Browsing author

SATYA SANDHANA DESK

ରଜନୀକାନ୍ତଙ୍କୁ ପୁରସ୍କୃତ କଲା ଆୟକର ବିଭାଗ

ଭୁବନେଶ୍ୱର,୨୫/୭(ଏସଏସନିଉଜ) ନିୟମିତ ଭାବେ ଆୟକର ଭରିବା ଓ ଆୟର କୌଣସି ଉତ୍ସକୁ ନ ଲୁଚାଇବା ଭଳି କାର‌୍ୟ୍ୟକୁ ଦେଖି ଚେନ୍ନାଇ ଆୟକର ବିଭାଗ ପକ୍ଷରୁ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ପୁରସ୍କୃତ କରାଯାଇଛି ।ତେଲେଙ୍ଗାନା ରାଜ୍ୟପାଳ ଡ. ତାମିଲ ସାଇ ଏହି ପୁରସ୍କାର ପ୍ରଦାନ କରିଥିଲେ ।ତେବେ ଏହି ପୁରସ୍କାର ସମାରୋ ହରେ ରଜନୀକାନ୍ତ ଅନୁପସ୍ଥିତ ରହିବାରୁ ତାଙ୍କ ଝିଅ ଐଶ୍ୱର‌୍ୟ୍ୟା ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ ।

ଭିକି ଓ କ୍ୟାଟ୍‌ଙ୍କୁ ହତ୍ୟା ଧମକ

ଭୁବନେଶ୍ୱର,୨୫/୭(ଏସଏସନିଉଜ) ଅଭିନେତା ଭିକି କୌଶଲ ଓ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ଆସିଛି ହତ୍ୟା ଧମକ । ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା ଧମକ ଦେଇ ପୋଷ୍ଟ୍ କରିବା ସହ ମେସେଜ୍ ବି କରୁଛି ବୋଲି ସେ ତାଙ୍କ ଅଭିଯୋଗରେ କହିଛନ୍ତି ।ସେ ଆହୁରି ବି ଲେôଖଛନ୍ତି ବ୍ୟକ୍ତି ଜଣକ କେବଳ ତାଙ୍କୁ ନୁହେଁ ବରଂ ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫ୍‌ଙ୍କୁ ବି ଧମକ ଦେଉଛି। ଅଭିଯୋଗ କରିବାକୁ ଭିକି ନିଜେ ସାଣ୍ଟାକ୍ରଜ୍ ପୁଲିସ୍ ଷ୍ଟେସନ୍‌କୁ ଆସିଥିଲେ। ଭିକି […]

ମୋ ବସ୍ ଡ୍ରାଇଭରର ଉତ୍ପାତ

ଭୁବନେଶ୍ବର,୨୪/୭(ଏସଏସନିଉଜ)ମୋବସକୁ ନେଇ ରାଜଧାନୀବାସୀଙ୍କର ଯେଉଁ ଭଲ ଭାବନା ଥିଲା ଏବେ ବସ୍ ଡ୍ରାଇଭର୍‌ଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁ ଏହା କାଳପାଲଟିବାକୁ ଯାଉଛି ।ଯାହାଫଳରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାତି ପ୍ରାୟ ୯ଟା ବେଳେ ଶିରିପୁର ଛକରେ ମୋ’ ବସ୍ ଚାଳକଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ୟୁନିଟ୍-୩ର ଶିବ ପ୍ରସାଦ ବେହେରା ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି ।ବାଇକ୍ ନେଇ ଶିବ ଘରକୁ ଫେରୁଥିବା ବେଳେ ପଛପଟୁ ଓଡି ୩୩ୟୁ ୭୧୦୫ନଂ ମୋ […]

ଜିଲ୍ଲାପାଳ, ଏସ୍‌ପିଙ୍କ ଆଗରେ ବିଷ ପିଇଲେ ଯୁବକ

ବ୍ରହ୍ମପୁର, ୨୪/୭(ଏସଏସନିଉଜ) ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଅଭିଯୋଗ ଶୁଣାଣୀ ଚାଲିଥିବାବେଳେ ଜଣେ ଦିବ୍ୟଙ୍ଗ ଅଭିଯୋଗକାରୀ ବିଷ ପିଇ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିଲେ ।ପୋଲିସ ଗୁତୁତର ଅବସ୍ଥାରେ ଯୁବକକୁ ଚିକିସ୍‌ାପାଇଁ ଦିଗପହଣ୍ଡି ମେଡିକାଲ ଭର୍ତ୍ତି କରିଥିଲେ।ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ଜମି ଡିମାର୍କେସନ ପାଇଁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ କେହି ଶୁଣି ନଥିଲେ […]

ଚିଲିକା ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ

ଖୋର୍ଦ୍ଧା, ୨୪/୭(ଏସଏସନିଉଜ) ସୁପ୍ରିମକୋର୍ଟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବାର ଜଣାଯାଇଛି। ଏନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ଏହି ଜାମିନରେ କୁହାଯାଇଛି ଯେ ପ୍ରଶାନ୍ତ ଜଗଦ୍ଦେବ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ଯଦି ଯିବେ, ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯିବେ। କିନ୍ତୁ ସାଙ୍ଗରେ ୫ରୁ ଅଧିକ ଲୋକଙ୍କୁ ନେଇ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି।

ନନ୍ଦନକାନନରେ ବରିଷ୍ଟନାଗରିକଙ୍କୁ ର୍ଦୁବ୍ୟବହାର!

