Browsing author

SATYA SANDHANA DESK

ଆସାମ ଗଲେ ୪ ଏନଡିଆରଏଫ ଟିମ

ବାରଙ୍ଗ,୨୧/୬(ଏସ ଏସ ନିଉଜ) ଆସାମରେ ଜଟିଳ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ବାରଙ୍ଗ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ୩ୟ ବାହିନୀର ୪ଟି ଟିମ ମଙ୍ଗଳବାର ସକାଳେ ଆସାମ ଗସ୍ତରେ ବାହାରିଛନ୍ତି।କମାଣ୍ଡର ଅରୁଣ ଦେଓଗାମଙ୍କ ନେତୃତ୍ବରେ ଏହି ୪ଟି ଟିମ ଭୁବନେଶ୍ୱର ବିମାନବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ଆସାମର ସିଲଚର ବିମାନ ବନ୍ଦରରେ ଯାଇ ପହଞ୍ଚିବେ।ସେଠାରୁ ସେମାନେ ବନ୍ୟାପ୍ରପିଡ଼ିତ ଲୋକଙ୍କୁ ଉଦ୍ଧର କରିବା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ଜଣାପଡିଛି ।(ଗୌତମ ରାଉତଙ୍କ ରିପୋର୍ଟ)

ଆଜିର ରାଶିଫଳ

ଜୁନ ମାସ ୨୨ ତାରିଖ (ବୁଧବାର) ୨୦୨୨,ଆଷାଢ଼ ମାସ -କୃଷ୍ଣପକ୍ଷ,ତିଥି- ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୧୧/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୧୨, କର୍କଟ ରାଶି ର ଘାତବାର,ଧନୁ ରାଶିର ଘାତଚନ୍ଦ୍ର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ଓ କଳମ ଶାଗ ଭକ୍ଷଣ ନିଷେଧ। 🐏ମେଷ-ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ। ମାନସିକ ରୂପରେ ଅଣନିଶ୍ୱାସୀ ହେବାର କାରଣରୁ କୌଣସି କାର୍ଯ୍ୟରେ ଆପଣଙ୍କ ମନ ନ ଲାଗିପାରେ। ସ୍ଵାସ୍ଥ୍ୟ ମଧ୍ୟ କିଛିମାତ୍ରାରେ ଭଲ-ଖରାପ ରହିବ। କୌଣସି ଧାର୍ମିକ […]

ଚାଲିଗଲା ଅସୁସ୍ଥ ହାତୀର ଜୀବନ

ସମ୍ବଲପୁର,୨୧/୬(ଏସ ଏସ ନିଉଜ) ପୋଖରୀରେ ଫସିଥିବା ଅସୁସ୍ଥ ହାତୀମୃତ୍ୟୁ ବରଣ କରିଛି ।ସାପଲହରା ସ୍ଥିତ ଏକ ପୋଖରୀରେ ହାତୀଟି ଫସିଯାଇଥିଲା ।ଗୁରୁବାର ରାତିରୁ ପାଣି ପିଇବାକୁ ଯାଇ ପୋଖରୀରେ ଫସିଥିଲା ।ଶରୀରରେ ଗଭୀର କ୍ଷତ ହୋଇଥିବାରୁ ପାଣି ଭିତରେ ପଡିରହିବା ସହ ତାର ଚିକିତ୍ସା ଚାଲିଥିଲା ।

ଚାକିରିଆଙ୍କ ପାଇଁ ବଡ ଖବର

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପାଇଁ ଜୁଲାଇ ୧ରୁ ଲଗୁହେବ ନୂଆ ଲେବର କୋଡ ।ନୂଆ ଲେବର କୋଡ ପରେ କର୍ମଚାରୀଙ୍କ ଦରମା, ସାମାଜିକ ସୁରକ୍ଷା ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ଆସିବ । ପେନସନ୍, ଗ୍ରାଚ୍ୟୁଇଟି, ଶ୍ରମ କଲ୍ୟାଣ, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତିରେ ପରିବର୍ତ୍ତନ ଆସିବ ।ଟେକ୍ ହୋମ୍ ଦରମା ହ୍ରାସ ପାଇବ ଏବଂ ପିଏଫ୍ ଅବଦାନ ବୃଦ୍ଧି ପାଇବ । ଏହା ସହ ଆପଣଙ୍କ କାମ ସମୟ ବଦଳିପାରେ । ଛୁଟିଦିନରେ ପରିବର୍ତ୍ତନ […]

ଏଥର ରଥ ଉପରେ ସେଲଫି ମନା 

ପୁରୀ,୨୧/୬(ଏସ ଏସ ନିଉଜ)ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପରିଚାଳନା କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଉଛି ।ଆସନ୍ତା ଜୁଲାଇ ୧ ରେ ମହାପ୍ରଭୁଙ୍କ ହେବ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ।ରଥ ଉପରେ ସେଲଫି ନେବାକୁ ବାରଣ କରାଯାଉଛି ।ରଥଯାତ୍ରା ସମୟରେ ସେବାୟତ ମାନଙ୍କର ସୁବିଧାରେ ଗମନାଗମନ ପାଇଁ ହେବ ପାସ୍ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।

