Browsing author

SATYA SANDHANA DESK

କଟକରେ ମାସ୍କ ହେଲା ବାଧ୍ୟତାମୂଳକ।

କଟକ,୨/୭(ଏସ ଏସ ନିଉଜ)ଭୁବନେଶ୍ୱର ପରେ କଟକରେ ମାସ୍କ ହେଲା ବାଧ୍ୟତାମୂଳକ। କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍‌ସି ।କୋଭିଡ଼ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ା କଲା ପ୍ରଶାସନ ।କଟକରେ ରହୁଥିବା ଲୋକ, କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବାକୁ କୁହାଯାଇଛି ।

୨ ଲକ୍ଷ କୋଟିର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨/୭(ଏସ ଏସ ନିଉଜ)ଚଳିତ ରାଜ୍ୟ ବଜେଟ ୨ ଲକ୍ଷ କୋଟି ଟଙ୍କା କୁ ବୃଦ୍ଧି ପାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେ ଉପସ୍ଥାପନ କରିଛନ୍ତି । ଗତ ୨୨ ବର୍ଷରେ ବଜେଟର ପରିମାଣ ୧୭ ଗୁଣ ବୃଦ୍ଧି ପାଇଥିବା ଅର୍ଥମନ୍ତ୍ରୀ ଅବଗତ କରାଇଛନ୍ତି । ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ବ୍ୟୟ ବରାଦର ଗୁଣବତ୍ତାରେ ଆସିଥିିବା ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା କୁହାଯାଇଛି । ଚଳିତ ଆର୍ଥିକ ବର୍ଷରେ […]

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ପ୍ରାର୍ଥୀନୀ

ପୁରୀ,୨/୭(ଏସଏସନିଉଜ) ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଚାର କାର୍ୟ୍ୟ ଆରମ୍ଭ କଲେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦୌପଦୀ ମୁର୍ମୁ । ପାଖାପାଖି ଅଧଘଣ୍ଟା ଧରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ପରେ ବେଢା ପରିକ୍ରମା କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀନୀ। ଏଥିସହ ଜଗନ୍ନାଥ ମନ୍ଦିରର ପରିଚାଳନା ସମ୍ପାଦକ ରବୀଦ୍ର ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ମୁର୍ମୁ।

ପୁଣି ଭାଙ୍ଗିଲେ ଚୁଲି

ପୁରୀ,୨/୭(ଏସଏସନିଉଜ) ଭାଙ୍ଗିଲା ଗୁଣ୍ଡିଚାମନ୍ଦିର ରୋଷଘର ଚୂଲି । କୋଠଭୋଗ ଚୂଲିକୁ ଛାଡ଼ି ୨୦ ରୁ ଅଧିକ ଚୂଲିକୁ ଭାଙ୍ଗିଦେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଆଡ଼ପ ଅବଢ଼ା ପାଇଁ ୫ ଦିନ ତଳେ ପ୍ରସ୍ତୁତ ହୋଇଥିଲା ଚୁଲି । ଗୁଣ୍ଡିଚା ମନ୍ଦିରରେ ରହିଥିବା ମୋଟ ୭୫୨ଟି ଚୁଲିରୁ ପ୍ରାୟ ୨୦ଟି ଚୁଲି କେହି ଭାଙ୍ଗି ଦେଇଛି ଦୁର୍ବୁତ ।

ଗ୍ରାହକ ସାଜି ମାଡ଼ି ବସିଲେ

ଉମରକୋଟ, ୨/୭ (ଏସଏସନିଉଜ) ବିକ୍ରି ପାଇଁ ଡିଲ୍ ବେଳେ କଲରାପତରିଆ ବାଘଛାଲ ଜବତ ହୋଇଛି । ଉମରକୋଟ ସେମଳା ନିକଟରେ ବନବିଭାଗ ଏହାକୁ ଜବତ କରିବା ସହ ଜଣଙ୍କୁ ମଧ୍ୟ ଗିରଫ କରିଛି ।ତେବେ ଗ୍ରାହକ ବେଶରେ କିଣିବାକୁ ଆସି ବନ କର୍ମଚାରୀମାନେ ବାଘଛାଲ ବିକ୍ରେତାକୁ ମାଡ଼ି ବସିଥିଲେ ।    

