Browsing author

SATYA SANDHANA DESK

ବାଣ ଭିଡୁଥିବାବେଳେ ହେଲା ବିସ୍ଫୋରଣ- ୧ ମୃତ, ୨ଗୁରୁତର

ଗଞ୍ଜାମ ,୨୭ା୧୦(ଏସଏସନିଉଜ) ବେଗୁନିଆପଡ଼ାଥାନା ଜଗତସାହିରେ ବାଣ ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୀପାବଳିପାଇଁ ବାଣ ଭିଡୁଥିବାବେଳେ ଏହି ବିସ୍ଫୋରଣ ଘଟିଥିବାର ଜଣାପଡିଛି ।ଏହି ବିସ୍ପୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତରଙ୍କୁ କୋଦଳା ଓ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ରାତିରେ ମିଳିଲା ମୃତଦେହ

ବୁଗୁଡା,୨୭ା୧୦(ଏସଏସନିଉଜ) ପୂର୍ବଶତ୍ରୁତାକୁ କେନ୍ଦ୍ରକରି କରଚୁଲିଗ୍ରାମର ସୁଶାନ୍ତପାତ୍ର ନାମକ ତେଜରାତି ଦୋକାନୀକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି ।ପୋଲିସ ଏନେଇ ଏକ ହତ୍ୟାମାମଲା ରୁଜୁକରି ୩ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି । କିରିଆମ୍ବା ଗ୍ରାମରେ ରାସନ ଦୋକାନ କରିଥିବା ସୁଶାନ୍ତ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ରହୁଥିବା ଝିଅରୁପାଲିକୁ ଫୋନକରି କିରିଆମ୍ବା ଗ୍ରାମର ପଦ୍ମନାଭ , ବାସୁ ଓ ବଡତଣ୍ଡା ଗ୍ରାମର ରଞ୍ଜିତ ମୋତେ ସବୁବେଳେ ମାରିଦେବି ବୋଲି କହୁଛନ୍ତି । […]

ଗୋଦାମ ଘରେ ଲାଗିଲା ନିଆଁ

କଳାହାଣ୍ଡି,୨୭ା୧୦(ଏସଏସନିଉଜ) ଭବାନୀପାଟଣାବ୍ଲକ ବୋର୍ଡ଼ାରେ ଥିବା ଜୈନ ଟ୍ରେଡର୍ସ ମାଲିକ ମନୋଜ ଜୈନଙ୍କ ଘରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗି ତିନିବଖରା ଘର ସମ୍ପୂର୍ଣ୍ଣ ଜଳିଯିବାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି । ଶୁକ୍ରବାର ଦିନ ଦ୍ୱିହିପହର ସମୟରେ ଉପର ମହଲାରେ ଥିବା ଗୋଦାମ ଘରେ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବାର ସ୍ଥାନୀୟ ଲୋକଦେଖିବାକୁ ପାଇଥିଲେ ।ଗ୍ରାମବାସୀ ଓ ଅଗ୍ନିଶମ ବିଭାଗର ଉଭୟଙ୍କ ପ୍ରଚେଷ୍ଟାରେ ନିଆଁକୁ ଆୟତ୍ତ କରାଯାଇଥିଲା।