ବିଜେଡିରେ ମିଶିଲେ ମିନତୀ ପଟ୍ଟନାୟକ

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)ବିଜେଡିରେ ମିଶିଲେ ମିନତୀ ପଟ୍ଟନାୟକ ।ରିକ୍ସା ଚାଳକଙ୍କୁ କୋଟିଏ ଟଙ୍କାର ସମ୍ପତ୍ତି ଦେଇ ଚର୍ଚ୍ଚାରେ ରହିଥିବା କଟକର ମିନତୀ ପଟ୍ଟନାୟକ ବିଧିବଦ୍ଧ ଭାବେବିଜେଡିରେ ମିଶିଛନ୍ତି ।ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ।

ସଂକଟରେ ମହାରାଷ୍ଟ୍ର ସରକାର !

ଭୁବନେଶ୍ୱର,୨୧/୬(ଏସ ଏସ ନିଉଜ)ମହାରାଷ୍ଟ୍ର ସରକାରରେ ସଂକଟଦେଖାଦେଇଛି । ୧୦ରୁ ୧୨ ବିଧାୟକ ମିଳୁ ନାହାନ୍ତି । ୧୦ରୁ ୧୨ ଜଣ ଶିବସେନା ବିଧାୟକଙ୍କ ପତ୍ତା ମିଳୁନାହିଁ । ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହକୁ ଓହ୍ଲାଇଥିବା ସୂଚନା ମିଳିଛି ।ସେଥିପାଇଁ ଆଜି ଜରୁରୀ ବୈଠକ ଡାକୁଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ।

ଆଜିର ରାଶିଫଳ

ଜୁନ ମାସ ୨୧ ତାରିଖ ୨୦୨୨ ମସିହା(ମଙ୍ଗଳବାର) ଆଷାଢ଼ -କୃଷ୍ଣପକ୍ଷ,ତିଥି- ଅଷ୍ଟମୀ ରାତ୍ରି ଘ୦୮/୫୨ ପର୍ଯ୍ୟନ୍ତ ତଦନ୍ତେନବମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୦୯,ଧନୁ ରାଶିର ଘାତଚନ୍ଦ୍ର,ମକର ରାଶିରଘାତବାର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡିଆ ଭକ୍ଷଣ ନିଷେଧ। ମେଷ👉: ଆଜି ଦିନଟି ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ👉 […]

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ 

ଭୁବନେଶ୍ବର, ୨୦/୬(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଯୋଗାଣ ଅଧିକାରୀଙ୍କ ଛତ୍ରପୁରରେ ଥିବା ଦ୍ବିମହଲା ଘର, ଛତ୍ରପୁରର ରାମ ନଗରରେ ଅବସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ବ୍ରହ୍ମପୁରର ଖାରବେଳ ନଗରରେ ଅବସ୍ଥିତ ଦୁଇମହଲା କୋଠା, ରାଜଧାନୀର ଚନ୍ଦ୍ରଶେଖର ପୁରଠାରେ ତାଙ୍କ ପୁଅ ସୌମ୍ୟରଂଜନ ବେହେରା ରହୁଥିବା ମା ରେସିଡେନ୍ସି ଓୟେ ହୋଟେଲ ଓ ବାଲେଶ୍ବର ଅଙ୍ଗରାଗଡିଆରେ ଅବସ୍ଥିତ ତାଙ୍କ ବଡ଼ […]

ଦାଉ ସାଜିଛି ଝାରଖଣ୍ଡୀ ହାତୀ

ମୟୂରଭଞ୍ଜ,୨୦/୬(ଏସଏସନିଉଜ)ଗତକିଛିଦିନ ହେବ ସାରସକଣା ଅଞ୍ଚଳରେ ଝାରଖଣ୍ଡୀ ହାତୀପଲ ଉପ୍ତାତ ଆରମ୍ଭ କରିଛନ୍ତି ।ସେମାନଙ୍କ ଉପଦ୍ରବରେ ଅଂଚଳବାସୀ ଅତିଷ୍ଟ ହୋଇପଡିଲେଣି । ରବିବାର ସନ୍ଧ୍ୟା ସମୟରେ ଗାଁ ହାଟରୁ ସଉଦା କରି ଫେରୁଥିବା ବେଳେ ୭୦ ଟିକିଆ ହାତୀପଲ ସହିତ ମୁହାଁମୁହିଁ ହେବାରୁ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ଦିଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା ।ସେହିଭଳିଭାବେ ଫୁଲମଣି ମୁଣ୍ଡା ଖାଇ ସାରି ଶୋଇଥିବା ସମୟରେ ହାତୀ ଘର ଭାଙ୍ଗିଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ।ହାତିପଲ୍ଲକୁ ଘଉଡାଇବାପାଇଁ ବନବିଭାଗ […]