Browsing author

SATYA SANDHANA DESK

ଦ୍ୱିତୀୟ ବିବାହ କରିବେ ହ୍ରିତିକ୍ ରୋସନ!

ଭୁବନେଶ୍ୱର,୨୮/୭(ଏସଏସନିଉଜ) ଖୁବ୍‌ଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ସୁପରଷ୍ଟାର୍ ହ୍ରିତିକ୍ ରୋସନ ।ଦ୍ବିତୀୟ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଏବେ ବେଶ୍ ଚର୍ଚ୍ଚା ଜୋର୍ ଧରିଛି।ଅଭିନେତ୍ରୀ ସବା ଆଜାଦଙ୍କ ପ୍ରେମରେ ପଡ଼ିଛନ୍ତି ହ୍ରିତିକ୍‌।ଦୀର୍ଘଦିନ ଧରି ସେ ସବାଙ୍କୁ ଡେଟ୍ କରିଆସୁଛନ୍ତି।ଦୁହେଁ ଏବେ ସେମାନଙ୍କ ସମ୍ପର୍କକୁ ନେଇ ସିରିୟସ୍ ଅଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ଦୁହେଁ ରୀତିନୀତି ଅନୁସାରେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ନିକଟରେ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ମହାକାଳପଡାରେ ହେବ ପେଟ୍ରୋ କେମିକାଲ ପ୍ଳାଣ୍ଟ

କେନ୍ଦ୍ରାପଡା , ୨୮/୭(ଏସଏସନିଉଜ) ମହାକାଳପଡାରେ ନିର୍ମାଣ ହେବ ପେଟ୍ରୋଲିୟମ କେମିକାଲ କାରଖାନା ।କେନ୍ଦ୍ରମନ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉଦ୍ୟମରେ ପ୍ରଥମ କରି ନିର୍ମାଣ ହେବାକୁ ଯାଉଛି ଏହି ପେଟ୍ରୋ କେମିକାଲ ପ୍ଳାଣ୍ଟ ।ତେବେ ଆସନ୍ତା ମାସ ଶେଷ ସପ୍ତାହରେ ମହାକାଳପଡାରେ ଜନଶୁଣାଣୀ. ହୋଇପାରେ ବୋଲି ଜଣାପଡିଛି ।

ଆଜି ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗ୍ରସ୍ଥ

ଭୁବନେଶ୍ୱର,୨୮/୭(ଏସଏସନିଉଜ)ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ଓ ତାମିଲନାଡୁ ଗସ୍ତ କରିବେ ।ସେଠାରେ ସାବର ଡାଏରୀରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କରିବାସହ ଚେନ୍ନାଇରେ ୪୪ତମ ଚେସ୍ ଅଲିମ୍ପିଆଡ୍ ଉଦଘାଟନର ଘୋଷଣା କରିବୋକାଲି ଆନ୍ନା ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେବାସହ ଗାନ୍ଧୀନଗର ଯାତ୍ରା କରି ଗିଫ୍ଟସିଟି ପରିଦର୍ଶନ କରିବେ ବୋଲି କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି ।

ମନ୍ତ୍ରିମଣ୍ଡଳରୁ ବିଦାହେଲେ ପାର୍ଥ ଚାଟାର୍ଜୀ

ଭୁବନେଶ୍ୱର,୨୮/୭(ଏସଏସନିଉଜ) ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ନଗଦ ୫୦ କୋଟି ଓ ୫ କିଲୋ ସୁନା ଜବତ ହେବାପରେ ଅଡୁଆ ବଢିବାରେ ଲାଗିଥିଲା । ଅର୍ପିତାଙ୍କ ଘର ନା କୁବେର ଭଣ୍ଡାର ବୋଲି ଚର୍ଚ୍ଚା ଯୋର ଧରିଥିଲା ।ତେବେ ଜବତ ହୋଇଥିବା ଟଙ୍କାକୁ ଇଡି ଅଧିକାରୀମାନେ ଏମିତି ସଜାଇ ରଖିଛନ୍ତି ଦେଖନ୍ତୁ । ଏହାପରେ ପଶ୍ଚିମବଙ୍ଗ ସରକାର ବଡନିଷ୍ପତି ନେଇଛନ୍ତି ।ମନ୍ତ୍ରିମଣ୍ଡଳରୁ ବିଦାହୋଇଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ । […]

ଚୂନ ଲଗାଇଲେ ସାଇବର ଲୁଟେରା

ଭୁବନେଶ୍ୱର,୨୮/୭(ଏସଏସନିଉଜ) କ୍ୟାସବ୍ୟାକ୍ ନାଁରେ ୬ ଲକ୍ଷ ୩୪ ହଜାର ଠକେଇ ଅଭିଯୋଗ ହୋଇଛି । ବାଲିପାଟଣା ଅଞ୍ଚଳର ଜଣେ ଦିବ୍ୟାଙ୍ଗଙ୍କୁ ଚୂନ ଲଗାଇଲେ ସାଇବର ଲୁଟେରା । ହଜାରେ ଟଙ୍କା କ୍ୟାସବ୍ୟାକ୍ ଲୋଭ ଦେଖାଇ ୬ ଲକ୍ଷ ୩୪ ହଜାର ଲୁଟିନେଇଥିବାର ସାଇବର ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ପରେ ସାଇବର ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାର ଜଣାପଡିଛି ।