ବନ୍ଦଘରୁ ମିଳିଲା ଆରଆଇଙ୍କ ଗଳିତଶବ

କୋରାପୁଟ ,୨୭ା୧୦(ଏସଏସନିଉଜ) ବୈପାରିଗୁଡାବ୍ଲକ କାର‌୍ୟ୍ୟାଳୟରେ ରାଜସ୍ୱ ସହାୟିକା ରୂପେ କାର‌୍ୟ୍ୟ କରୁଥିବା ସନ୍ଧ୍ୟାରାଣୀ ନାୟକ ନାମକ ଯୁବତୀଙ୍କ ଗଳିତମୃତଦେହ ବନ୍ଦଘରୁ ଉଦ୍ଧାର ହୋଇଛି ।ଆଜି ବ୍ଲକସ୍ଥିତ ଷ୍ଟାଫ୍ କ୍ବାଟରରୁ ଦୁର୍ଗନ୍ଧ ବାହାରିବାପରେ ସନ୍ଦେହ ହେବାରୁ ଖବରପାଇ ପୁଲିସ ଆସିଥିଲା ।ପୁଲିସ କବାଟଭାଙ୍ଗି ଭିତରକୁପଶିବାରୁ ଫ୍ୟାନରେ ସନ୍ଧ୍ୟାରାଣୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ତେବେ ସପ୍ତାହକପୂର୍ବରୁ ଆତ୍ମହତ୍ୟା କରିଥିବାରଶବର ପାରିପାର୍ଶ୍ୱିକ ଅବସ୍ଥାଦେଖିବା ପରେ ପୋଲିସ ସନ୍ଦେହ କରିଛି ।ପୁଲିସ ଶବଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । […]

ହାତୀ ନେଲା ଦୁଇଜଣଙ୍କର ଜୀବନ

ଗଞ୍ଜାମ,୨୭ା୧୦(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ଉତ୍ତରଘୁମୁସର ବନଖଣ୍ଡଅଧୀନ ମୁଜାଗଡ଼ବନାଞ୍ଚଳର ଗୁଣ୍ଡୁରିବାଡ଼ିଗ୍ରାମରେ ହାତୀପଲ ହାବୁଡ଼ରେ ପଡ଼ି ଟୁନା ଗୌଡ଼ ନାମକ ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ଗତକାଲି ରାତିରେ ଟୁନା ଓ ଗ୍ରାମର କିଛିଲୋକ ଡାଳଖାଇ ପଦରମାଳ ନିକଟରେ ଜମିକୁ ଧାନଫସଲ ଜଗିବାକୁ ଯାଉଥିବାବେଳେ ହଠାତ୍ ୧୭ ଟିକିଆ ହାତୀପଲ ହାବୁଡରେ ପଡିଯାଇଥିଲେ ।ଅନ୍ୟମାନେ କୈାଶଳକ୍ରମେ ଖସିଯାଇଥିବା ବେଳେ ଟୁନା ତଳେ ପଡ଼ିଯିବାରୁ ହାତୀପଲ ଟୁନାକୁ କଚାଡି ଦେଇମାରିଦେଇଥିଲେ । ତେବେ ଖବରପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ହାତୀପଲକୁ ଘଉଡ଼ାଇବା […]

ଅଶାନ୍ତ ପଦ୍ମକେଶରପୁରରେ ୧୪୪ଧାରା ଜାରି

ଚନ୍ଦ୍ରଶେଖରପୁର.୨୭ା୧୦(ଏସଏସନିଉଜ) ପୁଣି ଥରେ ପଟିଆ ପଦ୍ମକେଶରପୁରରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଗାଁର ଦୁଇ ୱାର୍ଡ ମଧ୍ୟରେ ଗଣ୍ଡଗୋଳ ଘଟିପଥର ମାଡ଼ ସହ ବୋତଲ ମାଡ ମଧ୍ୟ ହୋଇଛି ।କେବଳ ଏତିକିନୁହେଁ ବଟଲ ଉଡିବା ସହ ଓ ଫୁଟିଛି ବୋମାା ଏଥିରେ ଉଭୟ ପକ୍ଷରୁ ବହୁ ଲୋକ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଚିକିତ୍ସାଧୀନ ଥିବାର ଜଣାପଡିଛି ।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପୁଣିଥରେ ଦ୍ୱିତିୟଥରପାଇଁ ପଦ୍ମକେଶରପୁର ଅଶାନ୍ତ ହୋଇପଡିଥିବାବେଳେ ଉତେଜନା ଦେଖାଦେଇଛି ।ଉତ୍ତେଜନାକୁ ଦେଖି […]

