Browsing author

SATYA SANDHANA DESK

ଚାଷଜମିରୁ ମିଳିଲା ମା ଓ ପୁଅଙ୍କ ମୃତଦେହ

କେନ୍ଦୁଝର, ,୧୪/୬(ଡିଏନଏ)ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନପୁର ଗାଁର ଏକ ଚାଷଜମିରେ ମା ଜେମା ଦାସ ଓ ପୁଅ ସନ୍ତା ଦାସ ଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଉଭୟ ଅଭାବରେ ରହିବାସହ ପେଟ ପାଇଁ ଭିକମାଗିଚଳିବାକୁ ମଧ୍ୟ ପଛାଇନଥିଲେ ।ତେବେ ଉଭୟଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବରଦେବାପରେ ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁଲରି ତଦନ୍ତ ଆରମ୍ଭ କରିଛି ।ଉଭୟମୃତକ ଶାଳଣିଆ ପଞ୍ଚାୟତ ମନୋହରପୁର ଗ୍ରାମର ବୋଲି ସୂଚନା ମିଳିଛି। ଏହି ଅଭାବନୀୟ ଘଟଣା ସେହି ଅଞ୍ଚଳରେ […]

ଶେଷ ପର୍ଯ୍ୟାୟରେ ରାହୁଲର ଉଦ୍ଧାର କାର୍ଯ୍ୟ

ଭୁବନେଶ୍ବର,୧୪/୬(ଏସଏସନିଉଜ) ଆଉ କିଛି ସମୟ ଭିତରେ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହେବ । ଦୀର୍ଘ ୯୦ ଘଣ୍ଟାରୁ ଅଧିକ ସମୟ ପରେ ମଧ୍ୟ ୮୦ ଫୁଟ୍ ଗଭୀର ନଳକୂପରେ ଖସି ପଡ଼ିଥିବା ୧୦ ବର୍ଷର ମୂକ ବଧିକ ବାଳକ ଉଦ୍ଧାର ପାଇବା ଆଶା ଉଜ୍ଜୀବିତ ହୋଇଛି। ଶେଷ ସମୟ ସୁଦ୍ଧା ରାହୁଲଙ୍କ ଅତି ନିକଟରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରି ତା’ର ସ୍ବର ଶୁଣିଥିବାରୁ ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଉଦ୍ୟମ […]

ଆଜିର ରାଶିଫଳ

ଜୁନ ମାସ ୧୪ ତାରିଖ ୨୦୨୨ ମସିହା(ମଙ୍ଗଳବାର) ଜ୍ୟେଷ୍ଠ-ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ଦିବା ,ଦେବସ୍ନାନ ପୂର୍ଣ୍ଣିମା, ସୁର୍ୟୋ ଦୟ-ପ୍ରାତଃ ଘ୦୫/୧୧/ ୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୨୨/୫୯,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଆମିଷ ଦିବା ଘ ୦୫/୧୨ ଗତେ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି […]

ଧନ୍ୟବାଦ କୋଠା ଓ ରାସ୍ତା ବିଭାଜନ କଟକ !

ବାରଙ୍ଗ,୧୩/୬(ଏସଏସନିଉଜ) ବାରଙ୍ଗ-ବାଙ୍କୀ ରାସ୍ତାର ବାରଙ୍ଗ ପ୍ରେସକ୍ଳବ ସାମ୍ନାରେ ଗତକାଲି ପଥଚାରୀମାନଙ୍କ ସୁବିଧା ପାଇଁ ମରାଯାଇଛି ସୂଚନା ଫଳକ ।ଏଥିରେ ୩ଟିସ୍ଥାନକୁ ଉଲ୍ଲେଖ କରାଯାଇଛି ।ମରାଯାଇଥିବା ସ୍ଥାନଠାରୁ ତ୍ରିଶୂଳିଆ ୩.୮,କଟକ୧୧ ଓ ଗୋବିନ୍ଦପୁର ୩୬କିଲୋମିଟର ବୋଲି ଉଲେଖ ରହିଛି ।ବସ୍ତବକ୍ଷେତ୍ରରେ ସେହିଯାଗାଠାରୁ ଗୋବିନ୍ଦପୁର ମାତ୍ର ୧୧କିମି ଦୁରରେ ଥିବାବେଳେ ଲେଖାଯାଇଛି କିନ୍ତୁ ୩୫କିମି ।ଏହି ହିସାବ କଟକ କୋଠା ଓ ରାସ୍ତା ବିଭାଜନ ର ଅଧିକାରୀମାନେ କେଉଁଠୁ ପାଇଲେ ତାହା ଏଠାରେ ବୁଝାପଡୁନାହି ।ଏହି ରାସ୍ତାଦେଇ ପ୍ରତ୍ୟେହ କଟକ-ଭୁବନେଶ୍ୱର-ବାଙ୍କି-ଆଠଗଡ […]

