ଫେବୃଆରୀମାସ ୦୭ତାରିଖ ୨୦୨୬ ମସିହା (ଶନିବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି-ଷଷ୍ଠୀ ରାତ୍ରିଘ ୦୨/୩୯ ଗତେ ସପ୍ତମୀ,ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୨/୫୭ଗତେ ସ୍ଵାତୀ, ସୁର୍ୟୋଦୟ-ପ୍ରାତଃଘ୦୬/୨୪/୧୫,
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୮/୫୫,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୨/୩୯ ଗତେ ବାୟବ୍ୟେ,ବୃଷରାଶିରଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ରାତ୍ରି ଘ ୦୨/୩୯ ଗତେ ଦ୍ଵି ପାଦ ପୁସ୍କରଦୋଷ,କାଳବେଳା-ଦିବା ଘ୦୭/୫୦ମଧ୍ୟେ ଓ ଦିବା ଘ୦୪/୧୪ ଗତେ ଘ୦୫/୨୮ମଧ୍ୟେ,ବାରବେଳା-ଦିବା ଘ୦୧/୨୬ ଗତେ ଘ୦୨/୫୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୧୦/୨୭ ଗତେ ଘ୦୧/୨୫ମଧ୍ୟେ ଓ ରାତ୍ରି ଘ୦୮/୦୦ଗତେ ଘ୧୦/୨୫ ମଧ୍ୟେ ଓ ରାତ୍ରି ଘ୧୨/୦୦ ଗତେ ଘ୧୨/୩୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତୀ,
ଅଦ୍ୟ ନିମ୍ବ ଭକ୍ଷଣ ନିଷେଧ।
ମେଷ🐐-ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।
ବୃଷ🐂-ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ,ବନ୍ଧୁସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।
ମିଥୁନ👫-ସରକାରୀ ସାହାଯ୍ୟ, ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।
କର୍କଟ🦀-ଲାଗିରହିଥିବା ଟେନସନ୍ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ। ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।
ସିଂହ🦁-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।
କନ୍ୟା👩-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।
ତୁଳା⚖️-ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।
ବିଛା🦂-ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।
ଧନୁ🏹-ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।
ମକର🐊-ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।
କୁମ୍ଭ🍯-ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।
ମୀନ🐳-ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।
ଏହି ଦିଗକୁ ଗୋଡ଼ କରି ଶୋଇଲେ ହେବେ ବରବାଦ!
