହି କାର୍ଯ୍ୟକ୍ରମରେ ପୋଲିସ DIG ଓ BSF DIG ଉପସ୍ଥିତ।

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର,୫/୧୧(ଏସଏସ ନିଉଜ)ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ହେଲା ଘୋଷଣା lଡିସେମ୍ବର ୫ ତାରିଖରେ ହେବ ଭୋଟ୍‌ lନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୧୮ ତାରିଖ ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ lସେହିପରି ୨୧ ତାରିଖରେ ହେବ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ l୮ ତାରିଖରେ ହେବ ଫଳାଫଳ ଘୋଷଣା l

ପ୍ରଥମ ଭୋଟର ଶ୍ୟାମ ଶରନ ନେଗିଙ୍କ ପରଲୋକ

ଭୁବନେଶ୍ୱର,୫/୧୧(ଏସଏସ ନିଉଜ)ସ୍ୱାଧୀନ ଭାରତର ପ୍ରଥମ ଭୋଟର ଶ୍ୟାମ ଶରନ ନେଗିଙ୍କ ପରଲୋକ ଘଟିଛି । ୧୦୬ ବର୍ଷରେ ବୟସରେ ହିମାଚଳ ପ୍ରଦେଶ କାଲ୍ପା ବାସଭବନରେ ପରଲୋକ ଘଟିଛି ।ଶେଷଥର ପାଇଁ ଗତ ୨ ତାରିଖରେ ମତଦାନ କରିଥିଲେ ନେଗି। ୧୯୫୧ ପ୍ରଥମ ସାଧାରଣ ନିର୍ବାଚନରେ ପ୍ରଥମେ ଭୋଟ ଦେଇଥିଲେ । ନିଜ ଜୀବନକାଳ ମଧ୍ୟରେ ମୋଟ୍ ୩୪ ଥର ଭୋଟ୍ ଦେଇଛନ୍ତି।

STF କବଜାରେ ବନ୍ୟପ୍ରାଣୀ ସ୍ମଗଲର

ଭୁବନେଶ୍ୱର,୫/୧୧(ଏସଏସ ନିଉଜ)କ୍ରାଇମବ୍ରାଞ୍ଚ STF କବଜାରେ ବନ୍ୟପ୍ରାଣୀ ସ୍ମଗଲର।୨ଟି ଚିତାବାଘ ଏବଂ ଗୋଟିଏ ହରିଣ ଛାଲ ସହ ବଜ୍ରକାପ୍ତା କାତି ଜବତ ହୋଇଛି।ନୟାଗଡ଼ ଦଶପଲ୍ଲାରେ ଡିଲିଂ ବେଳେ ଶିକାରୀକୁ ମାଡିବସିଲା STF।

ପିଲାଙ୍କ ନାଁରେ ଚାଉଳ ଚଳୁ

ଅନୁଗୁଳ,୫/୧୧(ଏସ ଏସ ନିଉଜ) ଅଙ୍ଗନବାଡ଼ି ପିଲାଙ୍କୁ ଚାଉଳ ଯୋଗାଣର ଦାୟିତ୍ବ ମୁଣ୍ଡାଇ ନିଜେ ମାରିନେଲେ। ସରକାରୀ ଅଡିଟ୍‌ରୁ ଅନୁଗୁଳ ଜିଲ୍ଲାରେ ହୋଇଥିବା ୩୫ଲକ୍ଷ ଟଙ୍କାର ଚାଉଳ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଦୁଇଜଣ ଟ୍ରାନ୍‌ସପୋର୍ଟର୍‌ ହିଁ ଚାଉଳ ଚଳୁ କରିଛନ୍ତି। ଏନେଇ ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲୁଓ) ୩ ତାରିଖରେ ଟ୍ରାନ୍‌ସପୋର୍ଟରଙ୍କ ନାମରେ ଅନୁଗୁଳ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି […]

