Browsing author

SATYA SANDHANA DESK

ଆଜି କଂଗ୍ରେସ ସଭାପତି ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୨/୯(ଏସଏସ ନିଉଜ)କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ।ଅକ୍ଟୋବର ୧୭ରେ ନିର୍ବାଚନ ଓ ୧୯ ତାରିଖରେ ପ୍ରକାଶ ପାଇବ ରେଜଲ୍ଟ ବାହାରିବ।

ଆଜିର ରାଶିଫଳ

୨୦୨୨ ମସିହା ସେପ୍ଟେମ୍ବର ମାସ ୨୨ ତାରିଖ (ଗୁରୁବାର)ଆଶ୍ଵିନମାସ–କୃଷ୍ଣପକ୍ଷ ,ତିଥି-ଦ୍ୱାଦଶୀ ରାତ୍ରି ଘ୧/୧୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୯/୩୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୦/୩୪ ,ତୁଳା ଓ କୁମ୍ଭ ରାଶି ର ଘାତବାର,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ଦ୍ୱାଦଶୀର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ପୋଇ ଶାଗ ରାତ୍ରି ଘ୧/୧୬ ଗତେ ବାଇଗଣ ଭକ୍ଷଣ ନିଷେଧ ,କାଳବେଳା ଓ ବାରବେଳା- ଦିବା ଘ୨/୩୯ ଗତେ ଘ୫/୩୯ ମଧ୍ୟେ । ମେଷ-ଆଜିର ଦିନରେ ମିଶ୍ରିତ ଫଳ […]

କାର ସହ ୨୪୦ଲିଟର ଦେଶୀମଦ ଜବତ,୨ଗିରଫ

ବାରଙ୍ଗ,୨୧/୯(ଏସଏସନିଉଜ)ବାରଙ୍ଗଥାନା ପୋଲିସ ମଙ୍ଗଳବାର ରାତିରେ ଦେଶୀମଦ ଆସୁଥିବାର ଖବରପାଇ ନରାଜ ନଦୀବନ୍ଧରେ ନାକ ଲଗାଇଥିଲେ ।କିଛିସମୟ ପରେ ଏକ ଧଳାରଙ୍ଗର ମାରୁତିକାର ଦ୍ରୁତଗତିରେ ଆସୁଥିବାରୁ ତାକୁ ରୋକିଥିଲେ ।କିନ୍ତୁ କାରଟି ପଳାଇଯିବାକୁ ଚେଷ୍ଟାକରୁଥିବାବେଳେ ପୋଲିସ ଗାଡିଟିକୁ କାବୁ କରି ତଲାସ କରିଥିଲା ।ତଲାସ ବେଳେ ଗାଡିର ପଛସିଟରେ ଥିବା ୧୨ଟିବ୍ଲାଡରରେ ୨୪୦ଲିଟର ରନ୍ଧାଦେଶୀମଦ କୁ ଜବତ କରିବା ସହ ଚୋରାଚାଳଣକରୁଥିବା ଦୁଇଜଣଙ୍କୁ ଗିରଫ କରିଥିଲା ।ତାଙ୍କଠାରୁ ଦୁଇଟି ମୋବଇଲଫୋନ ଜବତ କରିଥିଲା । ଗିରଫହୋଇଥିବା ଦୁଇଜଣ ହେଲେ […]

୬ଟି ସ୍ପିଡ୍ ବାଇକ ଜବତ କଲା ପୋଲିସ

ଜଟଣୀ,୨୧/୦(ଏସଏସନିଉଜ) ମଧୁସୁଧନନଗରର ଦିଲିପକୁମାର ଭୁଜବଳ ନାମକ ବ୍ୟକ୍ତି ତାଙ୍କର ଓଆର୦୨-ବିୱାଇ-୫୫୬୫ନଂ ବୋଲେରୋ ଗାଡି ଚୋରୀ ହୋଇଯାଇଥିବାର ଜଟଣୀଥାନାରେ ଲିଖିତ ଅଭିଯୋଗ କରିଥିଲା ।ପୋଲିସ୧୮୧/୨୨କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ ଆରମ୍ଭ କରିବା ସହ ଚୋରୀବୋଲେରୋକୁ ପାଇଯାଇଥିଲେ ମଧ୍ୟ ଏହି ଘଟଣାର ମାଷ୍ଟରମାଇଣ୍ଡ ମହମ୍ମଦ ମୁସ୍ତାକ୍ ଓ ବିଶ୍ୱଜିତ୍ ପାଲଟାସିଂହ ନାମକ ଯୁବକଖସିପଳାଇଥିଲେ ।ଏମାନଙ୍କୁ ଧରିବାପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିବାବେଳେ ପୋଲିସ ଜାଲରେ ଏମାନେ ପଡିଯାଇଥିଲେ ।ପୋଲିସ ଏମାନଙ୍କଠାରୁ ୬ଟି ସ୍ପିଡ୍ ବାଇକ ଓ ଗୋଟିଏ ମୋବଇଲଫୋନ ଜବତ […]

