Browsing author

SATYA SANDHANA DESK

ଶଗଡଗାଡିରେ ଠାକୁରଙ୍କ ପୀଠରେ ପହଁଚିଲେ

ସାକ୍ଷୀଗୋପାଳ,୪/୧୧(ଏସଏସନିଉଜ)କାର୍ତିକମାସ ଶୁକ୍ଳପକ୍ଷ ଦଶମୀତିଥିରେ ଚନ୍ଦନପୁର କରଡିଗ୍ରାମବାସୀମାନଙ୍କ ପକ୍ଷରୁ ତାଟିଶଗଡଗାଡିରେ ଯାତ୍ରା କରିବାର ପରମ୍ପରା ରହିଛି ।ଏବେବି ଗ୍ରାବାସୀମାନେ ସେହି ପୁରୁଣା ପରମ୍ପରାକୁ ବଂଚାଇ ରଖିଛନ୍ତି ।ଯେଉଁଠି ଶଗଡଗାଡି ଦେଖିବା କଷ୍ଟକର ହୋଇପଡିଛି ସେଠାରେ ପ୍ରତିବର୍ଷ ପରି ଚଳିତବର୍ଷ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମକୁ କରିଛନ୍ତି ।ସତ୍ୟବାଦୀବ୍ଲକ ବଳପୁର ଗ୍ରାମର ପ୍ରତିଷ୍ଠିତ ହରିଆବୁଢାଠାକୁରଙ୍କପୀଠରେ ୬ଟିସୁସଜ୍ଜିତତାଟି ଶଗଡଗାଡିରେ ହରିଆବୁଢାଠାକୁରଙ୍କ ପୀଠରେ ପହଁଚିଲେ ।ମନ୍ଦିରର ପୁଜକ ସେମାନଙ୍କୁ ଠାକୁରଙ୍କ ଆଜ୍ଞାମାଳ ଓ ପ୍ରସାଦଦେଇ ବରଣ କରିଥିଲେ ।ପଟ୍ଟନାୟକିୟା ରାସ୍ତାଦେଇ ଶଗଡଗାଡିଟି ଆସିବାବେଳେ ବରାଳ,ସନାଦନପୁର,ମହାବଳପଡା,ମୁନିନ୍ଦା […]

ମାଟ୍ରିକପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁୁବନେଶ୍ୱର,୪/୧୧(ଏସଏସନିଉଜ)ମାଓପ୍ରଭାବିତ ଅଞ୍ଚଳରେ ମାଟ୍ରିକପରୀକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୩ଟିଜିଲ୍ଲାର ବିଭିନ୍ନ ପୁଲିସଷ୍ଟେସନରେ ୨୨ଟିନୋଡାଲ ସେଣ୍ଟର ହୋଇଛି । ମାଲକାନଗିରିରେଥାନାରେ ସର୍ବାଧିକ ୧୦ଟିନୋଡାଲ ସେଣ୍ଟର ହୋଇଥିବାବେଳେ କନ୍ଧମାଳରେ ୭ ଓ କୋରାପୁଟରେ ୫ଟି ନୋଡାଲ ସେଣ୍ଟର ହୋଇଥିବାର ଜଣାପଡିଛି ।

ଡାକ୍ତରଖାନାରେ ଚାଲିଗଲା ମୟୂରର ଜୀବନ

ବାରଙ୍ଗ,୪/୧୧(ଏସଏସନିଉଜ) ଅସୁସ୍ଥ ଅବସ୍ଥାରେ ତୃଣଭୋଜିସଫାରୀର ରାସ୍ତାରେ ବୁଲୁଥିଲା ।ଆଉ ଚାଲିନପାରି ଗୋଟିଏ ଜାଗାରେ ଛିଡା ହୋଇଗଲା ।ଗୁରୁବାର ଅପରାହ୍ନରେ ସଫାରୀବସ ଯାଉଥିବା ବାଟରେ ଛିଡା ହୋଇଥିଲେ ମଧ୍ୟ ଆଉ ପାଖେଇନଥିଲା ।ବାଧ୍ୟ ହୋଇ ସଫାରୀ ଦାୟିତ୍ୱରେ ଥିବା କର୍ମଚାରୀ ଛିଡାହୋଇଥିବା ମୟୁରଟିକୁ ଧରିବା ସହ ତା ବେକପାଖରେ ସାମାନ୍ୟ କ୍ଷତ ହୋଇଥିବାର ଦେଖି ତାକୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଆଣି ଛାଡିଥିଲା ।ଡାକ୍ତରଖାନାରେ କ୍ଷତକୁ ଡ୍ରେସିଂକରି ଡାକ୍ତର ଇଞେକସନ ଦେଇପଳାଇଯାଇଥିଲେ ।ଶୁକ୍ରବାର ସକାଳେ ଡାକ୍ତରଖାନା ଖୋଲିବାପରେ ଇଞେକସନ ଦିଆଯାଇଥିବା […]