ନନ୍ଦନକାନନ ଗିବନ ସାଲବିନ ଆହାତ

ବାରଙ୍ଗ୨୬।୧୦(ଏସଏସନିଉଜ) ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଗିବନ ଅସୁସ୍ଥ ହୋଇଛି । ଏହି ଖବର ଶୁଣିବା ପରେ ମନକୁ ଟିକେ ଝଟକା ଲାଗିବ ନିଶ୍ଚିତ ।କାରଣ ଦିନ କେଇଟା ହୋଇନି ଏଠାକୁ ଆସିଥିବା ମାଇ ଗିବନ ଅସୁସ୍ଥ ହୋଇପଡ଼ିଲାଣି। ଖାଦ୍ୟ ଅଭାବ ଏହାର ପ୍ରମୁଖ କାରଣ ହୋଇଥିବା ଚର୍ଚ୍ଚା ଜୋର୍ ଧରିଥିବା ବେଳେ କର୍ତ୍ତୁପକ୍ଷ ମୁହଁ ଖୋଲିବାକୁ ନାରାଜ । ପ୍ରକାଶଯେ, ଚଳିତମାସ ୧୮ତାରିଖରେ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ନୂତନ ଏନକ୍ଲୋଜର ଉଦଘାଟନ କରିବା ପରେ ଜୁଲାଇ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୨୭ତାରିଖ ଶୁକ୍ର ବାର।ଶିବଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା ,ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା।ସୁର୍ଯ୍ୟୋଦୟ- ଘ୫/୪୯/୫,ସୂର୍ଯ୍ୟାସ୍ତ- ଘ୫/୧୨ /୧୧, ଆଶ୍ବିନ ମାସ,ଶୁକ୍ଳପକ୍ଷ,ଭୃଗୁବାସ,ତିଥି- ତ୍ରୟୋଦଶୀ ଦିବା ଘ୭/୫ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ କ୍ଷୟ ରାତ୍ରି ଘ୪/୧୯ମି ପର୍ଯ୍ୟନ୍ତ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୭/୫ମି ପରେ ପଶ୍ଚିମ ଦିଗରେ ଏବଂ ରାତ୍ରି ଘ୪/୧୯ମିପରେ ବାୟବ୍ୟକୋଣରେ। ତ୍ର୍ୟହସ୍ପର୍ଶ ତିଥି ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ, ଘାତ ଚନ୍ଦ୍ର–ଧନୁରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନ ରାଶିର […]

ଜାନୁୟାରୀ୫ରେ ଚୂଡ଼ାନ୍ତ ଭୋଟରତାଲିକା

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ)୨୦୨୪ରେ ଆଗାମୀ ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛିାସ୍ୱୀକୃତିପ୍ରାପ୍ତ ରାଜନୖତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଆୟୋଜିତ ସର୍ବଦଳୀୟ ବୈଠକରେ ମୁଖ୍ୟନିର୍ବାଚନଅଧିକାରୀ ନିକୁଞ୍ଜଧଳ ଅଧ୍ୟକ୍ଷତା କରିଥିଲେ ।ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ ହୋଥିବାବେଳେ ୨୭ରେ ଚିଠାଭୋଟର୍ ତାଲିକା ଓ ଜାନୁୟାରୀ ୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାସ ପାଇବାକୁ ଯାଉଛି ।  

କୌଣସି ଆନ୍ଦୋଳନ ହେବନି

ଭୁବନେଶ୍ୱର,୨୬ା୧୦(ଏସଏସନିଉଜ)ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ଶେଷହୋଇଛି । ଆଲୋଚନାପରେ ପରିବହନମନ୍ତ୍ରୀ ଟୁକୁନିସାହୁ କହିଲେ ବସ୍ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ । ବସ୍ ମାଲିକ ଓ ସରକାରଙ୍କ ଲକ୍ଷ୍ୟ ସମାନ ରହଛି । ପରିବହନ ସେବା ଯୋଗାଇବା ବସ୍ ମାଲିକଙ୍କୁ ଯେଭଳି ଅସୁବିଧା ନହେବ ସେଥିପ୍ରତି ବି ଦୃଷ୍ଟି ଦିଆଯିବ । କୌଣସି ଆନ୍ଦୋଳନ କରାଯିବନି, ଆଲୋଚନାରେ ସମାଧାନ ହେବ । ଯେଉଁଠି ବସ୍ […]