ରାତିରେ ଶୋଇବା ସମୟରେ କିଛି ବ୍ୟକ୍ତି ଏଭଳି କାର୍ଯ୍ୟ କରିଥାନ୍ତି ଯାହା ଅନୁଚିତ ଏବଂ ଏପରି କରିବା ଦ୍ୱାରା ଧନର ହାନି ହୋଇଥାଏ ଓ ଦାରିଦ୍ର୍ୟତା ଆସିଥାଏ।ଆଜି ଜାଣିବା ରାତିରେ ଶୋଇବା ସମୟରେ କରିବା ଦ୍ଵାରା ଦାରିଦ୍ର୍ୟତାର ଶିକାର ହେବାକୁ ପଡ଼େ।
୧.କେବେବି ରାତିରେ ଶୋଇବା ସମୟରେ ପୁସ୍ତକକୁ ନିଜ ମୁହଁ ଉପରେ ବା ମୁଣ୍ଡତଳେ ରଖନ୍ତୁନାହଁ। ପୁସ୍ତକକୁ ମୁହଁ ଉପରେ ରଖିବାଦ୍ୱାରା ବିଦ୍ୟାଦେବୀ ମାତା ସରସ୍ୱତୀଙ୍କ ଅପମାନ ହୋଇଥାଏ। ତେଣୁ ପୁସ୍ତକକୁ ସର୍ବଦା ଉଚିତସ୍ଥାନରେ ରଖନ୍ତୁ।ନଚେତ ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ପଡ଼ିଥାଏ ଏବଂ ଧନସମ୍ପତ୍ତି ମଧ୍ୟ ହାନୀ ହୋଇଥାଏ।ଏହା ସହିତ ଯଦି ପୁସ୍ତକକୁ ମୁଣ୍ଡତଳେ ରଖି ଆପଣ ଶୋଇ ଥାନ୍ତି ତେବେ ଆପଣଙ୍କୁ କେବେବି ଆପଣଙ୍କ ମନପସନ୍ଦର କ୍ୟାରିଅର ହାସଲ ହୋଇନଥାଏ।
୨.ରାତିରେ ଶୋଇବା ସମୟରେ କେବେବି ପ୍ରବେଶ ଦ୍ୱାର ଆଡ଼କୁ ଗୋଡ଼କରି ଶୁଅନ୍ତୁ ନାହିଁ। ଯେଉଁ ଦ୍ୱାରରେ ପ୍ରବେଶ କରିଥାନ୍ତି ସେହି ଦ୍ୱାର ସମ୍ମୁଖରେ ଗୋଡ଼ ରଖି ଶୋଇବାଦ୍ଵାରା ମାତାଲକ୍ଷ୍ମୀଙ୍କ ଅପମାନ ହୋଇଥାଏ ଏବଂ ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଯାହାଦ୍ୱାରା ଆପଣ ଲକ୍ଷ୍ମୀ ଛଡ଼ା ହୋଇଥାନ୍ତି ଏବଂ ଆପଣଙ୍କ ଘରେ ଆର୍ଥିକସମସ୍ୟା ଉତ୍ପନ୍ନ ହୋଇଥାଏ।
୩.ଯେଉଁବ୍ୟକ୍ତି ବହୁତଦିନ ଧରି କୌଣସି ରୋଗରେ ପୀଡ଼ିତ ଅଛନ୍ତି, ସେହିବ୍ୟକ୍ତି ସର୍ବଦା ଦକ୍ଷିଣପଶ୍ଚିମ ଦିଗ ଆଡ଼େ ମୁହଁକରି ଶୋଇବା ଉଚିତ।ଏହା ସହିତ ଇସାନ କୋଣ ରେ ଶୀତଳଜଳ ରଖିବା ଦ୍ଵାରା ରୋଗୀ ଶୀଘ୍ର ଭଲ ହୋଇଥାଏ।
୪.କେବେବି ରାତିରେ ଶୋଇବା ସମୟରେ ନିଜ ମୁଣ୍ଡପାଖରେ ବା ମୁଣ୍ଡତଳେ ଘଡ଼ି ରଖି ଶୁଅନ୍ତୁନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ଏବଂ ଏହାଦ୍ବାରା ଆପଣଙ୍କ ଦୁଃଖ ଏବଂ ଚିନ୍ତା ବଢିଯାଇଥାଏ।
୫.ରାତିରେ ଶୋଇବା ସମୟରେ ସର୍ବଦା ନିଜମୁହଁକୁ ଦକ୍ଷିଣଦିଗରେ ଏବଂ ଗୋଡ଼କୁ ପଶ୍ଚିମଦିଗ ଆଡ଼କୁ କରି ଶୋଇବାଦ୍ଵାରା ଗଭୀର ନିଦ୍ରା ର ଆନନ୍ଦ ପ୍ରାପ୍ତ ହୋଇଥାଏ।
୬.ଶୋଇବାଘରେ କେବେବି ଠାକୁର ଙ୍କ ଫଟୋ ବା ମୂର୍ତ୍ତି ରଖିବା ଉଚିତ ନୁହେଁ। ଏହାସହିତ କୌଣସି ମୃତ ବ୍ୟକ୍ତିର ଫଟୋ ମଧ୍ୟ ଶୋଇବା ଘରେ ରଖନ୍ତୁନାହିଁ। ଏହା ଆପଣଙ୍କ ଉନ୍ନତିରେ ବାଧା ସୃଷ୍ଟି କରିଥାଏ।
୭.ଶୋଇବା ଘରେ କେବେବି ଖଟ ବା ପଲଙ୍କଙ୍କୁ କାନ୍ଥରେ ଆଉଜି ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ପତି ଏବଂ ପତ୍ନୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!