ଦ୍ୱିତୀୟ ବିବାହ କରିବେ ହ୍ରିତିକ୍ ରୋସନ!

ଭୁବନେଶ୍ୱର,୨୮/୭(ଏସଏସନିଉଜ) ଖୁବ୍‌ଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ସୁପରଷ୍ଟାର୍ ହ୍ରିତିକ୍ ରୋସନ ।ଦ୍ବିତୀୟ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଏବେ ବେଶ୍ ଚର୍ଚ୍ଚା ଜୋର୍ ଧରିଛି।ଅଭିନେତ୍ରୀ ସବା ଆଜାଦଙ୍କ ପ୍ରେମରେ ପଡ଼ିଛନ୍ତି ହ୍ରିତିକ୍‌।ଦୀର୍ଘଦିନ ଧରି ସେ ସବାଙ୍କୁ ଡେଟ୍ କରିଆସୁଛନ୍ତି।ଦୁହେଁ ଏବେ ସେମାନଙ୍କ ସମ୍ପର୍କକୁ ନେଇ ସିରିୟସ୍ ଅଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ଦୁହେଁ ରୀତିନୀତି ଅନୁସାରେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ନିକଟରେ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

Comments (0)
Add Comment