ତାଡିନେଲେ ମାଙ୍କ ଆଖି

ମାହାଙ୍ଗା,୫/୧୧(ଏସ ଏସ ନିଉଜ)ପଞ୍ଚୁକରେ ଭଗବାନଙ୍କୁ ବି ଛାଡିଲେନି। ଲୁଟିନେଲେ ମା ତାରିଣୀଙ୍କ ଆଖି ଓ ଅଳଙ୍କାର ମାହାଙ୍ଗା ବ୍ଲକ ଉସୁମା ପଞ୍ଚାୟତର ନଈ ମୁହଁ ଠାରେ ଥିବା ତାରିଣୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଦୃର୍ବୃତ୍ତମାନେ ମାଙ୍କ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ଲୁଟି ନେଇଛନ୍ତି ।ରୂପାମୁକୁଟ , ସୁନା ମଥାମଣି , ସୁନାଆଖି ସହ ଅନେକ ପିତ୍ତଳ ସାମଗ୍ରୀ ଲୁଟି ନେଇଛନ୍ତି ।ଏହା ସହ ରଘୁନାଥନଗର ଗ୍ରାମର ସାବିତ୍ରୀ ସାହୁଙ୍କ ଠାକୁର […]

ଘର ଛାତପଡ଼ି ମାଆଝିଅ ଗୁରୁତର

ବଲାଙ୍ଗିର,୫/୧୧(ଏସଏସ ନିଉଜ)ଘର ଛାତ ପଡ଼ି ଉଭୟ ମାଆ ଝିଅ ଗୁରୁତର ହୋଇଛନ୍ତି।ରୁଗିଡ଼ିପଡ଼ା ମ୍ୟୁନିସିପାଲିଟି କଲୋନୀରେ ଏହି ଅଘଟଣ ଘଟିଛି।ଗୁରୁତର ମାଆ ବୁର୍ଲା ସ୍ଥାନାନ୍ତର ହୋଇଥିବାବେଳେ , ଝିଅ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଛି।

ଦେଖାଦେଇଛି ନିର୍ବାଚନୀ ହିଂସା

ଭଦ୍ରକ,୫/୧୧(ଏସଏସନିଉଜ) ତିହିଡି ତଳଗୋପବିନ୍ଧାଗାଁରେ ନିର୍ବାଚନୀ ହିଂସା ଦେଖାଦେଇଛି।ଏଥିରେ ୨ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି।ବିଳମ୍ବିତ ରାତିରେ ସଂଘବଦ୍ଧ ଆକ୍ରମଣ ହୋଇଥିବାବେଳେ ଏନେଇ ତିହିଡି ଥାନାରେ ଏତଲା ହୋଇଛି।

ଆଜିର ରାଶିଫଳ

ଗରୁଡ଼ଦ୍ୱାଦଶୀଓତୁଳସୀବିବାହ.୨୦୨୨ ମସିହା ନଭେମ୍ବରମାସ ୦୫ତାରିଖ(ଶନିବାର)କାର୍ତିକମାସ-ଶୁକ୍ଳପକ୍ଷ ,ତିଥି-ଦ୍ବାଦଶୀ.ସୁର୍ୟୋଦୟ ପ୍ରାତଃଘ୦୫/୫୩/୨୯ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୭/୩୫ ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ଧନୁରାଶିର ଘାତଚନ୍ଦ୍ର ,ଦ୍ୱାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଇ ସନ୍ଧ୍ୟା ଘ୫/୧୯ ଗତେ ବାଇଗଣ ଭକ୍ଷଣ ନିଷେଧ । ମେଷ-ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ପରିବର୍ତ୍ତନ କରିପାରନ୍ତି। ନୂଆ ବ୍ୟବସାୟରେ ପୁଞ୍ଜି ବିନିଯୋଗ କଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ। ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ବୃଷ-ନୂଆ ଜମି କିଣିବାକୁ ଚାହୁଥିଲେ ଶୁଭ ମୁହୂର୍ତ୍ତ ଦେଖନ୍ତୁ। କୋର୍ଟ କଚେରି ମାମଲାଠୁଁ ଦୂରରେ […]