ଏନଡିଆରଏଫରେ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଉଦଘାଟିତ

ବାରଙ୍ଗ,୨୧/୯(ଏସଏସନିଉଜ)ଇଣ୍ଟର ବ୍ୟାଟାଲିଅନ୍ ଜୋନାଲ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ମୁଣ୍ଡଳୀ ଏନଡିଆରଏଫର ତୃତୀୟ ବ୍ୟାଟାଲିଅନ୍ ପରିସରରେ ବୁଧ ବାର ଦିନ ଉଦଘାଟିତ ହୋଇଯାଇଛି।୨୮ତାରିଖ ପର୍ଯ୍ୟନ୍ତ ୮ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଏନଡିଆର ଏଫର ତୃତୀୟ ବ୍ୟାଟାଲିଅନ୍ ର କମାଣ୍ଡାଣ୍ଟ ଶ୍ରୀ ଯାଦବ କିସପୋଟା ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ।ଏହି ପ୍ରତି ଯୋଗିତାରେ ଏନଡିଆର ଏଫର ତୃତୀୟ ବାଟାଲିୟନ, ତାମିଲନାଡୁ ଆରାକୋନାମ୍ ର ଚତୁର୍ଥ ବାଟାଲିୟନ, ମହାରାଷ୍ଟ୍ର ପୁନେର ପଞ୍ଚମ ବାଟାଲିୟନ, ଆନ୍ଧ୍ରପ୍ରଦେଶ ବିଜୟ ୱାଡାର ଦଶମ […]

ଦାରିଙ୍ଗବାଡ଼ି ଘାଟିରେ ଭୁସ୍ଖଳନ

ଭଂଜନଗର,୨୧/୯(ଏସଏସ ନିଉଜ)ଦାରିଙ୍ଗବାଡ଼ି ଘାଟି ରାସ୍ତାରେ ଭୁସ୍ଖଳନ ହେବାରୁ ରାସ୍ତା ବନ୍ଦ ହୋଇଯାଇଛି।ଦାରିଙ୍ଗବାଡ଼ି ଘାଟି ରାସ୍ତାର ୪ ନମ୍ବର ବୁଲାଣି ନିକଟରେ ଭୂସ୍ଖଳନ ଘଟିଛି।ରାସ୍ତା ଉପରେ ଗଦା ହୋଇଛି ପଥର, ମାଟି ପଡ଼ିଥିବାରୁ ଯାତାୟତ ସଂପୂର୍ଣ୍ଣ ଠପ୍ ହୋଇଯାଇଛି।

ଲୁଟ୍‌ରେ ବାଧା ଦେବାରୁ ହାଣିଲେ

ବାଲେଶ୍ୱର,୨୧/୯(ଏସଏସ ନିଉଜ) ଲୁଟ୍‌ରେ ବାଧା ଦେବାରୁ ଶିକ୍ଷୟିତ୍ରୀଙ୍କୁ ହାଣି ପକାଇଲେ ଲୁଟେରା । ଶିକ୍ଷୟିତ୍ରୀଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ରେମୁଣା ମେଡିକାଲରେ ଭର୍ତ୍ତି କରାଯାଇଛି । ନରହରିପୁର ବାଇପାସ୍ ନିକଟରେ ବାଇକ୍ ଆରୋହୀ ୩ ଲୁଟେରା କରିଥିଲେ ଆକ୍ରମଣ ।

ପୋଲିସ କବ୍‌ଜାରେ ଲୁଟେରାଗ୍ୟାଙ୍ଗ

  କଟକ,୨୧/୯ (ଏସଏସନିଉଜ) ଦଶହରା ପୂର୍ବରୁ ପୋଲିସ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ ।ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ।ସେମାନଙ୍କଠାରୁ ୫ଟି ୪ ଚକିଆ ଗାଡ଼ି, ୨ଟି ସ୍ପୋର୍ଟସ ବାଇକ୍, ୬୦ ଗ୍ରାମ୍ ସୁନା ଜବତ କରିଛି ।

ରାଜଧାନୀରେ ବିଷପିଇ ୨ମୃତ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ) ଭରତପୁର ଫୁଲେଶ୍ୱରୀ ବସ୍ତିରେ ବିଷ ପିଇ ଜଣେ ବ୍ୟକ୍ତି ଓ ମହିଳା ମୃତୁବରଣ କରିଛନ୍ତି। ପୁରୁଷ ଜଣଙ୍କ ନିଜ ପତ୍ନୀ ଓ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଛାଡ଼ି ଏକାଠି ଗୋଟିଏ ଘରେ ରହୁଥିଲେ।ପରିବାର ଠାରୁ ଅଲଗା ହେବା ପରେ ଦୁହେଁ ଏକାଠି ରହୁଥିଲେ।ପାରିବାରିକ କଳହ ପାଇଁ ଦୁହେଁ ବିଷ ପିଇ ଦେଇଥିବା ସୂଚନା ମିଳିଛି।

ଅଲୋଡ଼ା ଶିଶୁକନ୍ୟା

କାମାକ୍ଷାନଗର,୨୧/୯(ଏସ ଏସନିଉଜ) ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଢେଙ୍କାନାଳ କଙ୍ଗେଇଲୋ ଗାଁରୁ ନବଜାତ ଝିଅର ମୃତଦେହ ଉଦ୍ଧାର ହୋଇଛି। ଜନ୍ମକଲା ପରେ କେହି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।