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର ,୨/୭(ଏସଏସନିଉଜ) ୪ ତାରିଖରୁ ରାଜ୍ୟର ଉତ୍ତର ଓଡ଼ିଶା ଓ ତତ୍‌ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଗାମୀ ୮ ଦିନ ପର‌୍ୟ୍ୟନ୍ତ ବର୍ଷା ଲାଗି ରହିବ । ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ସମ୍ପର୍କରେ ଏବେ ଠାରୁ କିଛି ସଠିକ୍ ଆକଳନ କରାଯାଇ ନଥିବାବେଳେ ଦିନେ ଦୁଇ ଦିନ ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ପାଣିପାଗ ବିଭାଗ କହିଛି । ଯଦି ଏହି […]

ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ

ଭୁବନେଶ୍ୱର, ୨/୭(ଏସଏସନିଉଜ) ରାଜ୍ୟର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରୁଛନ୍ତି । ଚଳିତ ମୌସୁମୀ ଅଧିବେଶନରେ ମୋଟ୨୪ଟି କାର‌୍ୟ୍ୟଦିବସ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି । ଦିବଗନ୍ତ ବିଧାୟକ ସୁରେନ୍ଦ୍ର କଅଁରଙ୍କ ପାଇଁ ଆଜିର ଅଧିବେଶନ ଆରମ୍ଭରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିରୋଧୀ ବିଜେପି ଏବଂ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି […]

ଜିପ୍ଓଲଟି ୨ ବନକର୍ମଚାରୀ ଗୁରୁତର

ବାରିପଦା,୨/୭(ଏସ ଏସ ନିଉଜ) ବନବିଭାଗର ପାଟ୍ରୋଲିଂ ଜିପ୍ ଓଲଟି ୨ଜଣ ଗୁରୁତର ଆହତ ହୋଇଛନ୍ତି ।ବେତନଟୀ ରେଞ୍ଜ୍ ମଶିଣାକାଟି ନିକଟରେ ଭାରସାମ୍ୟ ହରାଇ ଜିପ୍ ଟି ଓଲଟି ପଡିଥିଲା ।ହାତୀ ଅନୁଧ୍ୟାନ ପାଇଁ ୬ଜଣ କର୍ମଚାରୀ ଯାଇଥିବା ବେଳେ ଦୁର୍ଘଟଣା ଘଟିଥିଲା ।୨ ଗୁରୁତର ବନ କର୍ମଚାରୀ ପିଆର୍‌ଏମ୍ ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ମୁଣ୍ଡଳୀସେତୁ ଉପରେ ଥୁଆ ହୋଇଛି ବୁଲେଟ

ବାରଙ୍ଗ,୨/୭(ଏସ ଏସ ନିଉଜ) ମୁଣ୍ଡଳୀ ସେତୁ ଉପରେ କେହି ଜଣେ ବ୍ୟକ୍ତି OD06 A 3598 ନମ୍ବର ବୁଲେଟ ଗାଡ଼ି ରଖି ମହାନଦୀ କୁ ଡେଇଁ ଆତ୍ମହତ୍ୟା କରିଥିବା ମହାନଦୀ ରେ ମାଛ ମାରୁଥିବା ମତ୍ସଜୀବୀ ମାନେ କହୁଛନ୍ତି ।ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ଖବର ପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି

ଜନ୍ମବେଦୀକୁ ଗଲେ ମହାପ୍ରଭୁ

ପୁରୀ,୧/୭(ଏସ ଏସ ନିଉଜ)ଲକ୍ଷାଧିକ ଭକ୍ତଙ୍କ ମଧ୍ୟରେ ଶରଧାବାଲିରେ ଲାଗିଲା ୩ ରଥ ।ଭାବବିହ୍ୱଳ ହୋଇଯାଇଥିଲେ ଭକ୍ତ।ଭାଇ ଓ ଭଉଣୀଙ୍କୁ ସାଥିରେ ଧରି ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଲେ ମହାପ୍ରଭୁ । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିଥିଲା ।ଦୀର୍ଘ ଦୁଇ ବର୍ଷ ପରେ ସ୍ୱଚକ୍ଷୁରେ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ଆସିଥିବାରୁ ବଡ ଦାଣ୍ଡରେ ପ୍ରବଳ […]