ଜନ୍ମବେଦୀକୁ ଗଲେ ମହାପ୍ରଭୁ

ପୁରୀ,୧/୭(ଏସ ଏସ ନିଉଜ)ଲକ୍ଷାଧିକ ଭକ୍ତଙ୍କ ମଧ୍ୟରେ ଶରଧାବାଲିରେ ଲାଗିଲା ୩ ରଥ ।ଭାବବିହ୍ୱଳ ହୋଇଯାଇଥିଲେ ଭକ୍ତ।ଭାଇ ଓ ଭଉଣୀଙ୍କୁ ସାଥିରେ ଧରି ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଲେ ମହାପ୍ରଭୁ । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚିଥିଲା ।ଦୀର୍ଘ ଦୁଇ ବର୍ଷ ପରେ ସ୍ୱଚକ୍ଷୁରେ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ଆସିଥିବାରୁ ବଡ ଦାଣ୍ଡରେ ପ୍ରବଳ ଭକ୍ତ ସମାଗମ ହୋଇଥିଲା ।ଭାବର ଠାକୁର କାଳିଆ ସାଆନ୍ତଙ୍କୁ ଟିକିଏ ଦର୍ଶନ କରିବା ପାଇଁ ରାଜ୍ୟ ଭିତରୁ ଓ ବାହାରୁ ଆସିଛନ୍ତି ବହୁ ଭକ୍ତ ।

Comments (0)
Add Comment