Browsing author

SATYA SANDHANA DESK

ଟ୍ରାକ୍ଟର ଓଲଟି ୨ ମହିଳା ମୃତ

ରାଇରଙ୍ଗପୁର, ୨୬/୭(ଏସଏସନିଉଜ) ଟ୍ରାକ୍ଟର ଓଲଟି ୨ ମହିଳା ମୃତୁବରଣ କରିଥିବାବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ବାଦାମପାହାଡ଼ ଥାନା ପୁରୁଣିଆ ଗାଁ ନିକଟରେ ଟ୍ରାକ୍ଟର ଓଲଟିବାରୁ ଏହି ଦୁର୍ଘଟଣା ଘଟିଛି ।ଗୁରୁତର ଆହତମାନଙ୍କୁ ଚିକିସ୍‌ାପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ଲିଫ୍ଟ ବାହାନାରେ ଲୁଟିଲେ

ଜଳେଶ୍ୱର, ୨୬/୭(ଏସଏସନିଉଜ) ଲିଫ୍ଟ ଦେବା ବାହାନାରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍ କରାଯାଇଥିବାର ଅଭିଯୋଗ ହୋଇଛି । ୪ରୁ ୫ ଜଣ ଦୁର୍ବୁତ ଆକ୍ରମଣ କରି ୧ ଲକ୍ଷ ୭୦ ହଜାର ଟଙ୍କା । ଲୁଟି ନେଇଥିବାର ଜଣାପଡିଛି । ଏନ୍ଏଚ୍ ୬୦ର ମଥାନୀ ଛକ ନିକଟରେ ଏହି ଘଟଣା ଘଟିଛି ।

ଥାନାରେ ଅଟକ ବଙ୍ଗୀୟ ଯୁବତୀ

ଭୁବନେଶ୍ୱର,୨୬/୭(ଏସଏସନିଉଜ) ଏକ ଲଜର କର୍ମଚାରୀ ଓ ବଙ୍ଗୀୟ ଯୁବତୀଙ୍କ ମଧ୍ୟରେ ବଚସା ହୋଇଥିବାର ଜଣାପଡିଛି । ରୁମ୍ ଭଡ଼ା ଟଙ୍କାକୁ ନେଇ ଲକ୍ଷ୍ମୀସାଗର ସ୍ଥିତ ଏକ ଲଜ୍ କର୍ମଚାରୀ ଓ ବଙ୍ଗୀୟ ଯୁବତୀଙ୍କ ମଧ୍ୟରେ ବଚସା ହୋଇଛି ।ଲକ୍ଷ୍ମୀସାଗର ଥାନାପୋଲିସ ବଙ୍ଗୀୟ ଯୁବତୀକୁ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛିା

ସରକାର ସ୍ପଷ୍ଟ କରନ୍ତୁ

କାଶୀପୁର , ୨୬/୭(ଏସଏସନିଉଜ) କାଶୀପୁର ରେ ଝାଡ଼ାବାନ୍ତି ଘଟଣାରେ ସେଠାରେ ସ୍ଥିତି ଅତ୍ୟନ୍ତ ଭୟାନକ ଓ ହୃଦୟ ବିଦାରକ ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି । ଝାଡ଼ାବାନ୍ତିରେ ୧୪ ଜଣଙ୍କ ମୃତ୍ୟୁ ହୋଇସାରିଥିବାବେଳେ ୯ ମୃତ ହୋଇଥିବାର ସରକାର କହୁଛନ୍ତି ।ତେବେ ଆଉ କେଉଁ କାରଣ ପାଇଁ ଅନ୍ୟମାନେ ମରିଛନ୍ତି ସରକାର ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ।

ବେକାର ହୋଇଗଲା ମାଂସଝୋଳ

ବାରଙ୍ଗ,୨୫/୭(ଏସଏସନିଉଜ) ଆଇନ ସାଧାରଣ ଲୋକଙ୍କ ପାଇଁ ,କିନ୍ତୁ କର୍ମଚାରୀମାଙ୍କ ପାଇଁ ନୁହେଁ ।ଯାହାକୁ ପ୍ରମାଣ କରିଛନ୍ତି ନନ୍ଦନକାନନର କର୍ମଚାରୀ ।ଜୀବଜନ୍ତୁମାନଙ୍କ ସୁରକ୍ଷା ସହ ପରିବେଶର ସୁରକ୍ଷା ପାଇଁ ନନ୍ଦନକାନନ ପରିସରରେ ବଣଭୋଜିକୁ ବନ୍ଦ କରାଯାଇ ବଟାନିକାର୍ଲଗାର୍ଡେନରେ ଏହାର ବ୍ୟବସ୍ଥା ହୋଇଛି ।ଏହାସତ୍ୱେ ନନ୍ଦନକାନନର କର୍ମଚାରୀମାନେ ଏହି ନୀୟମକୁ ଭାଙ୍ଗି ନନ୍ଦନକାନନ ପରିସରରେ ଥିବା ଘାସଫାର୍ମରେ ରବିବାରଦିନ ଭୋଜିର ଆସର କରିଥିବାର ଦେଖିବାକୁ ମିଳିଥିଲା ।କେତେଜଣ କର୍ମଚାରୀ ଖାଇଛନ୍ତି ଖବରପାଇଁ ସାମ୍ବାଦିକମାନେ ପହଁଚିଗଲେ ।ତାପରେ ଖାଇବା ବନ୍ଦ ହୋଇଗଲା,ବେକାର […]