ବାରଙ୍ଗ୨୪/୭(ଏସଏସନିଉଜ) ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ର୍ଦୁବ୍ୟବହାର କରିବା ଏବେ ନିତିଦିନିଆ ଘଟଣା ହୋଇଗଲାଣି ।ବିଶେଷକରି ଘରୋଇକରଣରେ ନେଇ ନନ୍ଦନକାନନରେ ବ୍ୟବସାୟ କରୁଥିବା ଠିକାସଂସ୍ଥା ମାନଙ୍କ ବିରୁଦ୍ଧରେ ଏଭଳି ବହୁ ଅଭିଯୋଗମାନ ଆସୁଥିବାର ଦେଖିବାକୁ ମିଳିଛି ।ଗତକିଛିଦିନ ତଳେ ସଫାରୀ କାଉଂଟରରେ ଠିକାସଂସ୍ଥାର କର୍ମଚାରୀମାନେ ମିଶି ପର୍ଯ୍ୟଟକମାନଙ୍କୁ ମରଣାମ୍‌କ ଆକ୍ରମଣ କରିବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।ଏହାଦ୍ୱାରା ନନ୍ଦନକାନନକୁ ବଦନାମ ହେବାକୁ ପଡିଥିଲା ।ଏତେବଡ ଘଟଣା ପରେ ବି କେହି ଶିକ୍ଷା ଗ୍ରହଣ କରିପାରିନଥିବାଭଳି ମନେ ହେଉଛି […]

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୨୫ ତାରିଖ (ସୋମବାର)ଶ୍ରାବଣମାସ –କୃଷ୍ଣପକ୍ଷ .ତିଥି-ଦ୍ଵାଦଶୀ ଦିବା ଘ୩/୫୨ ପର‌୍ୟ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୩/୨୪ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨/୧୮ ,ମିଥୁନରାଶିର ଘାତବାର ,କନ୍ୟାରାଶିର ଘାତଚନ୍ଦ୍ର ,ଦ୍ଵାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଇ ଦିବା ଘ୩/୫୨ ଗତେ ବାଇଗଣ ଭକ୍ଷଣ ନିଷେଧ । ମେଷ-ଦିନର ପ୍ରାରମ୍ଭରେ କିଛି ମାନସିକ ଦ୍ୱନ୍ଦ୍ୱ ହୋଇପାରେ। କିନ୍ତୁ ଆପଣ ସମାଧାନକାରୀ ବ୍ୟବହାର ଆପଣାଇକରି ଅସୁବିଧାକୁ ଠିକ କରିନେବେ। ଆଜି ମଧୁରବାଣୀ ଏବଂ […]

ମଝି ସମୁଦ୍ରରେ ଲାଗିଲା ନିଆଁ

ପାରାଦ୍ଵୀପ,୨୪/୭(ଏସ ଏସ ନିଉଜ) ସମୁଦ୍ର ମଝିରେ ପୁଣି ଅଘଟଣ ଘଟିଛି । ମଝି ସମୁଦ୍ରରେ ବୋଟ୍ ରେ ଲାଗିଲା ନିଆଁ।ଭଗବତୀ-୩ ନାମକ ବୋଟ୍ ରେ ଲାଗିଛି ନିଆଁ। ବୋଟ୍ରର୮  ଜଣ ମତ୍ସ୍ୟଜୀବୀ ଥିବାବେଳେ ସମସ୍ତ ମତ୍ସ୍ୟଜୀବୀ ଙ୍କୁ ଅନ୍ୟ ବୋଟ୍ ଦ୍ବାରା ସୁରକ୍ଷିତ ଉଦ୍ଧାର କରାଯାଇଛି ।

ପୋଡ଼ାଜଳା ହାତୀକଙ୍କାଳ ଉଦ୍ଧାର

ସମ୍ବଲପୁର,୨୪/୭(ଏସ ଏସ ନିଉଜ)ସମ୍ବଲପୁର ଧମା ରେଞ୍ଜ୍‌ରେ ପୋଡ଼ାଜଳା ଅବସ୍ଥାରେ ୨ ହାତୀ କଙ୍କାଳ ମିଳିଛି ।ତବଲେଇ -ଦେଓଗାଁ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀର କଙ୍କାଳ ମିଳିଥିବାବେଳେ କୋଲଗାଁ ସଂରକ୍ଷିତ ଜଙ୍ଗଲରେ ଆଉ ଗୋଟିଏ ହାତୀର କଙ୍କାଳ ଠାବ ହୋଇଛି ।୨ଟି ସ୍ଥାନରେ କଙ୍କାଳ ଠାବ କଲା କ୍ରାଇମବ୍ରାଞ୍ଚ୍ ଏସ୍ଟିଏଫ୍ ।

ଆଉ ଏକ ଜୀବନ ନେଲା ହଇଜା

ରାୟଗଡ଼ା, ୨୪/୭(ଏସଏସନିଉଜ) ରାୟଗଡ଼ା କାଶୀପୁରରେ ଥମୁନି ହଇଜା ।ଏଥିପାଇଁ ଡେଙ୍ଗାଗୁଡ଼ା ଗାଁରେ ଆଉ ଜଣଙ୍କ ଜୀବନ ଜୀବନ ନେଇଛି ହଇଜା । ମୃତକ ହେଲେ ଗାଁର ଅର୍ଜୁନ ମାଝୀ । ସେ ଗତ ୧୮ ତାରିଖରେ ଝାଡ଼ାବାନ୍ତିର ଶିକାର ହେବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ମୋଟ ୨୪୬ ଜଣ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ୧୮୧ […]