ବଜ୍ରପାତ ନେଲା ୩ ଜୀବନ

ଉମରକୋଟ, ୧୩/୬(ଏସନିଉଜ)ବିଲରେ କାମ କଲା ବେଳେ ବଜ୍ରପାତରେ ଚାଲିଗଲା  ୩ଜଣଙ୍କ ଜୀବନ ।ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ପାତ୍ରିମାଲ ଗାଁରେ ଏହି ଅଘଟଣ ଘଟିଛି ।ମୃତକଙ୍କ ମଧ୍ୟରେ ଜମି ମାଲିକାଣୀ, ଟ୍ରାକ୍ଟର ଡ୍ରାଇଭର ଓ ଜଣେ ଶ୍ରମିକ ଥିବାର ଜଣାପଡିଛି ।

ଜଳିଗଲା ଟ୍ରାନ୍ସଫର୍ମର

ଭୁବନେଶ୍ୱର,୧୩/୬(ଏସନିଉଜ) ସହିଦ ନଗର ଥାନା ଅଞ୍ଚଳରେ ଜଳିଗଲା ଟ୍ରାନ୍ସଫର୍ମର । ଅଗ୍ନିକାଣ୍ଡରେ ଗୋଟିଏ ବାଇକ୍ ଜଳିଯାଇଥିବା ସୂଚନାମୋଳିଛି । ରାସ୍ତାକଡରେ ଅଗ୍ନିକାଣ୍ଡ ଦେଖି ଲୋକମାନେ ଆତଙ୍କିତ ହୋଇଯାଇଥରଲେ । କେଉଁ କାରଣ ଯୋଗୁ ଅଗ୍ନିକାଣ୍ଡ ଘଟିଲା ସେନେଇ ଜଣାପଡ଼ିନାହିଁ ।

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା

ପୁରୀ,୧୩/୬(ଏସଏସନିଉଜ) ଦୁଇବର୍ଷ ପରେ ପୁଣି ଦିବ୍ୟସ୍ନାନ ଲୀଳା ଦର୍ଶନ କରିବେ ଭକ୍ତ । ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିବେ ମହାବାହୁ । ଆସନ୍ତାକାଲି, ସ୍ନାନ ନୀତି ନିର୍ଘଣ୍ଟ ଅନୁସାରେ ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରୁ ଆରମ୍ଭ ହେବ ପହଣ୍ଡି । ସକାଳ ୬ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜମାନ କରିବେ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ମଧ୍ୟାହ୍ନ ୧୨ଟା ୧୫ରୁ […]

୫ହଜାର ଟଙ୍କା ଲାଞ୍ଚ ପଡିଲା ମହଙ୍ଗା

ଆସିକା,୧୩/୬(ଏସଏସ ନିଉଜ)୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଂଜାମ ଜିଲ୍ଲା ଆସିକା ବିଇଓ (BEO) କାର୍ଯ୍ୟାଳୟର କନିଷ୍ଠ କିରାଣୀ ମନୋଜ କୁମାର ପ୍ରଧାନ । ନବଘନ ଗୈାଡ ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ବେନିଫିଟ୍ ସାର୍ଟିଫିକେଟ କରାଇ ଦେବାପାଇଁ, ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ ସଂପୃକ୍ତ କିରାଣୀ ।ଏହି ସମୟରେ ଧରାପଡିଥିଲେ।

୧୫ କିମ୍ବା ୧୬ ରେ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୧୩/୬(ଏସନିଉଜ) ଜୁନ ୧୫ କିମ୍ବା ୧୬ ରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି । ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶାରେ କିଛି ଅଞ୍ଚଳକୁ ମୌସୁମୀ ଛୁଇଁପାରେ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ନେଇ ଆଶା କରାଯାଉଛି । ସେ ଯାଏଁ ଓଡ଼ିଶାରେ ଏମିତି ଖରା ଜାରି ରହିବ  ବୋଲି କହିଛନ୍ତି ।

ସାବଧାନ ହୋଇଯାଆନ୍ତୁ!

ଭୁବନେଶ୍ୱର, ୧୩/୬(ଏସନିଉଜ)ସାବଧାନ ହୋଇଯାଆନ୍ତୁ ! ଖୁବଶୀଘ୍ର କାର‌୍ୟ୍ୟକାରୀ ହେବାକୁ ଯାଉଛି ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା ।ଏହାଦ୍ୱାରା ଟ୍ରାଫିକ ନିୟମ ଉଲ୍ଲଂଘନ, ବେପରୁଆ ଓ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଗାଡ଼ିଚାଳକମାନେ ଆଉ ଖସି ପାରିବେନି । ପରିବହନ ବିଭାଗ ପକ୍ଷରୁ ଏହି ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଆଇଆଇଟି, ଭୁବନେଶ୍ୱର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ ସାଇନ୍ସକୁ କୁହାଯାଇଛି । ତେବେ ଆସନ୍ତା ସପ୍ତାହରୁ ଏହାର ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି । ଜାତୀୟ ରାଜପଥରେ ନିୟୋଜିତ […]