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୨୬ ତାରିଖ (ମଙ୍ଗଳବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ତ୍ରୟୋଦଶୀ ସଂ ଘ୬/୨୫ ପର‌୍ୟ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୩/୪୫ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୫୭ ,ମକର ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବାଇଗଣ ସନ୍ଧ୍ୟା ଘ୬/୨୫ ଗତେ ବିରି ଭକ୍ଷଣ ନିଷେଧ । ମେଷ- ଧୈର‌୍ୟ୍ୟର ସହ ଆଶୁ ବିପଦର ମୁକାବିଲା କରିପାରନ୍ତି। ଜିତେନ୍ଦ୍ରିୟ ହେବେ। ପରାକ୍ରମୀ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର‌୍ୟ୍ୟ […]

ବିଶାଳକାୟ ଗଛ ଉପୁଡି ଘର ଉପରେ ପଡିଲା

ମାଲକାନଗିରି,୨୫/୭(ଏସଏସନିଉଜ) ଲଗାଣ ବର୍ଷାରେ ମାଥିଲି ନିକଟସ୍ଥ ଗାଙ୍ଗରାଜଗୁମ୍ମା ଗ୍ରାମରେ ଏକ ବିଶାଳକାୟ ଗଛ ଉପୁଡି ପଡି ପ୍ରଫୁଲ ଆୟାଲଙ୍କ ଘର ଉପରେ ପଡିଯାଇଥିଲା ।ସୈାଭାଗ୍ୟବଶତ ଘରେ ସମସ୍ତେ ଥିଲେ ମଧ୍ୟ କାହାର କୈାଣସି କ୍ଷତି ହୋଇନାହିଁ ।ବିଶାଳକାୟ ଗଛପଡି ପ୍ରଫୁଲଙ୍କ ଘରଟି ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି ।ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘରଉପରେ ପଡିଥିବା ଗଛକୁ କାଟି ଥିଲେ। ଏହି ପରିବାର ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିବା ବେଳେ ତୁରନ୍ତ ସରକାରୀ ସାହାର୍ଯ୍ୟ […]

୬୧ ଲକ୍ଷଟଙ୍କା ଛାଡ଼ କଲେ ସରକାର

ଭୁବନେଶ୍ୱର,୨୫/୭(ଏସ ଏସ ନିଉଜ)କୋଭିଡ ରୋଗୀଙ୍କ ଚିକିତ୍ସା କରୁଥିବା ନବୀ ମୁମ୍ୱାଇ ମହାନଗର ନିଗମର ଡାକ୍ତର ଓ ନର୍ସ ମାନଙ୍କ ମୁମ୍ୱାଇ ସ୍ଥିତ ଓଡ଼ିଶା ଭବନରେ ରହୁଣୀ ବାବଦ ୬୧ ଲକ୍ଷ ୫ ହଜାର ଟଙ୍କା ଦେୟକୁ ଓଡ଼ିଶା ସରକାର ଛାଡ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ଦେୟ ଛାଡ଼ କରାଯାଇଛି। ୨୦୨୧ ଏପ୍ରିଲ୍ ୧୨ ତାରିଖ ଠାରୁ ୨୦୨୧ ନଭେମ୍ବର ୨୭ ପର୍ଯ୍ୟନ୍ତ ଓଡ଼ିଶା ଭବନର ଚତୁର୍ଥ ମହଲାରେ ୮ ଟି […]

ପଥର ମାଫିଆଙ୍କ ନିର୍ଧୁମ ମାଡ଼

ନୀଳଗିରି,୨୫/୭(ଏସ ଏସ ନିଉଜ)ପଥର ମାଫିଆଙ୍କ ଆକ୍ରମଣରେ ଆରଆଇ ଲହୁଲୁହାଣ ହୋଇଛନ୍ତି । ତଦନ୍ତ ପାଇଁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ନିର୍ଧୂମ ମାଡ଼ ହୋଇଛି ।ନୀଳଗିରି ତହସିଲ ବାଘମରା ଗାଁରେ ଆରଆଇଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି ।

ମନ୍ତ୍ରୀଙ୍କୁ ମେଡିକାଲ ଝଟକା

ଭୁବନେଶ୍ୱର,୨୫/୭(ଏସ ଏସ ନିଉଜ)ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଲାଗିଛି ମେଡିକାଲ ଝଟକା ।ପାର୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଲା ଭୁବନେଶ୍ୱର ଏମ୍ସ ।ଭୁବନେଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ କର୍ତ୍ତୃପକ୍ଷଙ୍କ ଏଭଳି ସୂଚନା ଦେଇଛନ୍ତି ।ପାର୍ଥ ଚାଟାର୍ଜୀଙ୍କ ଅବସ୍ଥା ସେମିତି କିଛି ଖରାପ ନାହିଁ, ସେ ଭଲ ଅଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସ କର୍ତ୍ତୃପକ୍ଷ ।