ପରିତ୍ୟକ୍ତ କୂଅରୁ ମିଳିଲା ହରିଣର ମୃତଦେହ

ଆଠଗଡ଼,୪/୧୧(ଏସଏସ ନିଉଜ)ପରିତ୍ୟକ୍ତ କୂଅରୁ ମିଳିଲା ହରିଣର ମୃତଦେହ।ହରିଣ ଟି ମରିପଡିଥିବାବେଳେ ବନବିଭାଗ ପାଖରେ ଖବର ନଥିବାର ଜଣାପଡିଛି।ଆଠଗଡ଼ ଵନଖଣ୍ଡ ଆଠଗଡ଼ ରେଞ୍ଜର ବନଖଣ୍ଡ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପରିତ୍ୟକ୍ତ କୂଅରେ ଏହି ହରିଣ ଟି ପଡ଼ି ପାଚିଯାଇଥିବାର ଜଣାପଡିଛି।କେବେ ହରିଣ ଟି ମରିଛି ସେ ବିଷୟରେ ବନବିଭାଗ ଜାଣିନଥିବାର ଜଣାପଡିଛି।ଜଙ୍ଗଲ ଭିତରେ ଗୋରୁ ଚରାଇବା ପାଇଁ ଯାଇଥିବା କିଛି ଲୋକ ଏହାକୁ ଦେଖିବାପରେ ଏହି ଘଟଣା ବାହାରକୁ ଆସିଥିଲା।ଏହି ଖବର ପାଇ ବନବିଭାଗ ପହଁଚି ୧୫ […]

୨୩ରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା

ଭୁବନେଶ୍ୱର,୪/୧୧(ଏସଏସ ନିଉଜ)ଆସନ୍ତା ୨୩ରୁ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ।୨୩ରୁ ୩୦ ତାରିଖ ଯାଏଁ ଚାଲିବ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା, ସମ୍ମେଟିଭ୍ ପରୀକ୍ଷା ନେଇ ପ୍ରେସମିଟ୍‌ରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସୂଚନା ।ମାଟ୍ରିକ ପରୀକ୍ଷା ପାଇଁ ଆଜିଠୁ ବୋର୍ଡ ଓ୍ୱେବ୍ ସାଇଟ୍‌ରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ।ମଧ୍ୟମା ଓ ଓପନ ସ୍କୁଲ ପାଇଁ ୧୭ ତାରିଖରୁ ମିଳିବ ଆଡ୍‌ମିଟ କାର୍ଡ।

ବ୍ରାହ୍ମଣୀ ବ୍ରିଜ୍‌କୁ ଡେଇଁଲେ ଯୁବକ

ରାଉରକେଲା,୪/୧୧(ଏସଏସ ନିଉଜ)ଦ୍ୱିତୀୟ ବ୍ରାହ୍ମଣୀ ବ୍ରିଜ୍‌କୁ ନଦୀକୁ ଡେଇଁଲେ ଯୁବକ।ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କଦ୍ୱାରା ଯୁବକ ଉଦ୍ଧାର ହୋଇଛନ୍ତି।ଯୁବକ ଜଣଙ୍କ ଉଦିତନଗର ଥାନା ଓରାମପଡାର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଅଜଣା ଜନ୍ତୁ ଆତଙ୍କ

ପାରଳାଖେମୁଣ୍ଡି,୪/୧୧(ଏସ ଏସନିଉଜ) କାଶିନଗର ବ୍ଳକ କିଡି ଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି।ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳି ମୃତୁବରଣ କରିଥିବାବେଳେ ୨୮ ଆହତ ହୋଉଥିବାର ଜଣାପଡିଛି।ରାତିରେ ୨ଜଣଙ୍କ ଗୁହାଳରେ ପଶି ଅଜଣାଜନ୍ତୁ ମାରିଥିବା ସୂଚନା ମିଳିଛି।ଗାଁରେ କାଶିନଗର ପୋଲିସ ସହ ପ୍ରାଣୀଧନ ଚିକିତ୍ସକ ଘଟଣାସ୍ଥଳ ରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି।

ଏଲ୍ଇଡି ପର୍ଦ୍ଦାରେ ବାବାଙ୍କ ଦର୍ଶନ

ଆଠଗଡ଼,୪/୧୧(ଏସଏସ ନିଉଜ)ପଞ୍ଚକର ପ୍ରଥମ ପାଳିରେ ଚନ୍ଦ୍ରଚୂଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର।ପ୍ରଥମଥର ପାଇଁ ଏଲ୍ଇଡି ପର୍ଦ୍ଦାରେ ବାବାଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

ବସ୍ ଓ ଟ୍ରାଭେରା ଧକ୍କାରେ ୧୧ ମୃତ

ଭୁବନେଶ୍ୱର,୪/୧୧(ଏସଏସ ନିଉଜ)ବସ୍ ଆଉ ଟ୍ରାଭେରା ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି। ଏଭଳି ଭୟଙ୍କର ଦୁର୍ଘଟଣା ମଧ୍ୟପ୍ରଦେଶର ବୈତୁଲ ପରତୱାଡା ଜାତୀୟ ରାଜପଥ ନିକଟରେ ଗତ ବିଳମ୍ବିତରାତିରେ ଏହି ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓ ଟ୍ରାଭେରା କାର୍ ମଧ୍ୟରେ ଧକ୍କା ହେବାଫଳରେ ୧୧ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ୪ଜଣଙ୍କ ମୃତଦେହକୁ ଟ୍ରାଭେରା କାଟି ବାହାର କରାଯାଇଛି। ସମସ୍ତ ମୃତକ ଶ୍ରମିକ ବୋଲି ଜଣାପଡିଛି […]

ପୁରା ପରିବାର ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୪/୧୧(ଏସଏସ ନିଉଜ)ସୁଦଶା ବ୍ରତ ଓ ଅଁଳାନବମୀରେ ଘରେ ହୋଇଥିବା ଖାଦ୍ୟ ଖାଇ ଗୋଟିଏ ପରିବାରର ୯ ଜଣ ସଦସ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ପାଇକମରା ଗ୍ରାମର ଅଖିଳ ସାହୁଙ୍କ ପରିବାରରେ ଘଟିଛି।