Browsing author

SATYA SANDHANA DESK

ଛତାବର ଗ୍ରାମରେ ଲାଗିଲା ଗଛ

ମେଣ୍ଢାଶାଳ,୨୭/୭(ଏସଏସନିଉଜ)୭୩ତମ ବନମହୋସ୍‌ବ ଉପଲକ୍ଷେ ଛତାବରଗ୍ରାମରେ ଏକ ବୃକ୍ଷରୋପଣ ଉସ୍‌ବ ଅନୁଷ୍ଠିତ ହୋଇଯାଇଛି ।ମାମଙ୍ଗଳା ଠାକୁରାଣୀଙ୍କ ମନ୍ଦିର ପଛପଟେ ଥିବା ଖାଲିଜାଗାରେ ବୃକ୍ଷରୋପଣ କରାଯାଇଥିଲା ।ଗ୍ରାମର ଯୁବସମାଜ ସେବୀ ସଂଗ୍ରାମରାଉତରୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଟଣୀକଂଗ୍ରେସ ନଗରକମିଟିର ସଭାପତି ମନ୍ନଥ ରାଉତ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ବର୍ତମାନ ବାୟୁପ୍ରଦ୍ୟୁଷଣ ରୋକିବାପାଇଁ ବୃକ୍ଷରୋପଣ ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ ।ଗ୍ରାମ୍ୟଯୁବକମାନେ ବୃକ୍ଷରୋପଣ କରୁଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଗ୍ରାମର ଯୁବକମାନଙ୍କ ମଧ୍ୟରେ ଅସିତ କୁମାର […]

କାଶିବାହଲରେ ସଶସ୍ତ୍ର ଡକାୟତି

ଭବାନୀପାଟଣା,୨୮/୭(ଏସଏସନିଉଜ) ବିଳମ୍ବିତ ରାତିରେ କୋକସରା ଥାନା କାଶିବାହଲ ଗାଁର ଋଷିମଣି ପୁଝାରୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିବାର ଜଣାପଡିଛି। ୧୦/୧୨ ମୁଖାପିନ୍ଧା ଡକାୟତ ଋଷିମଣି ପୁଝାରୀଙ୍କ ଘରେ ପଶି ଡକାୟତି କରିବା ସହ ଏୟାରଗନ ଗୁଳିରେ ତାଙ୍କ ପୁଅ ରୋହନ ଗୁରୁତର ହୋଇ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଡକାୟତମାନେ ସିସିଟିଭି ହାର୍ଡ ଡିସ୍କ ଅକାମି କରିବା ସହ ନଗଦ ଟଙ୍କା ଓ ସୁନାଗହଣା ଲୁଟିନେଇଥିବାର ଅଭିଯୋଗ ପରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

୨୦ ହଜାର ଲାଞ୍ଚ ନେଇ ଧରାପଡିଲେ ଡିଇଓ

କେନ୍ଦ୍ରାପଡା, ୨୮/୭(ଏସଏସନିଉଜ) କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଂଜୀବ କୁମାର ସିଂ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।ଭିଜଲାନ୍ସ ତାଙ୍କ କାର‌୍ୟ୍ୟାଳୟ, ସରକାରୀ ବାସଭବନ, ସମ୍ପର୍କୀୟଙ୍କ ଘର ଓ ବାଲେଶ୍ବର ସହରସ୍ଥିତ ପୈତୃକ ଘରେ ଚଢ଼ଉ କରିଛି। କେନ୍ଦ୍ରାପଡା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର‌୍ୟ୍ୟାଳୟରେ ଥିବା ପିଅନ ସନ୍ତୋଷ କୁମାର କୁଣ୍ତଙ୍କୁ ପଟ୍ଟାମୁଣ୍ତାଇ ବ୍ଲକ୍ ନିମପୁର ହାଇସ୍କୁଲକୁ ଡେପୁଟେସନ୍‌ରେ ପଠାଯାଇଥିଲା।ଏହି ଅର୍ଡର ବାତିଲ୍ କରିବା ପାଇଁ ତାଙ୍କଠାରୁ ୨୦ ହଜାର ଟଙ୍କା ଲାଂଚ […]

ଆଜିଠାରୁ ବାମରା ବନ୍ଦ

ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ)୪ଦଫାଦାବିନେଇ ଆଜିଠାରୁ ବାମରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ବାମରା ମୁକ୍ତିଧାମ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଯାହାଫଳରେ ଦୋକାନ ବଜାର ବନ୍ଦ ରହିଛି ।ରାସ୍ତା ଅବରୋଧ ସହିତ ଗାଡି ମୋଟର ଚଳାଚଳ ଠପ ହୋଇଯାଇଛି। ଏହି ବନ୍ଦ ଡାକରାରେ ବାମରାର ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି।

ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ

ନୟାଗଡ଼,୨୮/୭(ଏସ ଏସ ନିଉଜ)ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଟ୍ୟୁସନ୍ ସାର୍‌ ଗିରଫ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଅଞ୍ଚଳରେ ଘଟଣା ଘଟିଛି ।ଅଭିଯୁକ୍ତ ଶିକ୍ଷକ ରାଜେଶ ବେହେରାକୋଭିଡ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ଦୁଷ୍କର୍ମ କରୁଥିଲା । ଦୁଷ୍କର୍ମ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ କୁ ଭାଇରାଲ କରିଥିଲା ଶିକ୍ଷକ । ଭାଇରାଲ ପରେ ନାବାଳିକାର ପରିବାର ପକ୍ୱଜ୍ଞରୁ ରଣପୁର ଥାନାରେ ଅଭିଯୋଗ କରାଯାଇଥିଲା । […]

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୨୮/୭(ଏସ ଏସ ନିଉଜ)ଘର ପଛପଟୁ +୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବୁର୍ଲା ଥାନା ଢିପାପଡ଼ା ଗାଁରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ମୃତକ ହେଉଚ୍ନ୍ତୁ ଜିଏମ୍ ୟୁନିଭର୍ସିଟିର +୨ ଛାତ୍ର ରୋହନ ଗୁରୁ ।ପରୀକ୍ଷାରେ ୪୯%ନମ୍ବର ରଖିଥିଲେ ରୋହନ ଯୁକ୍ତ୨ ପରୀକ୍ଷାରେ କମ ନମ୍ବର ରଖିବାରୁ ଆତ୍ମହତ୍ୟା ଅଭିଯୋଗ ହୋଇଛି ।

ସାବଧାନ ମାତିଛନ୍ତି ମହୁମାଛି

ବିନିକା,୨୮/୭(ଏସ ଏସ ନିଉଜ) ମହାନଦୀ ବ୍ରିଜ ଉପରେ ମହୁମାଛି ଆତଙ୍କ ଦେଖା ଦେଇଛି। ବ୍ରିଜ ତଳେ ବସା ବାନ୍ଧିଥିବା ମହୁମାଛି ଆକ୍ରମଣରେ ୫ଜଣ ଆହତ ହୋଇଥିବାବେଳେ ମହୁମାଛି ଆତଙ୍କ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ସିରିଜ ପୋଛିନେଲା ଭାରତ

ଭୁବନେଶ୍ୱର,୨୮/୭(ଏସ ଏସ ନିଉଜ) ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ହରାଇ ସିରିଜ ପୋଛିନେଇଛି ଭାରତ। ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆକୁ ୧୧୯ ରନରେ ଜିତିଛି ଭାରତ। ଶୁବମନ ପ୍ଲେୟାର ଅଫ୍ ଦି ମ୍ୟାଚ୍ ସହ ପ୍ଲେୟାର ଅଫ୍ ଦି ସିରିଜ ହୋଇଥିଲେ ।

ବିଷ ପିଇଲା ସାନଭାଇ

ବଲାଙ୍ଗିର,୨୮/୭(ଏସ ଏସ ନିଉଜ) ବଡ଼ଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇଲା ସାନଭାଇ। ବେଲପଡ଼ା ଥାନା କୁମ୍ଭାରଖାନ୍ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । କାଲି ଛେଲିଆମାଲ ଡ୍ୟାମକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ ।ଆଜି ମୃତଦେହ ମିଳିବା ପରେ ୧୪ ବର୍ଷୀୟ ସାନଭାଇ ବିଷ ପିଇଥିବା ସୂଚନା ମିଳିଛି ।

ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ପାରଳାଖେମୁଣ୍ଡି,୨୮/୭(ଏସ ଏସ ନିଉଜ)କ୍ଲାସରୁମ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ରାଣୀପେଣ୍ଠ ସ୍ଥିତ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତକ ନର୍ସିଂ ପ୍ରଥମ ବର୍ଷ ଛାତ୍ରୀ ହୋଇଥିବାବେଳେ ଘର ଗଞ୍ଜାମ ଗୋପାଳ ପୁରରେ ବୋଲି ଜଣାପଡିଛି ।ହଷ୍ଟେଲରେ ରହୁଥିବା ବେଳେ ଆଜି କ୍ଲାସରୁମ୍‌ରୁ ମୃତଦେହ ଉଦ୍ଧାର ହୋଇଛି।