ଶଗଡଗାଡିରେ ଠାକୁରଙ୍କ ପୀଠରେ ପହଁଚିଲେ

ସାକ୍ଷୀଗୋପାଳ,୪/୧୧(ଏସଏସନିଉଜ)କାର୍ତିକମାସ ଶୁକ୍ଳପକ୍ଷ ଦଶମୀତିଥିରେ ଚନ୍ଦନପୁର କରଡିଗ୍ରାମବାସୀମାନଙ୍କ ପକ୍ଷରୁ ତାଟିଶଗଡଗାଡିରେ ଯାତ୍ରା କରିବାର ପରମ୍ପରା ରହିଛି ।ଏବେବି ଗ୍ରାବାସୀମାନେ ସେହି ପୁରୁଣା ପରମ୍ପରାକୁ ବଂଚାଇ ରଖିଛନ୍ତି ।ଯେଉଁଠି ଶଗଡଗାଡି ଦେଖିବା କଷ୍ଟକର ହୋଇପଡିଛି ସେଠାରେ ପ୍ରତିବର୍ଷ ପରି ଚଳିତବର୍ଷ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମକୁ କରିଛନ୍ତି ।ସତ୍ୟବାଦୀବ୍ଲକ ବଳପୁର ଗ୍ରାମର ପ୍ରତିଷ୍ଠିତ ହରିଆବୁଢାଠାକୁରଙ୍କପୀଠରେ ୬ଟିସୁସଜ୍ଜିତତାଟି ଶଗଡଗାଡିରେ ହରିଆବୁଢାଠାକୁରଙ୍କ ପୀଠରେ ପହଁଚିଲେ ।ମନ୍ଦିରର ପୁଜକ ସେମାନଙ୍କୁ ଠାକୁରଙ୍କ ଆଜ୍ଞାମାଳ ଓ ପ୍ରସାଦଦେଇ ବରଣ କରିଥିଲେ ।ପଟ୍ଟନାୟକିୟା ରାସ୍ତାଦେଇ ଶଗଡଗାଡିଟି ଆସିବାବେଳେ ବରାଳ,ସନାଦନପୁର,ମହାବଳପଡା,ମୁନିନ୍ଦା ଆଦି ଗ୍ରାମବାସୀମାନେ ଶଗଡଗାଡିକୁ ସ୍ୱାଗତ କରିଥିଲେ ।

Comments (0)
Add Comment