ପୁଣି ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୨୮/୭(ଏସ ଏସ ନିଉଜ)ଚିଲିିକାରେ ପୁଣି ଫସିଲା ଭସାପୋଲ ।ଯାନ୍ତ୍ରିକ ତ୍ରୁଟି ପାଇଁ ସାତପଡା-ଚିଲିକା ମଝିରେ ଫସିଲା ଭସାପୋଲ ଭସାପୋଲରେ ୬୦ରୁ ଅଧିକ ଯାତ୍ରୀ ଫସିଥିବା ସୂଚନା।୫ଟି ୪ ଚକିଆ ଯାନ ଓ ୨ରୁ ଅଧିକ ବାଇକ୍ ମଧ୍ୟ ରହିଛିଭସାପୋଲକୁ ସଜାଡିବା ପାଇଁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରୟାସ ଆରମ୍ଭ ହୋଇଛି ।

ସସ୍‌ପେଣ୍ଡ ହେଲେ ଅତିରିକ୍ତ ଆଇଆଇସି

ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ)ଉମରକୋଟ ଥାନାର ଅତିରିକ୍ତ ଆଇଆଇସି ସସ୍‌ପେଣ୍ଡ ହୋଇଛନ୍ତି ।ଅତିରିକ୍ତ ଆଇଆଇସି ଲିମରାଜ ପ୍ରଧାନଙ୍କୁ ସସ୍‌ପେଣ୍ଡ କଲେ ଡିଜିପି।ଗତ ସୋମବାର ଦିନ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଲିମରାଜ। ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଲିମରାଜଙ୍କୁ ଧରିଥିଲା ଭିଜିଲାନ୍ସ ।

ମୁଁ କ୍ଷମା ମାଗିବିନି

ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ)‘ରାଷ୍ଟ୍ରପତି’ ଜାଗାରେ ‘ରାଷ୍ଟ୍ରପତ୍ନୀ’ ପାଟିରୁ ବାହାରିଗଲା ।ଭୁଲରେ ମୋ ପାଟିରୁ ‘ରାଷ୍ଟ୍ରପତ୍ନୀ’ ବାହାରିଗଲା । ସାମ୍ବାଦିକଙ୍କୁ ଡାକିଲା ବେଳକୁ ସେମାନେ ପଳାଇଥିଲେ । ରାଷ୍ଟ୍ରପତି ଯିଏ ବି ହୁଅନ୍ତା ନା କାହିଁକି, ସେ ରାଷ୍ଟ୍ରପତି ହିଁ ରହିବେ ବୋଲି କହିଛନ୍ତି କଂଗ୍ରେସ ନେତା।

ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଏନକାଉଣ୍ଟର ହେଲା

ବାଲେଶ୍ବର,୨୮/୭(ଏସ ଏସ ନିଉଜ)ବାଲେଶ୍ବରରେ ଗୋପାଳ ପୁର ଫାଣ୍ଡି ଏନକାଉଣ୍ଟରରେ ଆରୁହାବାଡ ଜାଗେଶ୍ବରପଦା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧି ଋଣ୍ଡୁ ମଳିକ ମୃତ ହୋଇଛି ।ରୁଣ୍ଡୁ ନାଁରେ ଥିଲା ୩୦ରୁ ଅଧିକ ଅପରାଧିକ ମାମଲା।ଆକ୍ରମଣ କରିବାରୁ ପୋଲିସ ପାଲଟା ଜବାବ ଦେଇଥିବା ସୂଚନା।

ଦଶମଶ୍ରେଣୀ ପରୀକ୍ଷା

ଧାମରା, ୨୭/୭(ଏସଏସନିଉଜ) ୨୨ ତାରିଖରେ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି ।ଏଥିରେ ଆଦାନି ଡିଏଭି ପବ୍ଲିକ ସ୍କୁଲର ଅଧ୍ୟକ୍ଷା କୃଷ୍ଣପ୍ରିୟା ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ଡିଏଭି ଆଂଚଳିକ ଅଧିକାରୀଙ୍କ ପ୍ରୋତ୍ସାହନ, ସହକାରୀ ଆଂଚଳିକ ଅଧିକାରୀଙ୍କ ଅନୁଶାସନ, ଅଭିଭାବକ ଓ ଧାମରା ପୋର୍ଟ କର୍ତୁପକ୍ଷ ସହଯୋଗରୁ ବିଦ୍ୟାଳୟକୁ ମିଳିଛି ଶତ ପ୍ରତିଶତ ସଫଳତା । ଶ୍ରୀମାନ ସାଇ ସ୍ୱରୂପ ରାଉତ ସର୍ବାଧିକ ୯୭.୨ ପ୍ରତିଶତ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି । […]